ଝିରପାଣି ଠାରେ ରାହାସ ଉତ୍ସବ ପାଳିତ

51

Get real time updates directly on you device, subscribe now.

ବିଶ୍ରା(ସଂଘର୍ଷ ମିଡିଆ) : -ଦୀର୍ଘ ସତୁରି ବର୍ଷରୁ ଉର୍ଦ୍ଧ ସମୟ ଧରି ପାରମ ପରିକ ଶୈଳୀରେ ଚାଲିଆସିଥିବା ଝିରପାଣି ରାହାସ ଉତ୍ସବ ରାହାସ ପଡିଆ ଠାରେ ପାଳିତ ହୋଇଯାଇଛି !ରାହାସ ପୂଜା କମିଟି ପକ୍ଷରୁ ପବିତ୍ର କାର୍ତ୍ତିକ ପୁର୍ଣିମା ରାତ୍ରିରେ ପାଳିତ ହେଉଥିବା ଏହି ଉତ୍ସବରେ ଶ୍ରୀକୃଷ୍ଣ ରାଧାଙ୍କ ର ପୂଜା ଅନୁଷ୍ଠିତ ହୋଇଥିଲା !ଏହି ଅବସରରେ ଏକ ଶୋଭା ର ଆୟୋଜନ କରାଯାଇଥିଲା ଯେଉଁ ଥିରେ ମୁଖ୍ୟ ଅତିଥି ଭାବରେ ବିଜୁ ଜନତା ଦଳ ରାଉରକେଲା ନଗର ସଭାପତି ଗଗନ ପଣ୍ଡା ଯୋଗ ଦେଇ ଉଦ୍ୟକ୍ତା ମାନଙ୍କୁ ଅଗାମି ଦିନରେ ଏହାକୁ ବ୍ୟାପକ କରିବାକୁ ଉତ୍ସାହିତ କରିଥିଲେ !କମିଟିର ସାଧାରଣ ସମ୍ପାଦକ ମନୋଜ କୁମାର ସାମଲ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ !କାର୍ଯ୍ୟକ୍ରମକୁ ସାଂସ୍କୃତିକ ସମ୍ପାଦକ ରଞ୍ଜିତ କୁମାର ବୋଷ ପରିଚାଳନା କରିଥିଲେ !ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷୋଧ ସଭା ସୁଶୀଲ କିଣ୍ଡ, ସମିତି ସଭ୍ୟା ପ୍ରତିମା ପାତ୍ର,ସରପଞ୍ଚ ଅଜିତ ତୀର୍କି, କମିଟି ଅଧ୍ୟକ୍ଷ ମିତ୍ର ଭାନୁ ପଣ୍ଡା, ସୁରା ଓରାମ,ଚକ୍ରଧର ମଲିକ, ଜୟନ୍ତ ପତି, ଶ୍ୟାମ ତନ୍ତି ଯୋଗ ଦେଇଥିଲେ !କାର୍ଯ୍ୟକାରୀ ସମ୍ପାଦକ ଶିବାନନ୍ଦ ନାଗ ଧନ୍ୟବାଦ ଅର୍ପଣ କରିଥିଲେ !ଏହି ଅବସର ରେ କଳାକାର ଦୀପକ ସାହୁଙ୍କ ଉଦ୍ୟମରେ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା !ପାରମ ପାରିକ ନୃତ୍ୟ ଝୁମେର, କୀର୍ତ୍ତନ ଓ ସମସେର ଖାନ ଙ୍କ ମେଲୋଡିରେ ଦର୍ଶକ ମାନେ ଝୁମିଥିଲେ ସୁଦୁର ରାଞ୍ଚିର ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ସମୀର ହେମ୍ବ୍ରମ ଯୋଗ ଦେଇଥିଲେ !କାର୍ଯ୍ୟକ୍ରମକୁ ସଫଳକରିବାରେ ସଭାପତି ଅଶୋକ ମାଝି, ମହେନ୍ଦ୍ର କୁମ୍ଭାର, ଫୁଲ ଚାନ୍ଦ କୁମ୍ଭାର, ବିଜୟନନ୍ଦ ନାଗ, ରବୀନ୍ଦ୍ର କୁମ୍ଭାର, ଗେଦା କୁମ୍ଭାର, ହାଲୁ ମୁଣ୍ଡାରୀ, ଜୀତୁ ରାଓ, ଆଲୋକ କୁମ୍ଭାର,ସୁରେଶ ମାହାଲି, ସୁରେଶ ବଡାଇକ, ଭୁ ସାଗର କୁମ୍ଭାର, ଗଣେଶ ଲୋହାର, ନୀଳମଣି ମୁଣ୍ଡାରୀ, ଲକ୍ଷ୍ମଣ ତନ୍ତି ,ପ୍ରମୁଖ କାର୍ଯ୍ୟକ୍ରମ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ !

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More