ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତ ଦେହ ଉଦ୍ଧାର ,ପୋଲିସର ତଦନ୍ତ ଜାରି

14

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ) : – ,କଲାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଡହଗାଁ ଓ ସାରସମାଲ ମଧ୍ୟ ଭାଗରେ ଥିବା ଗୋଚିଆ ଡ଼ଙ୍ଗର ପାଖରେ ଜଣେ ମହିଳାଙ୍କ ସନ୍ଦେହ ଜନଙ୍କ ମୃତ ଦେହ ଗଛରେ ଝୁଲୁଥିବା ଅବସ୍ଥା ପୋଲିସ ଉଦ୍ଧାର କରିଛି । ସୁଚନା ଯୋଗ୍ୟଯେ ସକାଳୁ ସକାଳୁ ଲୋକେ ନିଜ ବିଲ ବାଡ଼ି କୁ ଯିବା ସମୟରେ ମହିଳା ଙ୍କ ଏହି ଝୁଲନ୍ତା ମୃତ ଦେହ ଦେଖି ସ୍ଥାନୀୟ ସରପଞ୍ଚ ଓ ପୋଲିସ କୁ ସୂଚନା ଦେଇଛନ୍ତି l ପରେ ଘଟଣା ସ୍ଥଳରେ କୋକସରା ଦାୟିତ୍ୱ ରେ ଥିବା ପୋଲିସ ସବ୍ ଇନିସ୍ପେକ୍ଟର କୁମାରୀ ସତନାମୀ ଟିମ ସହ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ ଏବଂ ଶବ ବ୍ୟବଚ୍ଛେଦ ପାଇଁ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇ ଥିଲେ । ମୃତ ମହିଳା ଜଣକ କଣ୍ଟାବାଞ୍ଜି ଅଞ୍ଚଳ ର ଲୋକେଶ୍ରୀ କ ଅଁର ବୋଲି ଜଣା ପଡିଛି, ସେ ଦୀର୍ଘ ଦୁଇବର୍ଷ ତଳେ ନୂଆପଡା ଜିଲ୍ଲା ସିଏଲଲଟି ଗ୍ରାମର ହେମନ୍ତ ମାଝୀ ବୋଲାଉଥିବା ବ୍ୟକ୍ତି ଙ୍କ ସହିତ ପ୍ରେମ ବିବାହ କରି ଶୁଖ ଦୁଃଖରେ ନିଜର ସଂସାର ଆରମ୍ଭ କରି ଥିଲେ l ପରିବାର ଗୁଜୁରାଣ ମେଣ୍ଟେଇବା ପାଇଁ ପଥର ନିର୍ମିତ, ଘରୋଇ ଉପକରଣ ଶିଳ, ରୋବେନ, ଜୋତା ଆଦି ତିଆରି କରି ଗାଁ ଗାଁ ବୁଲି ବିକ୍ରି କରି ନିଜ ପେଟପାଟଣା କରି ଚଲି ଆସୁଥିଲେ।, ସେମାନେ ସାରସମାଲ ପାଖ ଝାରବନ୍ଧ ପଡା ରେ ରହି ଆସୁଥିଲେ l ମୃତ୍ୟୁ ର କାରଣ ଅସ୍ପଷ୍ଟ ଥିବା ବେଳେ ଗ୍ରାମ ବାସୀ ଏହାଏକ ନିଶ୍ଚିତ ହତ୍ୟାକାଣ୍ଡ ହୋଇ ଥିବ ବୋଲି ମତ ପ୍ରକାଶ କରିଛନ୍ତି । କୋକସରା ପୋଲିସ ବର୍ତ୍ତମାନ ଘଟଣାର ତଦନ୍ତ ଜାରିରଖିଛି । ତଦନ୍ତ ପରେ ହିଁ ସତ୍ୟତା ପଦାକୁ ଆସିବ ବୋଲି ପୋଲିସ ପକ୍ଷରୁ ସୁଚନା ରହିଛି । କଳାହାଣ୍ଡି ଜିଲ୍ଲା କୋକସରାବ୍ଲକ ରୁ ପୁରୁଷୋତ୍ତମ ସିଂହ ରାଜପୁତ ଙ୍କସହ ନାରାୟଣ ପ୍ରସାଦ ନାଏକ ଙ୍କ ରିପୋର୍ଟ ସଘର୍ଷ ନିଉଜ

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More