ଝିଅର ସନ୍ଦେହ ଜନକ ମୃତ୍ୟୁ ଘଟଣାକୁ ନେଇ ସାତ ଦିନ ପରେ ଦୁଇ ଗୋଷ୍ଠୀ ଥାନାର ଦ୍ୱାରସ୍ଥ

11

Get real time updates directly on you device, subscribe now.

ମାଲକାନଗିରି(ସଂଘର୍ଷ ମିଡିଆ) : – ଜଣେ ଝିଅର ସନ୍ଦେହ ଜନକ ମୃତ୍ୟୁ ଘଟଣାକୁ ନେଇ ସାତ ଦିନ ପରେ ଦୁଇ ଗୋଷ୍ଟି ଥାନାର ହେଲେ ଦ୍ୱାରସ୍ତ। ହଁ ଦର୍ଶକ ବନ୍ଧୁ କିଛି ଏଭଳି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ଆଜି ଉପାନ୍ତ ଜିଲ୍ଲା ମାଲକାନଗିରିର ଆଦର୍ଶ ଥାନା ପରିସରରେ । ସୂଚନା ମୁତାବାକ କୋରକୋଣ୍ଡା ବ୍ଲକ ଅନ୍ତର୍ଗତ ଏମ୍ଭି49 ଗ୍ରାମର ହର କୁମାର କର୍ମକାରଙ୍କ ଝିଅ ସ୍ୱପ୍ନା କର୍ମକାର ସାତ ଦିନ ପୁର୍ବେ ବେକରେ ଦଉଡି ଦେଇ ଏକ ଆମ୍ବ ଗଛରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିଥିଲେ । ଯାହାର ଖବର ପାଇ ଏମ୍ଭି49 ଗ୍ରାମର ଗ୍ରାମବାସୀ ମୃତ ଝିଅଟିକୁ ଗ୍ରାମର ମଶାଣୀକୁ ନେଇ ଶେଷ କୃତ୍ୟ ସମ୍ପାଦନା କରିଥିଲେ । ତେବେ ଏହି ଘଟଣାର କୌଣସି ଏକ ସୂତ୍ରରୁ ଖବର ପାଇ ଜିଲ୍ଲାର ମାନବ ଅଧିକାର କର୍ମୀ ମାନେ ଏମ୍ଭି49 ଗ୍ରାମରେ ପହଞ୍ଚି ପରିବାର ବର୍ଗଙ୍କ ସହ କଥା ହୋଇଥିଲେ ତେବେ ଗ୍ରାମବାସୀ ମାନେ ମିଶି ଝିଅଟିକୁ ହତ୍ୟା କରିଥିବା ନେଇ ମାନବାଧିକାର କର୍ମୀଙ୍କ ପାଖରେ ମୃତ ସ୍ୱପ୍ନାଙ୍କ ମା ସ୍ୱୀକାର କରିଥିଲେ । ଯାହାକୁ ନେଇ ମାନବ ଅଧିକାର କର୍ମୀ ମାନେ ଏମ୍ଭି49 ଗ୍ରାମର ଗ୍ରାମବାସୀଙ୍କୁ ଡାକି ପୋଲିସକୁ ନ ଜଣାଇ କାହିଁକି ମୃତ ଝିଅଟିର ଶବ କୁ ଅନ୍ତିମ ଶସ୍କାର କଲ ବୋଲି ପ୍ରଶ୍ନ କରିବା ସହ ମାନବ ଅଧିକାର କର୍ମି ମାନଙ୍କ ସହାୟତାରେ ମୃତ ସ୍ୱପ୍ନାଙ୍କ ପରିବାର ଆଜି ଏମଭି49 ଗ୍ରାମର ଗ୍ରାମବାସୀଙ୍କ ନାମରେ ମାଲକାନଗିରି ଥାନାରେ ଏତଲା ଦେଇଛନ୍ତି । ତେବେ ଗ୍ରାମବାସୀ ମାନେ ମୃତ ଝିଅ ସ୍ୱପ୍ନାର ପରିବାର ଗରିବ ହୋଇଥିବା ବେଳେ ଆମେ ସମସ୍ତ ଗ୍ରାମବାସୀ ମିଳିତ ଭାବେ ଝିଅଟିର ଶବକୁ ଅନ୍ତିମ କ୍ରିୟା ସମ୍ପାଦନା କରିଥିଲୁ କିନ୍ତୁ ମାନବ ଅଧିକାର କର୍ମୀ ମାନେ ଆମକୁ ଓଲଟା ଭୟବିତ କରାଇବା ସହ ଦୁଇ ଲକ୍ଷଟଙ୍କା ଚାନ୍ଦା ନଦେଲେ ସମସ୍ଥ ଗ୍ରାମବାସୀଙ୍କୁ ମିଛ କେଶରେ ଫସାଇ ଦିଆଜିବ ବୋଲି ଧମକ ଦେଇଥିବାରୁ ଆମେ ସମସ୍ତ ଗ୍ରାମବାସୀ ଏକଜୁଟ ହୋଇ ସତ୍ୟ ସାମ୍ନାକୁ ଆସୁ ବୋଲି ଚିନ୍ତା କରିବା ସହ ମାନବ ଅଧିକାର କର୍ମୀଙ୍କ ନାମରେ ଅଭିଯୋଗ କରି ଏତଲା ଦେଇଥିବା କହିଛନ୍ତି । ତେବେ ମାଲକାନଗିରି ଆଦର୍ଶ ଥାନାରେ ଉଭୟଙ୍କ ଅଭିଯୋଗକୁ ଗ୍ରହଣ କରାଯାଇ ଉଭୟଙ୍କ ନାମରେ କେସ ରୁଜୁ କରାଯାଇଛି ଏହା ସହ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ମାଲକାନଗିରି ଆଦର୍ଶ ଥାନା ଅଧିକାରୀ କହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More