ନବରଙ୍ଗପୁର(ସଂଘର୍ଷ ମିଡିଆ) : ନବରଙ୍ଗପୁର୍ ଜିଲ୍ଲା ଝରିଗାଁ ବ୍ଲକ ଚିତାବେଡା ଗ୍ରାମ ପଞ୍ଚାୟତ ର ଡୁମରପଦର ଗ୍ରାମର ମନ ଭତ୍ରାଙ୍କ ସ୍ତ୍ରୀ ପୁନେଇ ଭତ୍ରା ବୟସ(୪୦)ଦୁଇ ଦିନ ହେଲା ଝାଡା ବାନ୍ତି ରେ ଆକ୍ରାନ୍ତ ହୋଇ ଥିଲେ।ଗତ କାଲି ସନ୍ଧ୍ୟାରେ ଉମରକୋଟ ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଆଣି ଥିଲେ।ସ୍ଵାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିବା
ପରେ ଡାକ୍ତର ଶେଖର ସୁମନ ଦାଶ ସ୍ଵାସ୍ଥ୍ୟ ପରିକ୍ଷା କରି ଜାଣିଲେ ଜେ ମହିଳାଙ୍କ ମ୍ରୁତ୍ୟୁ ହୋଇ ଜାଇଛି।ମ୍ରୁତକ ପରିବାରକୁ ମହିଳାଙ୍କ ମ୍ରୁତ୍ୟୁ ଖବର ଜଣାଇ ଥିଲେ।ସମ୍ପ୍ରୁକ୍ତ ଗ୍ରାମରେ ଆହୁରି ୩/୪ ଜଣ ବ୍ୟକ୍ତି ଝାଡା ବାନ୍ତିରେ ଆକ୍ରାନ୍ତ ହୋଇ ଥିବାର ସୁଚନା ଦେଇ ଥିଲେ।ଉକ୍ତ୍ ସୁଚନା ପାଇ ସମ୍ପୁକ୍ତ ଗ୍ରାମରେ ଡାକ୍ତରୀ ଟିମ୍ ପହଞ୍ଚି
ଗ୍ରାମର ଲୋକମାନଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିବାରୁ ୧୪ ଜଣ ଝାଡା ବାନ୍ତି ରେ ଆକ୍ରାନ୍ତ ଥିଲେ,ଔଷଧ ଖାଇବା ପରେ ଏବେ ସମସ୍ତେ ଭଲ ଥିବା ଜଣାଯାଇଛି।ଏବେ ସେହି ଗ୍ରାମ ଝାଡାବାନ୍ତି ମୁକ୍ତ ରହିଛି,ଡାକ୍ତରୀ ଦଳ ସମ୍ପୃକ୍ତ ଗ୍ରାମ ବାସୀ ଙ୍କୁ ପରିସ୍କାର ପରିଛନ୍ନ ରହିବା ସହିତ ପାନିୟ ଜଳକୁ ଫୁଟାଇ ପିଇବା ନେଇ ପରାମର୍ଶ ଦେଇ ଥିଲେ।
ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।
Get real time updates directly on you device, subscribe now.