ଟୁଇନ୍ ସିଟି କ୍ରାଇମ୍ ରୋକିବାକୁ କମିସନରେଟ୍ ପୋଲିସର ପଦକ୍ଷେପ

16

Get real time updates directly on you device, subscribe now.

କଟକ ( ସଂଘର୍ଷ ମିଡିଆ ) : କଟକ ପୋଲିସ୍ ପକ୍ଷରୁ ବିଭିନ୍ନ କାର ଡୋରରେ ଥିବା କଳା ଜରିକୁ ଆଜି କଢାଯାଇଛି। କାର୍ ରେ କଳାଜରି ଲାଗିଥିବାବେଳେ କେଉଁ କେଉଁ ଧରଣର ବ୍ୟକ୍ତି ଯାଆସ କରୁଛନ୍ତି ତାହା ଜଣାପଡୁନି। ଫଳରେ ଅସାମାଜିକ ବ୍ୟକ୍ତି ଓ ଅପରାଧିମାନେ କ୍ରାଇମ୍ କରିବା ପାଇଁ ଏକପ୍ରକାର ସୁଯୋଗ ମିଳି ଯାଉଛି। ଏହାକୁ ଆଖି ଆଗରେ ରଖି ନୁଆ ଟ୍ରେଣ୍ଡ୍ ଆପଣେଇଛି କଟକ କମିସନରେଟ୍ ପୋଲିସ୍। ଆଜି ମଧୁପାଟଣା ଛକରେ ଟ୍ରାଫିକ୍ ପୋଲିସ ପକ୍ଷରୁ ବିଭିନ୍ନ କାର୍ କୁ ଅଟକାଇ ଯାଞ୍ଚ କରିଥିଲେ। ଆଉ ଡୋର୍ ରେ ଲାଗିଥିବା କଳା ରଙ୍ଗର ସମସ୍ତ ଜରିକୁ କାଢି ନିଆଯାଇ ପୁନର୍ବାର ନ ଲଗାଇବାକୁ ଗାଡି ଚାଳକମାନଙ୍କୁ ତାଗିଦ କରାଯାଇ ସଚେତନ କରାଇଥିଲା ପୋଲିସ୍। ଏହି ବ୍ୟବସ୍ଥା ଆଜି ଠାରୁ ଯାଞ୍ଚ ହୋଇଥିବାବେଳେ ଯଦି କିଏ ନିୟମକୁ ଉଲ୍ଲଘଂନ କରେ ବା ଏହା ଉପରେ କିଏ ପ୍ରତିବନ୍ଧକ ସାଜେ ତେବେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ୍ ପକ୍ଷରୁ ସୂଚନା ମିଳିଛି। ଦିନକୁ ଦିନ କ୍ରାଇମ୍ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଅପରାଧିମାନେ କାର୍ ମାନଙ୍କରେ ମଧ୍ୟ କ୍ରାଇମ୍ କରି ଚମ୍ପଟ ମାରୁଥିବାର ନଜିର ରହିଛି। ପୁର୍ବରୁ ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଦେଶ ଅନୁଯାୟୀ ସରକାର ଏହି ବ୍ୟବସ୍ଥା ଲାଗୁ କରିଥିଲେ। ଆଉ ସେ ସମୟରେ ଓଡିଶା ସମେତ ଦେଶବ୍ୟାପୀ ଧରପଗଡ଼ ଚାଲିଥିଲା। ଓଡିଶାରେ ଏହି ବ୍ୟବସ୍ଥା ଚାଲୁଥିଲା ବେଳେ କୌଣସି କାରଣବତଃ ବନ୍ଦ ରହିଥିଲା। ଆଉ ଏବେ ପୁଣିଥରେ ଆରମ୍ଭ ହୋଇଛି। ତେବେ ଏହି ବ୍ୟବସ୍ଥା କୁ ସ୍ୱାଗତ କରିଛନ୍ତି ଗାଡି ମାଲିକ। କଟକରୁ ସୁରେଶ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୂଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More