ଟନେଲରେ ଫସିଥିବା ଶ୍ରମିକଙ୍କ ପରିବାର ଲୋକଙ୍କୁ ଭେଟିଲେ ଡାବୁଗାଁ ବିଧାୟକ ମନୋହର ରନ୍ଧାରି

59

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ଉତ୍ତରାଖଣ୍ଡ ର ଉତ୍ତରାକାଶୀର ଟନେଲରେ ଫସିଥିବା ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ତାଳବେଢ଼ା ଗ୍ରାମର ଶ୍ରମିକ ଭଗବାନ ଭତ୍ରାଙ୍କ ଘରକୁ ଶୁକ୍ରବାର ଡାବୁଗାଁ ଲୋକପ୍ରିୟ ବିଧାୟକ ମନୋହର ରନ୍ଧାରୀ ପରିବାରବର୍ଗକୁ ଭେଟି ସାନ୍ତ୍ୱନା ଦେବା ସହିତ ସମବେଦଦନା ଜଣାଇଲେ । ଭଗବାନଙ୍କ ସହିତ କିଭଳି ଅନ୍ୟ ଶ୍ରମିକ ମାନେ ସୁରକ୍ଷିତ ଭାବେ ଟନେଲରୁ ବାହାରିବେ ସେନେଇ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ ଏବଂ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟର ତ୍ୱରାନ୍ୱିତ ନେଇ କେନ୍ଦ୍ର ସରକାରଙ୍କ ସହିତ ଓ ଉତ୍ତରାଖଣ୍ଡ ରାଜ୍ୟ ସରକାରଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରି ପ୍ରତ୍ୟେକ ମୁହୂର୍ତ୍ତ ରେ ଯୋଗାଯୋଗରେ ଥିବା ନେଇ ବିଧାୟକ ରନ୍ଧାରୀ ପ୍ରକାଶ କରିଥିଲେ । ଏଥିସହ ଭଗବାନ ସୁରକ୍ଷିତ ଭାବେ ଫେରିଆସିବା ପରେ ଭଗବାନଙ୍କ ସମେତ ଅନ୍ୟ ପାଠ ପଢି ଶ୍ରମିକ ସାଜିଥିବା ଯୁବକ ମାନଙ୍କୁ ନିଜ ଅଞ୍ଚଳ ରେ ରୋଜଗାର ଯୋଗାଇଦେବା ପାଇଁ ରାଜ୍ୟ ସରକାର ପ୍ରୟାସ କରୁଥିବା ବିଧାୟକ ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷରେ ଜିଲା ଶ୍ରମ ବିଭାଗ ପକ୍ଷରୁ ଭଗବାନଙ୍କ ଭାଇ ଫୁଲ ଚାନ୍ଦ ଭତ୍ରାଙ୍କୁ ଆଜି ଭୁବନେଶ୍ୱର ନିଆଯାଇ ସେଠାରୁ ଉତ୍ତରାଖଣ୍ଡ ପଠାଯିବ। ଜିଲା ଅତିରିକ୍ତ ଶ୍ରମ ଅଧିକାରୀ ଛୋଟରାୟ ଟୁଡୁ ତାଳବେଡ଼ା ପହଞ୍ଚି ଭଗବାନ ଭତ୍ରାଙ୍କ ଭାଇଙ୍କୁ ତାଙ୍କ ଗାଁରୁ ସାଙ୍ଗରେ ନେଇ ଯାଇଛନ୍ତି । ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More