ଟାଙ୍ଗୀ ଚୌଦ୍ବାର ବୈଦିକ ବ୍ରାହ୍ମଣ ସମିତି ପକ୍ଷରୁ ସ୍ୱର୍ଗତ କେଦାର ନନାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ

14

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ୧୮ତାରିଖ ରବିବାର କଟକ ଜିଲ୍ଲା ଅନ୍ତର୍ଗତ ଅlଗ୍ରାହାଟ ପଞ୍ଚାୟତ ବଇଦେଶ୍ୱର୍ ମନ୍ଦିର ପ୍ରାଙ୍ଗଣରେ ଟାଙ୍ଗୀ ଚୌଦ୍ବାର ବୈଦିକ ବ୍ରାହ୍ମଣ ମାନଙ୍କର ଏକ ବିଶେଷ ସଭା ହୋଇଯାଇଛି।ଏହି ସଭାରେ ସ୍ୱର୍ଗତ ପଣ୍ଡିତ ଶ୍ରୀଯୁକ୍ତ କେଦାର ନାଥ ଷଡଙ୍ଗୀ ଙ୍କ ଉଦେଶ୍ୱରେ ଏକ ଶୋକ ସଭା ଅନୁଷ୍ଟିତ ହୋଇଯାଇଛି। ତାଙ୍କର ଅମର ଆତ୍ମା ର ସଦଗତି କାମନା କରି ସାମୁହିକ ଭାବେ ଶ୍ରୀମଦ୍ ଭାଗବତ ପାଠ 7କରଯାଇଥିଲା।ତତ୍ ସହିତ ଟାଙ୍ଗୀ ଚୌଦ୍ବାର ବ୍ରାହ୍ମଣ ମାନେ କିପରି ସଂଗଠିତ ହେବେ ସେ ବିଷୟରେ ଆଲୋଚନା ହୋଇଥିଲା ପଣ୍ଡିତ କେଦାର ନାଥ ଷଡଙ୍ଗୀ ଏ ଅଞ୍ଚଳର ଜଣେ ସୁନାମ ଧନ୍ୟ ପୂଜକ ଭାବେ ଏ ଅଞ୍ଚଳରେ ଖ୍ୟାତି ଅର୍ଜନ କରିଥିଲେ। ସେ ବହୁଦିନ ଧରି ବୈଦିକ ବ୍ରାହ୍ମଣ ସମିତି ର ସମ୍ପାଦକ ରହି ତାଙ୍କ ତତ୍ତ୍ଵାବଧାନରେ ପ୍ରଥମ କରି ଦୁଇଟି କର୍ମକାଣ୍ଡ ବିଦ୍ୟାଳୟ ଗୋଟିଏ ଚୌଦ୍ବାର ଓଟି ଏମ ହନୁମାନ ମନ୍ଦିରରେ ଅନ୍ୟଟି ଟାଙ୍ଗୀ ର ନିମେଇସା ପୁର ରେ ସ୍ଥାପନ କରିଥିଲେ। ଏହା ଦ୍ବାରା ବହୁ ଗରିବ ବ୍ରାହ୍ମଣ ପରିବାରକୁ ଆର୍ଥିକ ସାହାଯ୍ୟ ଓ ଉପ ନୟନ ସଂସ୍କାର କାର୍ଯ କରିଥଲେ।ଏହି ପରିପ୍ରେକ୍ଷୀରେ ତାଙ୍କର ଏକ ସ୍ମରଣିକା ଉନମୋଚନ କରଯାଇଥିଲା । ପରିଶେଷରେ ଏ ବର୍ଷର ଅସ୍ଥାୟୀ ସଭାପତି ଭାବେ ନିରଞ୍ଜନ ହୋତା, ସମ୍ପାଦକ ଦିଲ୍ଲୀପ କୁମାର ତ୍ରିପାଠୀ, କୋଷାଧ୍ୟକ୍ଷ ସୁଶୀଲ କୁମାର ଶତପଥୀ ଙ୍କୁ ବଛାଯାଇଥିଲା। ଚୌଦ୍ୱାର ରୁ ରଞ୍ଜନ କୁମାର ସ୍ଵାଇଁ ଙ୍କ ରିପୋର୍ଟ ସଂଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More