ଟୋପାଏ ପାଣି ପାଇଁ ଜୀବନ ଡହଳ ବିକଳ

20

Get real time updates directly on you device, subscribe now.

କାଳିଆପାଣି ( ସଂଘର୍ଷ ମିଡିଆ ) : ଟୋପାଏ ପାଣି ପାଇଁ ଡହଳ ବିକଳ ଏହି ନିରୀହ ଲୋକମାନେ । ପିଇବା ପଣି ପାଇଁ ଖାଲ ଖମା ଓ ନର୍ଦମା ଉପରେ ନିର୍ଭର କରନ୍ତି ଏମାନେ । ଖଣି ଘେରରେ ଥିବା ଏହି ଗାଁ ଟି ଏବେ ଉପାୟ ଶୂନ୍ୟ । ପୂର୍ବରୁ ଏହି ଗ୍ରାମଟିକୁ ପାଣି ଗାଡି ଦ୍ୱାରା ଘରେ ଘରେ ପିଇବା ଉପଯୋଗୀ ପାଣି ଯୋଗାଇ ଦେଉଥିଲା I.D.C । ବର୍ତମାନ ଖଣି ବନ୍ଦ ହେବା ପରେ ହଇରାଣ ହେଉଛନ୍ତି ଗ୍ରାମବାସୀ, ଏମାନଙ୍କ କଥା ଶୁଣିବାକୁ କେହି ନାହାନ୍ତି । ଦୀର୍ଘ ଦିନହେବ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରାପ୍ତ ସୋଲାର ଟ୍ୟାଙ୍କ ଖରାପ ହୋଇ ପଡିଛି । ନଳକୂପରୁ ବାହାରୁ ଥିବା ପାଣି କାଦୁଅ ଜାତୀୟ ପାଣି ଯାହାକି ବ୍ୟବହାର କରିବା ପାଇଁ ଅନୁପଯୋଗ । ଏଠି ଟୋପେ ପାଣି ପାଇଁ ହା ହା କାର ପଡିଛି କିନ୍ତୁ ସରକାର କୌଣସି କର୍ଣପାତ କରୁ ନାହାନ୍ତି । ଏମିତି କିଛି ଅଭାବନୀୟ ଦୃଶ୍ୟ ଦେଖି ବାକୁ ମିଳିଛି ସୁକିନ୍ଦା ବ୍ଲକ କଂସ ପଞ୍ଚାୟତ ଅନ୍ତର୍ଗତ ଓସ୍ତାପାଳ ଗ୍ରାମରେ । ଏମିତି ସମସ୍ୟା ଆଜି କାଲି ନୁହଁ ଦୀର୍ଘ ବର୍ଷ ଧରି ଲାଗି ରହି ଥିବା ବେଳେ ଦୂର ଦୃଷ୍ଟି ଦେଉନାହାନ୍ତି କୋଣସି ପ୍ରଶାସନିକ ଅଧିକାରୀ । ଦେଶ ସ୍ଵାଧିନତାର 75 ବର୍ଷ ପରେ ବି ଆଜି ସାଧାରଣ ଆଦିବାସୀ ,ଦଳିତ , ନିଷ୍ପେସିତ ଅବସ୍ଥାରେ କାଳତିପାତ କରୁଛନ୍ତି । ସାଧାରଣ ଜନତା ସେମାନଙ୍କର ମୌଳିକ ଅଧିକାରରୁ ବଞ୍ଚିତ । ନାଳର ବାଲି ଚୁଆ ପାଣି ଏବେ ପାଲଟିଛି ସାହାରା । ଚୁଆ ପାଣି ପିଇ ଜୀବନ ଅତିବାହିତ କରୁଛନ୍ତି ନିରୀହ ଆଦିବାସୀ ସମ୍ପ୍ରଦାୟର ଅଧିବାସୀମାନେ । ଶୋଷ ମେଣ୍ଟାଇବା ପାଇଁ ପ୍ରାୟ ଏକ କିଲୋମିଟର ଜଙ୍ଗଲ ରାସ୍ତାରେ ଗଲେ ପଡୁଛି ପାଣିଧାର । ବାରମ୍ବାର ସରପଞ୍ଚ ଓ ବିଡ଼ିଓ ଓ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଏମ୍ ଏଲ ଏ ଓ ସ୍ଥାନୀୟ ସୁକିନ୍ଦା ରେଜିନ୍ କ୍ରମାଇଟ ଖଦାନ ମଜଦୂର୍ ସଂଘର ମୁଖ୍ୟ ନାରାୟଣ ଚନ୍ଦ୍ର ଧିର୍ ବାବୁ ଙ୍କୁ ଅଭିଯୋଗ ସତ୍ୱେ ମଧ୍ୟ କୌଣସି ପ୍ରତିକାର ହୋଇପାରୁ ନାହିଁ । ସୁକିନ୍ଦାରୁ ସୁଶିଲ ମହାନ୍ତଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More