ଟସର ପୋକର ଜନ୍ମ ମଣିଷ ପାଇଁ

11

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ): – ମାତ୍ର ୪୦ ଦିନର ଜୀବନ।ବଞ୍ଚିବାର ୪୦ ଦିନ ନିଜ ପାଇଁ ନୂହେଁ, ପର ପାଇଁ କାମ କରି ଜୀବନ ହରାଉଛି l ମରିବାର ଚାରି ଦିନ ଆଗରୁ ପର ପାଇଁ ନିଜ ବଂଶ ବୃଦ୍ଧି କରୁଛି l ନିଜ ବଂଶଜ କୁ ଉତ୍ତରଦାୟୀତ୍ୱ ଦେଇ ସଂସାରରୁ ବିଦାୟ ନେଉଛି l ଏଭଳି ପରୋପକାରୀ କୀଟ ହେଉଛି ଟସର ପୋକ lମଣିଷ ନିଜ ସ୍ୱାର୍ଥ ପାଇଁ ଟସର ପୋକ ଚାଷ କରୁଛି l ମଣିଷ ନିଜ ଫୁଙ୍ଗୁଳା ଶରୀରକୁ ଢାଙ୍କିବା ପାଇଁ ଟସର ପୋଷାକ ପିନ୍ଧୁଛି l ହେଲେ ଏଥିପାଇଁ ଜୀବନକୁ ଜଳାଞ୍ଜଳି ଦେଉଛି ମଣିଷ ପାଇଁ ଟସର ପୋକ l ଟସର ସୂତା ପାଇଁ ନିଜେ ପରିପକ୍ୱ ହୋଇ କୋଷ ଭିତରେ ହିଁ ଦୁନିଆରୁ ବିଦାୟ ନେଉଛି l ଗୋଟିଏ଼ କୋଷ ତିଆରି କରିବାକୁ ଟସର ପୋକକୁ ୩୫ ଦିନ ଲାଗୁଚି l ଏଥିପାଇଁ ସେ ଅର୍ଜୁନ ଗଛର ପତ୍ର ଖାଇ ପରିପୁଷ୍ଟ ହେଉଛି l ନିଜ କୋମଳ ଶରୀରକୁ ଶତ୍ରୁର କବଳରୁ ସୁରକ୍ଷିତ ରଖିବାକୁ ତା’ର ଲାଳ (ସାଲିଭା) ରୁ କୋଷା ତିଆରି କରୁଛି ଟସର ପୋକ l ପୋକ ତିଆରି କରିଥିବା କୋଷା ପରିପକ୍ୱ ହେବା ପରେ ଓ ପ୍ରଜାପତି ଆକାର ଧାରଣ ପୂର୍ବରୁ ତାକୁ ସଂଗ୍ରହ କରୁଛି ମଣିଷ l ଅର୍ଜୁନ ଗଛର ପତ୍ରକୁ ଆହର ଭାବେ ଗ୍ରହଣ କରୁଛି l ସୂର୍ଯ୍ୟ କିରଣ ଓ ବାୟୁର ସଂସ୍ପର୍ଶରେ ଗ୍ରହଣ କରିଥିବା ଖାଦ୍ୟରେ ନିଜର ଲାଳରୁ ବାହାର କରୁଛି ସୂତା l ଗୋଟିଏ କୋଷକୁ ପ୍ରକ୍ରିୟାକରଣ କଲେ
୧୫୦୦ ମିଟର ସୂତା ବାହାରୁଛି l ସୃଷ୍ଟିର ସ୍ରଷ୍ଟାଙ୍କ ବିଚିତ୍ର ନିୟମରେ ବନ୍ଧା ଟସର ପୋକର ଜୀବନଚକ୍ର କେବଳ ମଣିଷର ଉପକାର ପାଇଁ ରହିଆସିଛି l ଅନ୍ୟ ପକ୍ଷରେ ମଣିଷ ବଣ ପାହାଡ଼ କାଟି କଂକ୍ରିଟ ଜଙ୍ଗଲ ତିଆରିରେ ଲାଗି ପଡିଛି l ଜୈବ ବିବିଧତା କୁ ବିଗାଡି ଅମାପ ସମ୍ପତ୍ତି ହାସଲରେ ଆଧୁନିକ ସଭ୍ୟତା ଏକ ପ୍ରକାର ପ୍ରତିଯୋଗୀତା କରି ଚାଲିଛି l କିନ୍ତୁ ପ୍ରକୃତି ଏକ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ପୂରଣ ପାଇଁ ଏହି ପୋକକୁ ସର୍ଜନା କରିଛି l ତେଣୁ ଟସର ପୋକ ଠାରୁ ଶ୍ରେଷ୍ଠ ପ୍ରାଣୀ କୁହାଯାଉଥିବା ବେଳେ ମଣିଷକୁ ମଧ୍ୟ ବହୁତ କିଛି ଶିକ୍ଷା ଗ୍ରହଣ କରିବାକୁ ପଡିବ l ଜୈବ ବିବିଧତାର ସୁରକ୍ଷା ପାଇଁ ମଣିଷ ସମାଜ ଆଗକୁ ଆସିବାକୁ ପଡିବ ବୋଲି ପରିବେଶବିତ୍ ମାନେ କହିଛନ୍ତି l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More