ଝିରପାଣି ଏକତା ଗ୍ରୁପ ପକ୍ଷରୁ ପଣା ବଣ୍ଟନ

10

Get real time updates directly on you device, subscribe now.

ରାଉରକେଲା(ସଂଘର୍ଷ ମିଡିଆ ) : ଝିରପାଣି ଏକତା ଗ୍ରୁପ ପକ୍ଷରୁ ଆଜି ସେକଟର 20 ପାଣିଟାଙ୍କି ଛକ ଠାରେ ମହା ବିଷୁବସଂକ୍ରାନ୍ତି ଉପଲକ୍ଷେ ପଣା ବଣ୍ଟା ଯାଇଥିଲା । ଓଡ଼ିଆ ନୂତନ ବର୍ଷ ଉପଲକ୍ଷେ ମୁଖ୍ୟ ଅତିଥି ସ୍ଥାନୀୟ ବିଧାୟକ ସାରଦା ପ୍ରସାଦ ନାୟକ ଉପସ୍ଥିତ ରହି ଏକତା ଗ୍ରୁପ କୁ ଉତ୍ସାହିତ କରିବା ସହ ନୂତନ ବର୍ଷର ଶୁଭେଚ୍ଛା ଜଣାଇଥିଲେ । ସନମାନୀୟ ଅତିଥି ଭାବେ ଟାଉନ ସଭାପତି ଗଗନ ପଣ୍ଡା, ମିନତୀ ଦେବତା, ମିନତୀ ବିଶ୍ୱାଳ, ଜୟଶ୍ରୀ ପାଣିଗ୍ରାହୀ, ସଂଜୀବ ମହାନ୍ତି ଉପସ୍ଥିତ ରହି ପଣା ର ଆନନ୍ଦ ନେବା ସହ ଏକତା ଗ୍ରୁପର ସମସ୍ତ ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇବା ସହ ସମାଜରେ ଲୋକଙ୍କ ହିତରେ ଆସୁଥିବା ଅନେକ କାମ ଏକତା ଗ୍ରୁପ କରିଆସୁଥିବାରୁ ଆମେ ସଦା ସର୍ବଦା ଏହି ଗ୍ରୁପ ସହିତ ଅଛୁ ବୋଲି କହିଥିଲେ । ଗ୍ରୁପର ସଦସ୍ୟ ମାନେ ଟଙ୍କ ତରାଣୀ ଓ ବିଭିନ ଫଳରେ ପ୍ରସ୍ତୁତି ପଣା ତିଆରି କରି ଶହ ଶହ ଲୋକଙ୍କୁ ବାଣ୍ଟି ଥିଲେ । ଗ୍ରୁପର ସଭାପତି ବସୁମତୀ ମହାନ୍ତି, ଵାଲା ନାଥ, ନମିତା ରାଉତ, ରଞ୍ଜିତ ବୋଷ, ରୀତା ସାମଲ, ସୁଷମା ଡାଙ୍ଗ,ଶାନ୍ତିଲତା ବେହେରା, ସ୍ବର୍ଣ୍ଣ, ଗୌରୀ, ଶର୍ମିଲା, ଅନିତା, ରାହୁଲ, ସୁରେନ୍ଦ୍ର ପତ୍ରୀ ଓ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ରହି ପଣା ବାଣ୍ଟିବାରେ ସହଯୋଗ କରିଥିଲେ। ସୁନ୍ଦରଗଡ଼ ବ୍ୟୁରୋ ରାନୁ ମହାପାତ୍ରଙ୍କ ରିପୋର୍ଟ ସଂଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More