ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ ) : ବରଗଡ଼ରୁ ଏକ ପିକପ ଭ୍ୟାନ ଯୋଗେ ବ୍ୟବସାୟୀ ମୁକେଶ ଅଗ୍ରୱାଲା ଡ୍ରାଇଭର ସଂଜୀତ ତାଣ୍ଡି ଓ ସେଲେସ ମ୍ୟାନ ଯୁବରାଜ ବାରିକ କୁ ବ୍ୟବସାୟ କାମରେ ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଓ ବିନିକା ପଟକୁ ଗତ ୨ତାରିଖ ଦିନ ପଠାଇଥିଲେ । ଉଭୟେ ବ୍ୟବସାୟ କାମ କରିବା ସହ ପଇସା ପତ୍ର ସଂଗ୍ରହ କରି ଫେରୁଥିବା ବେଳେ ରାମପୁର ଥାନା ଅଧିନସ୍ଥ ସାରସ ମାଲ ସ୍କୁଲ ନିକଟରେ ୪ଜଣ ଅଜଣା ବ୍ୟକ୍ତି ଏକ କାର ଯୋଗେ ଆସି ତାଙ୍କ ଗାଡିକୁ ଅଟକାଇ ସେମାନଙ୍କୁ ଭୟଭୀତ କରି ୪ଲଷ ୧୬ହଜାର ୯୧୦ଟଙ୍କା ଲୁଟି ନେଇ ସେଠାରୁ ପଳାଇ ଯାଇଥିଲେ । ପରେ ଉଭୟେ ବରଗଡ ଆସି ତାଙ୍କ ମାଲିକ ମୁକେଶ ଅଗ୍ରୱାଲାଙ୍କୁ ଘଟଣା ବିଷୟରେ କହିବା ପରେ ମୁକେଶ ରାମପୁର ଥାନାକୁ ଆସି ଏହି ଘଟଣା ବାବଦରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଏ ସମ୍ପର୍କରେ ଥାନାରେ କେଶ ନମ୍ବର ୪୩/ତା ୩ . ୫. ୨୨ ଆନୁସାରେ ଏକ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ କରଥିଲେ । ଏହି ଘଟଣାରେ ସଂପୃକ୍ତ ଥିବା ବରଗଡର ତୋରା ସୁତା କଳ ନିକଟସ୍ଥ ପଦ୍ମ ବାହାଦୂର (୪୨) , ବରଗଡ଼ ସହରର , ଆଶିଷ ରଞ୍ଜନ ମହାନନ୍ଦ (୨୪) , ରାମ ଦାସ (୨୩) , ଓ ନିରୋଜ ହରିପାଳ (୨୫) କୁ ଗିରଫ କରିଛି । ସେମାନଙ୍କୁ ଠାରୁ ୭୪ହଜାର ଟଙ୍କା , ୪୩ହଜାର ୮୮୫ ଟଙ୍କାର ଏଲ ଆଇ ସି ପ୍ରିମିୟମ ଏମ ଆର , ୨ଟି ମୋବାଇଲ ସହ ସିମ ଓ ବ୍ୟବହୃତ ଆର୍ଟିଗା କାର ନମ୍ବର ଓଡ଼ି 15 K 9889କୁ ଜବତ କରିଛି । ଏଥିରେ ସମ୍ପୃକ୍ତ ଥବା ୪ ଅଭିଯୁକ୍ତକୁ କୋଟକୁ ଚାଲାଣ କରାଯାଇଛି । ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଅଛି ।ଏହି କେଶର ତଦନ୍ତ ଦାୟିତ୍ବ ଆଇଆଇସି ଏସ.ଏନ ପଧାନ ନେଇଥିବାବେଳେ ଏ ମାନଙ୍କୁ ଗିରଫ କରିବାରେ ଷ୍ଟାଫ ସହଯୋଗ କରିଥିଲେ ।ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ, ସଂଘର୍ଷ ନିଉଜ ।