ଟ୍ରକକୁ ପିଟିଲା ବାଇକ୍ ,୨ ଦୁଇ ମୃତ ୧ ଗୁରୁତର

37

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ ) : -ମୟୃରଭଂଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ହାଟବାଦଡା ଫାଣ୍ଡି ନିକଟସ୍ଥ ଜାତୀୟ ରାଜପଥ ୨୨୦ ନମ୍ବର ରାଇରଙ୍ଗପୁର -ଯଶିପୁର ରାସ୍ତା ଗୋପାଳପୁର ଛକରେରେ ଠିଆ ହୋଇଥିବା ସିମେଣ୍ଟ ଟ୍ରକକୁ ଭାରସାମ୍ୟ ହରାଇ ଏକ ବାଇକ୍ ସାମ୍ନା ପଟୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ବାଇକରେ ଥିବା ୩ ଜଣ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ । ଘଟଣାଟି ଶୁକ୍ରବାର ରାତି ୧୦ଟା ପାଖାପାଖି ସମୟରେ ଘଟିଥିଲା ।ସଙ୍ଗେ ସଙ୍ଗେ ତାଙ୍କୁ ରାଇରଙ୍ଗପୁର ହସ୍ପିଟାଲକୁ ଅଣାଯାଇଥିଲା । ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ ।୩ଜଣ ଯାକ ମହିଷାନେଦା ଗ୍ରାମର ।ମୃତକ ହେଲେ ମହିଷାନେଦା ଗ୍ରାମର ଶ୍ୟାମ ମୁର୍ମୁ (୨୨) ପିତା ସ୍ବର୍ଗତ ଡାକ୍ତର ମୁର୍ମୁ,ଭଗବାନ ମୁର୍ମୁ (୨୫) ପିତା ସ୍ବର୍ଗତ ବାଲା ମୁର୍ମୁ,ଗୁରୁତର ଜଣକ ହେଲେ ନାରାୟନ ସୋରେନ । ନାରାନଙ୍କୁ ବାରିପଦା ଜିଲ୍ଲା ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।ଖବର ଶୁଣି ଗାଁ ରେ ଶୋକାକୁଳ ପରିବେଶ ହୋଇ ଉଠିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଏକ ଅପମୃତ୍ଯୁ ମାମଲା କେଶ‌ନମ୍ବର ୫୬ ରୁଜୁ କରି ତଦନ୍ତ କରୁଛି ।
ରିପୋର୍ଟ – ନିରୋଜ କୁମାର ସାହୁ ।ରାଇରଙ୍ଗପୁର ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More