ନବରଙ୍ଗପୁର (ସଂଘର୍ଷ ମିଡିଆ): – ଦୀର୍ଘ ସତର ଦିନର ଅପେକ୍ଷା ର ଅନ୍ତ ଘଟିଲା ବାହାରିଲେ ଉତ୍ତରାଖଣ୍ଡ ଉତରକାଶୀ ଟନେଲ ରେ ଫସି ରହିଥିବା ସମସ୍ତ ଶ୍ରମିକ । ଶ୍ରମିକ ମାନଙ୍କ ମଧ୍ୟରେ ଓଡ଼ିଶା ର ପାଞ୍ଚ ଜଣ ଶ୍ରମିକ ରହିଥିବା ବେଳେ ଏଥିରେ ରହିଛନ୍ତି ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ବ୍ଲକ ତାଳବେଡ଼ା ଗ୍ରାମର ଭଗବାନ ଭତ୍ରା । ଭଗବାନଙ୍କ ଉଦ୍ଧାର ପରେ ଶୁଭେଚ୍ଛାର ସୁଅ ଛୁଟିଛି ଭଗଵାନ ଙ୍କ ଘରକୁ, ଭଗଵାନ ସହ ଫୋନ ଯୋଗେ ପରିବାର ଲୋକେ କଥା ହୋଇ ସେ ସୁସ୍ଥ ଥିବା ଖବର ପାଇବା ପରେ ଆସ୍ଵସ୍ଥି ହୋଇଛନ୍ତି। ଭଗଵାନ ଭତ୍ରା ଦୀର୍ଘ ଦେଢ଼ ବର୍ଷ ହେଲା ପେଟ ପାଟଣା ପାଈଁ ସୁଦୂର ଉତରାକାସି ଜିଲ୍ଳାର ଚାରିଧାମ ରାସ୍ତା କାମରେ ନିୟୋଜିତ ଥିଲେ, ନିଜ ଚାଳ ଘରକୁ ପକ୍କା ଘର କରିବା ସକାଶେ ଦାଦନ ଖଟିବାକୁ ଯାଇଥିଲେ ୧୨ ନଭେମ୍ବରରେ ଟନେଲ ଭିତରେ ଅନ୍ୟ ଚାଳିଶି ଜଣ ସହ ମୋଟ ୪୧ ଜଣ ଫସି ଯାଇଥିଲେ । ସତର ଦିନ ପରେ ବହୁ କଷ୍ଟରେ ଉଦ୍ଧାର ହୋଇ ଥିଲେ ବର୍ତ୍ତମାନ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି, ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ଉଦ୍ୟମ ଯୋଗୁଁ ସୁରକ୍ଷିତ ସମସ୍ତେ ଉଦ୍ଧାର ହୋଇଥିଲେ। ଉଦ୍ଧାର ପରେ ତାଳବେଡ଼ା ଗ୍ରାମରେ ଖୁସିରେ ଅଦିନିଆ ଦିପାବଳୀ ସହ ନାଚଗୀତ ହୋଇଥଲା ବିଭିନ୍ନ ସଙ୍ଗଠନର ଶୁଭେଚ୍ଛାର ସୁଅ ଛୁଟିଛି। ଟନେଲରୁ ଉଦ୍ଧାର ହେବା ପରେ ଡାବୁଗାଁ ବିଧାୟକ ମନୋହର ରାନ୍ଧାରି,ବିଜେପିର ଏକ ପ୍ରତିନିଧି ଦଳ ମିଶିଥିଲେ ପରିବାର ଲୋକଙ୍କୁ, ଭଗବାନଙ୍କ ଘରେ ଗ୍ରାମବାସୀଙ୍କ ଭିଡ଼ ଜମିଛି ।ଗ୍ରାମବାସୀ ବାଣ ଫୁଟାଇ ଖୁସି ମନେଇଛନ୍ତି। ପୁରୁଷ ମାନେ ସେମାନଙ୍କ ପାରମ୍ପରିକ ବାଜା ବଜାଇ ଏହାକୁ ସ୍ୱାଗତ କରିଛନ୍ତି। ଭଗବାନଙ୍କ ଘରେ ମଧ୍ୟରେ ଦ୍ଵିତୀୟ ପୁଅ ଭଗବାନ ଭତରା ଶ୍ରମିକ ଭାବେ ପ୍ରଥମେ ଚେନ୍ନାଇ ଓ ପରେ ଉତ୍ତରାଖଣ୍ଡ ରାଜ୍ୟକୁ ଯାଇଥିଲେ। ଟନେଲରେ ଭଗବାନ ଫସିଥିବା ଜାଣିବା ପରେ ଘରେ ଥିବା ତାଙ୍କ ଭାଇ ଭାଉଜ ଓ ଅନ୍ୟ ପରିବାର ବର୍ଗ ଚିନ୍ତିତ ହୋଇପଡ଼ିଥିଲେ। ଭଗବାନଙ୍କୁ ଭେଟିବା ପାଇଁ ତାଙ୍କ ଭାଇ ଫୁଳଚନ୍ଦ ଭତରା ଉତ୍ତରା ଖଣ୍ଡ କୁ ପ୍ରଶାସନ ସହଯୋଗ ରେ ଯାଇଛନ୍ତି। ରାତିରେ ଭଗବାନ ଟନେଲ ମଧ୍ୟରୁ ବାହାରିବା ପରେ ସୁସ୍ଥ ଥିବା ନେଇ ଫୁଳଚନ୍ଦ ପରିବାରବର୍ଗଙ୍କୁ ସୂଚନା ଦେଇଛନ୍ତି। ଫୋନ ମାଧ୍ୟମରେ ଭଲ ମନ୍ଦ ବୁଝୁଛନ୍ତି ଏବେ ଅପେକ୍ଷା ଭଗଵାନ ଙ୍କ ଫେରିବା ବାଟକୁ ଚିକିତ୍ସା ପରେ ସେ କିଛି ଦିନ ପରେ ଘରକୁ ଫେରିବେ। ଖୁସିରେ ନାଚିଲେ ଲୋକଙ୍କ ସହିତ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ lନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l