ଟାଟା ପାୱାର ଅଫିସରଙ୍କ ଦବଙ୍ଗଗିରିରେ ସାଧାରଣ ଜନତା ହନ୍ତସନ୍ତ

13

Get real time updates directly on you device, subscribe now.

ଆନନ୍ଦପୁର (ସଂଘର୍ଷ ମିଡିଆ) : – ଟାଟା ପାୱାରରେ ବଡ଼ ଘୋଟଲା, ଟାଟା ପାୱାର ଅଫିସରଙ୍କ ଦବଙ୍ଗଗିରିରେ ସାଧାରଣ ଜନତା ହନ୍ତସନ୍ତ । ରାଜ୍ୟ ସରକାର ବିଦ୍ୟୁତ ବିଭାଗକୁ 5T ଅଧୀନକୁ ଆଣିଥିଲେ ମଧ୍ୟ୍ୟ ବିଦ୍ୟୁତ ବିଭାଗରେ ଦୁର୍ନୀତି କମିବାର ନାଁ ଧରୁନାହିଁ, ଏହାର ଜ୍ଵଳନ୍ତ ଉଦାହରଣ ଟାଟା ପାୱାର ଆନଦପୁର ବିଦ୍ୟୁତ ଡିଭିଜନର ଦୁର୍ନୀତିରୁ ସ୍ପଷ୍ଟ ଅନୁମାନ କରାଯାଇଛି । ଟାଟା ପାୱାରରେ LT extension ପାଇଁ ଖୁଣ୍ଟ ପିଛା 8000 ଟଙ୍କା deposit କରିବାର ନିୟମ ରହିଛି, ମାତ୍ର ଆନ୍ଦପୁର ଡିଭିଜନର ଆନଦପୁର ସେକ୍ସନ, କେଶଦୁରାପାଳ ସେକ୍ସନରେ LT extensionରେ ବ୍ୟାପକ ଦୁର୍ନୀତି ପଦାକୁ ଆସିଛି । ଏଥିରେ ବିଭାଗର ଲାଇନମ୍ୟାନ, JE, sdo, Executive engineer ମଧ୍ୟ୍ୟ ସମ୍ପୃକ୍ତି ଥିବାର ପ୍ରମାଣ ମିଳିଛି । ଖବର ମୁତାବକ ଆନଦପୁର ସେକ୍ସନର ବାଁଖିଡି ଗ୍ରାମର ଗୁରୁବାରୀ ହୋ ନିଜ ନାମରେ ବିଦ୍ୟୁତ ସଂଯୋଗ ପାଇଁ ମୋ ବିଦ୍ୟୁତ ପୋର୍ଟାଲରେ ଆବେଦନ କରିଥିଲେ । LT extension ପାଇଁ ସେ JE ବିଶ୍ୱଜିତ ଆଇଚ ଓ ଲାଇନମ୍ୟାନ ଜଗନାଥ ମହାନ୍ତିଙ୍କୁ 25000 ଟଙ୍କା ଦେଇଥିଲେ ମଧ୍ୟ୍ୟ ସେମାନେ ତାଙ୍କୁ ଲାଇନ ଦେଇ ନଥିଲେ । ବିଭିନ୍ନ ବାହାନା ଦେଖାଇ JE ଓ ଲାଇନ ମ୍ୟାନ ତାଙ୍କ ଠାରୁ ଦୁଇଥର ହଜାର ଟଙ୍କା ଲେଖାଏଁ ମଦ ପିଇବାକୁ କହି ନେଇଥିଲେ । ଗୁରୁବାରୀ ହୋ ଲାଇନ ନ ପାଇ ବାରମ୍ବାର ଅଫିସ ଦୌଡ଼ି ତାଙ୍କ ପଇସାର ରସିଦ ଆଉ ଲାଇନ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ । କୌଣସି ସୂତ୍ରରୁ ଏହାର ଖବର ପାଇ JE ବିଶ୍ୱଜିତ ଆଇଚ ଆଜି ତୁମର ଲାଇନ ହେବ କହି ସେ ଲୋକକୁ ଅଫିସ ଡକାଇ ଥିଲେ । ସେହି ସମୟରେ je ଶ୍ରୀ ଆଇଚ ନିଜର ବିଚକ୍ଷଣ ବୁଦ୍ଧି ଲଗାଇ ଲାଇନ ମ୍ୟାନ ଜଗନ୍ନାଥ ମହାନ୍ତି, ସୋମ୍ୟ ରଞ୍ଜନ ରଥ ଓ ଚନ୍ଦନ ରଣାକୁ ଲଗାଇ LT extension ପାଇଁ ପୋତିଥିବା ପୁରୁଣା ଅର୍ଦ୍ଧଭଗ୍ନ ଖୁଣ୍ଟ ଗୁଡିକୁ ପ୍ରମାଣ ନଷ୍ଟ କରିବା ପାଇଁ ଉପାଡି ଆଣିଥିଲେ ଏବଂ ଗୁରୁବାରୀ ହୋ ଏବଂ ତାଙ୍କ ପୁଅ ଅଂକୁର ହୋଙ୍କୁ ଅଭିଯୋଗ ପ୍ରତ୍ୟାହାର କରିବାକୁ ଧମକ ଦେଇଥିଲେ । Tata power ଆସିଲା ପରେ ବିଦ୍ୟୁତ ସଂସ୍କାର ତ ଦୂରର କଥା କିନ୍ତୁ ଦୁର୍ନୀତି ଚରମ ସୀମାରେ ପହଂଚିଛି । ଅଫିସର ମାନେ ଦୀର୍ଘ ଦିନରୁ ଟ୍ରାନ୍ସଫର ନ ହେବା କାରଣରୁ ନିଧଡକ ଦୁର୍ନୀତିରେ ମାତିଛନ୍ତି । ଏହି ଘଟଣାରେ ତାଙ୍କ ପୁଅ ରାମଚନ୍ଦ୍ର ହୋ Tata power ର ଡି. କେ.ତ୍ୟାଗୀ , ଭାସ୍କର ସରକାର,ଶ୍ରୀବଲ୍ଲଭ ସିଂଙ୍କୁ ଲିଖିତ ଅଭିଯୋଗ କଲେ ମଧ୍ୟ୍ୟ ଘଟଣାକୁ ଡିଭିଜନ ସ୍ତରରେ ଏକ ଛୋଟ କମିଟି କରି ମୁଖ୍ୟ ଅଭିଯୁକ୍ତ je ଏବଂ ଲାଇନ ମ୍ୟାନ ମାନଙ୍କୁ ସୁରକ୍ଷା ଦେବାପାଇଁ ପ୍ରୟାସ ଚାଲିଛି । ଯଦି ଏହିପରି ସମସ୍ୟା ଲାଗିରହେ ତେବେ ଆନଦପୁର ଜନତା ଏହାର ଉଚିତ ଜବାବ ଦେବେ ବୋଲି ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More