ରାଇରଙ୍ଗପୁର(ସଂଘର୍ଷ ମିଡିଆ ) : ପଡୋଶୀ ଝାଡଖଣ୍ଡ ରାଜ୍ଯରେ ଝାଡ଼ଖଣ୍ଡ ରାଜ୍ୟର ଝାମୁମୋ ଗଠବନ୍ଧନ ହେମନ୍ତ ସୋରେନଙ୍କ ସରକାରକୁ କେନ୍ଦ୍ର ବିଜେପି ସରକାର ଅସ୍ଥିରତା ସୃଷ୍ଟି କରିବା,ଇଡି ଓ ସିବିଆଇର ଦୂରୁପଯୋଗ କରିବା ନେଇ ଝାଡ଼ଖଣ୍ଡ ମୁକ୍ତି ମୋର୍ଚା ଦଳ ତରଫରୁ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି ।ଓଡ଼ିଶା ପ୍ରଦେଶ ଝାଡ଼ଖଣ୍ଡ ମୁକ୍ତି ମୋର୍ଚା ତରଫରୁ କେନ୍ଦ୍ର ସରକାରଙ୍କ ସାଂବିଧାନ ବିରୋଧୀ ନୀତି ନେଇ ରାଇରଙ୍ଗପୁରରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚା କାର୍ଯ୍ୟାଳୟ ସମ୍ମୁଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ କୁଶପୁତ୍ତଳିକା ଦାହ ବୁଧବାର ଅପରାହ୍ନରେ କରାଯାଇଛି । ଏଥିରେ କେନ୍ଦ୍ରୀୟ କମିଟି ନିର୍ଦେଶ କ୍ରମେ ବରିଷ୍ଠ ଝାମୁମୋନେତା ସନାତନ ମୁଣ୍ଡାଙ୍କ ନେତୃତ୍ବରେ ନେଇଥିଲେ । କେନ୍ଦ୍ର ସରକାରଙ୍କ ଫାଶୀବାଦ ଓ ଏକଛତ୍ରବାଦ ନୀତିର ବିରୁଦ୍ଧରେ ତିବ୍ର ଭର୍ତ୍ସନା କରିଥିଲେ । କାର୍ଯ୍ୟକ୍ରମରେ ସେକ ଅବଦୁଲ ମନାନ, ମନୋଜ ବାରିକ,କାଳୀଚରଣ ଟୁଡୁ, ଘନଶ୍ୟାମ ପିଙ୍ଗୁଆ,ଭାଗବତ ମାଝୀ,ଉଦୟ ମାଝୀ, ଭୁବନ ଟୁଡୁ,ବ୍ରଜ ଗୋପାଲ ନାଏକ,ବିଭୀଷଣ ପାତ୍ର ସମେତ ବହୁ ଦଳୀୟ କର୍ମୀ ସାମିଲ ହୋଇଥିଲେ । ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ ।