ଝୁମକାପାହାଡି ଗ୍ରାମରେ ମହିଳାଙ୍କ ଝୂଲନ୍ତା ଶବ ପୋଲିସ ଦ୍ବାରା ଉଦ୍ଧାର

22

Get real time updates directly on you device, subscribe now.

ରାଇରଙ୍ଗପୁର (ସଂଘର୍ଷ ମିଡିଆ) : – ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ଗୋରୁମହିଷାଣୀ ଥାନା ଅନ୍ତର୍ଗତ ବିଜାତଳା ବ୍ଳକର ଶରଗଡ଼ା ପଞ୍ଚାୟତର ଝୁମକାପାହାଡି ଗ୍ରାମର ଜନୈକ ମହିଳା ଲୁଗା ଶାଢ଼ୀରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ସୂଚନାଯୋଗ୍ୟ ଝୁମ୍ପୁକାପାହାଡି ଗ୍ରାମର ବିବାହିତ ମହିଳା ପୁଷ୍ପାଞ୍ଜଳି ମାଝୀ(୨୦) ଗୁରୁବାର ଦିନ ଅପରାହ୍ନ ୪ ଟା ପାଖାପାଖି ସମୟରେ ଘରେ କେହି ନଥିବା ସମୟରେ ଗୃହ ଭିତରେ ଲୁଗା ଲଗାଇ ଫାଶୀ ହୋଇଥିଲେ ।ପରେ ଘର ଲୋକେ ଜାଣି ଥାନାକୁ ଜଣାଇଥିଲେ । ଶୁକ୍ରବାର ଦିନ ମାଜିଷ୍ଟ୍ରେଟ ବିଜାତଳା ବ୍ଳକର ଅତିରିକ୍ତ ତହସିଲଦାର ଓ ଗୋରୁମହିଷାଣୀ ପୋଲିସ ଉପସ୍ଥିତିରେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ପୋଲିସ ଏକ ଅପମୃତ୍ୟୁ ମାମଲା କେଶ ନଂ ୨୧/୨୨ ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇଥିଲା ।ମୃତ ମହିଳାଙ୍କ ସ୍ବାମୀ ଲାଲମୋହନ ମୁର୍ମୁ ରାଞ୍ଚିରେ ସିଆରପିଏଫ କାର୍ଯ୍ୟରତ ସୈନିକ ।ଦୁଇ ଅଢେଇ ବର୍ଷ ହେଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ନିୟତି ଗ୍ରାମର ସାଲୁରାମ ମାଝୀଙ୍କ ଝିଅ ପୁଷ୍ପାଞ୍ଜଳି ସହ ଲାଲମୋହନଙ୍କ ପ୍ରେମ ବିବାହ ହୋଇଥିଲା । ଦୁଇବର୍ଷ ହେଲା ଛୁଆପିଲା ହେଉ ନ ଥିବାରୁ ସ୍ବାମୀ ସ୍ତ୍ରୀଙ୍କର ମନୋମାଳିନ୍ଯ ଘଟୁଥିଲା । ଜୋଇଁ ଝିଅ ପୁଷ୍ପାଞ୍ଜଳୀ କୁ ଏହି ଘଟଣା ନେଇ ମାନସିକ ନିର୍ଯ୍ୟାତନା ଦେଉଥିଲେ ଯାହାଫଳରେ ଝିଅ ତାଙ୍କର ମାନସିକ ଭାରସାମ୍ୟ ହରାଇ ଏଭଳି ଅଭାବନୀୟ ଘଟଣା ଘଟାଇବାକୁ ବାଧ୍ୟ ହୋଇଥିଲା ବୋଲି ଗଣମାଧ୍ୟମକୁ କହିଥିଲେ ।ପୋଲିସ ଉଚ୍ଚ ସ୍ତରୀୟ ତଦନ୍ତ କରି ତାଙ୍କ ଝିଅକୁ ନ୍ୟାୟ ପ୍ରଦାନ ପାଇଁ ଗଣମାଧ୍ୟମ ସମ୍ମୁଖରେ ନିବେଦନ କରିଥିଲେ । ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More