ଟାଟା ପାୱାରର ମନମୁଖୀ କାର୍ଯ୍ୟ ପ୍ରତିବାଦରେ ପ୍ରତିବାଦ ସଭା

34

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ ) : କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ବ୍ଲକ ଆଗ୍ରାହାଟ ଗ୍ରାମ ପଞ୍ଚାୟତ ରେ ଦେଖିବାକୁ ମିଳିଛି ଟାଟା ପାୱାର ମନମୁଖୀ କାର୍ଯ୍ୟ ବିରୋଧ ରେ ପ୍ରତିବାଦ ସଭା। ସାରା ରାଜ୍ୟ ରେ ଟାଟା ପାୱାର ଜନ ସାଧାରଣ ଙ୍କୁ ଶୋଷଣ ଓ ହଇରାଣ କରି ଆସୁଛି।ଏହା କୁ ନେଇ ବହୁ ପ୍ରତିବାଦ ଓ ଅନ୍ଧୋଳନ ର ସ୍ୱର୍ ଉଠି ସାରିଛି ଏହି ପରିପେକ୍ଷ ରେ ଆଜି ଆଗ୍ରାହାଟ କଲ୍ୟାଣ ମଣ୍ଡପ ଠାରେ ଟାଟା ପାୱାର ବିରୋଧ ରେ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା। ଏହି ସଭା ରେ ଚୌଦ୍ୱାର ବିଦ୍ୟୁତ୍ ଉପଭୋକ୍ତା ମଞ୍ଚ ର ସଭାପତି ଜୟ ସିଂ, ସିପିଆଇଏମ୍ କଟକ ଜିଲ୍ଲା ସମ୍ପାଦକ ବଦ୍ରି ନାରାୟଣ ଦାସ, ଆଗ୍ରାହାଟ ସରପଞ୍ଚ ସନ୍ଦ୍ୟାରାଣି ରାଉତ ଏବଂ ପ୍ରୋମାଦ ପଣ୍ଡା ଏହି ସଭା କୁ ପରିଚାଳିତ କରିଥିଲେ। ଟାଟା ପାୱାର ର କର୍ମଚାରି ଘରେ ପୁରୁଷ ଲୋକ ନଥିବା ସମୟ ରେ ଘରେ ପଶିବା ଲୋକ ଙ୍କ ଠୁ ଜୋର୍ ଜବରଦସ୍ତ ବକେୟାରାଶି ମାଗିବା ନ ଦେବାରୁ ଧମକ ଦେଇ ଲାଇନ କାଟିବା ଖରା ଦିନେ ବାରମ୍ବାର ଲାଇନ କାଟିବା , ମିଟର ଠିକ୍ ଥିଲେ ମଧ୍ୟ ଜୋର ଜବରଦସ୍ତ ନୂଆ ମିଟର ବସାଇବା ଏହି ପରି ଅଭିଯୋଗ ନେଇ ଶତାଧିକ ବିଦ୍ୟୁତ୍ ଉପଭୋକ୍ତା ମାନେ ଏହି ସଭା ରେ ଯୋଗ ଦେଇଥିଲେ । ଆଗକୁ ଯଦି ଟାଟା ପାୱାର ତାର ମନ ମୁଖି କାର୍ଯ୍ୟ କୁ ରୋକ ଲଗାଏ ଆଗ୍ରାହାଟ ପଞ୍ଚାୟତ ବାସି ରାଜରାସ୍ତା ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More