ଝୁଲନ୍ତା ଅବସ୍ଥାରେ ନିଜ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର

15

Get real time updates directly on you device, subscribe now.

ଖୋର୍ଦ୍ଧା(ସଂଘର୍ଷ ମିଡିଆ) : -ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ମୁସଲମାନ ସାହିରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା, ବାଲୁଗାଁ ମୁସଲମାନ ସାହିର ନିଶାର ଅଲ୍ଲୀ ଖାନଙ୍କ ପୁତ୍ର ଶକୁରଅଲ୍ଲୀ ଖାନ,ବୟସ 42 ନିଜ ଘରେ ଝୁଲନ୍ତା ଅବସ୍ଥାରେ ଥିବାଦେଖି ଶକୁରଙ୍କୁ ପରିବାର କିଛି ଲୋକ ସଙ୍ଗେ ସଙ୍ଗେ ବାଲୁଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ , କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କିଛି ଦିନହେଲା ପରିବାରରେ ଝଗଡା ଲାଗି ରହଥିଲା କିନ୍ତୁ ଗୋଟିଏ ଦିନ ପୁର୍ବରୁ ଶକୁର ଖାନଙ୍କ ଧର୍ମ ପତ୍ନୀ ନିଜ ଦିଅର ତହୁର ଅଲି ଖାନ ନାମରେ ବାଲୁଗାଁ ଥାନାରେ ଏକ ମାମଲା ରୁଜୁ କରିଥିଲେ। ଶକୁର ଖାନଙ୍କ ଧର୍ମ ପତ୍ନୀ ଓ ତିନୋଟି ପିଲାଙ୍କୁ ଧରି ନିଜ ବାପ ଘରେ ଥିବା ଅବସ୍ଥାରେ ସ୍ୱାମୀଙ୍କ ମୃତ ଦେହ ନିଜ ଘରୁ ମିଳିବା ଏକ ସନ୍ଦେହ ଘେରରେ । ତୁରନ୍ତ ଖବର ପାଇ ବାଲୁଗାଁ ପୋଲିସ ଆସି ମୃତ ଶରୀରକୁ ଜବତ କରିବା ସହ ଏନେଇ ଅଧିକ ତଦନ୍ତ ଜାରିରଖିଛି ବାଲୁଗାଁ ପୋଲିସ l ଖୋର୍ଦ୍ଧାରୁ ବିରେନ କୁମାର ସାହୁଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More