ଝୁଲନ୍ତା ମହିଳାଙ୍କ ମୃତଦେହ ପୋଲିସ ଦ୍ବାରା ଉଦ୍ଧାର

13

Get real time updates directly on you device, subscribe now.

ରାଇରଙ୍ଗପୁର (ସଂଘର୍ଷ ମିଡିଆ) : – ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କୁସୁମି ବ୍ଳକର କେନ୍ଦ୍ରେଇ ଗ୍ରାମର ଜନୈକ ମହିଳା ଗୁରୁବାର ଅପରାହ୍ନ ୪ଟା ପାଖାପାଖି ସମୟରେ ଘର ଭିତରେ ଫାଶି ହୋଇ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ କେନ୍ଦ୍ରେଇ ଗ୍ରାମର ମୋଙ୍ଗିଲାଲଙ୍କ ପତ୍ନୀ ବନିତା ବେହେରା (୨୯) ବର୍ଷ ହୋଇଥିଲେ । ପୋଲିସ ଶୁକ୍ରବାର ଦିନ ଘଟଣାସ୍ଥଳରେ ମୃତକଙ୍କୁ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା କେଶ ନମ୍ବର-୧୭୭/୨୨ ରୁଜୁ କରି ଶବକୁ ବ୍ୟବଛେଦ କରାଇ ସଂପର୍କୀୟଙ୍କୁ ହସ୍ତାନ୍ତର କରିଛି । ମହିଳାଙ୍କ ବାପଘର ଲୋକେ ବଧୂ ନିର୍ଯାତନା ନେଇ ଲିଖିତ ଅଭିଯୋଗ କରିଛନ୍ତି ।ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଏବଂ ପୋଲିସ ତଦନ୍ତ ପରେ ଅସଲି ତଥ୍ୟ ଲୋକଲୋଚନକୁ ଆସିବ ।ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More