ରାଇରଙ୍ଗପୁର(ସଂଘର୍ଷ ମିଡିଆ ) : ଆଗକୁ ୨୦୨୪ ସାଧାରଣ ନିର୍ବାଚନ । ଏଥିପାଇଁ ଓଡ଼ିଶା ପ୍ରଦେଶ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ଅଂଜନୀ ସୋରେନ ଦଳର ମଙ୍ଗ ଧରିଛନ୍ତି । ତୃଣମୂଳ ସ୍ତରରୁ ଦଳର ସଂଗଠନକୁ ଦୃଢିଭୁତ କରିବାପାଇଁ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି । ଏଥିପାଇଁ କିଛି ଦିନ ପୂର୍ବେ ଦଳର ସବୁ ଛାମୁଆଁ ସଂଗଠନକୁ କିଛି ମାସ ପୂର୍ବେ ଭାଙ୍ଗି ଦେଇଥିଲେ । ଦଳକୁ ପୁଣିଥରେ ତୃଣମୂଳ ସ୍ତରରୁ ସଜାଡ଼ିବା ପାଇଁ ସଭାନେତ୍ରୀ ଅଂଜନି ସୋରେନ ମୟୁରଭଞ୍ଜର ନୂତନ ଜିଲ୍ଲା କମିଟି ଗଠନ କରିଛନ୍ତି ।ବିଶେଷତଃ ଯୁବଗୋଷ୍ଠୀଙ୍କୁ ପ୍ରାଧାନ୍ଯ ଦେଇଛନ୍ତି । ଆଜି ମୟୂରଭଞ୍ଜ ଜିଲ୍ଲାର କୁସୁମି ବ୍ଲକର ଘୋଡାଡେଗା ନିଜ ବାସ ଭବନ ପରିସରରେ ଦଳୀୟ କାର୍ଯ୍ୟକ୍ରମର ମହା ମିଶ୍ରଣ ପର୍ବ ଆୟୋଜନ କରିଥିଲେ ।ଏଥିରେ ଜିଲ୍ଲାର ୨୬ ଟି ବ୍ଲକ ବାରିପଦା ଏବଂ ରାଇରଙ୍ଗପୁର ମ୍ୟୁନିସିପାଲିଟି ଏବଂ ଉଦଳା ଏବଂ କରଂଜିଆ ଏନଏସିର ବହୁ ବଛା ବଛା ଦଳୀୟ କର୍ମୀବୃନ୍ଦ ଯୋଗଦେଇଥିଲେ । ସେଠାରେ ଆସିଥିବା ନବାଗତ ଦଳୀୟ କର୍ମୀଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବିଭିନ୍ନ ବ୍ଳକରୁ ଆସିଥିବା ଦଳୀୟ ନେତୃବୃଦ ନିଜ ଅଂଚଳର ସମସ୍ଯା ଉପରେ ଆଲୋକପାତ କରିଥିଲେ । ସଂଗଠନକୁ ସୁଦୃଢ କରିବା ପାଇଁ ସମସ୍ତେ ଗୁରୁତ୍ବ ଦେଇଥିଲେ ।ଦଳର ଉଚ୍ଚ ନେତୃବୃନ୍ଦ ,ରାଜ୍ୟ ଉପାଧ୍ୟକ୍ଷ ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତି ରାଜ୍ୟ ସାଂଗଠନିକ ସଂପାଦକ ଦୁବରାଜ ନାଗ, କେନ୍ଦ୍ରୀୟ କମିଟି ସଦସ୍ୟ ପବନ କୁମାର, ଶ୍ଯାମ ଚରଣ କିସ୍କୁ, ରଣଜିତ ବାସ୍କେ,ଆଦରାଣୀ ବେଶ୍ରା,ଦିଲିପ ଦାସ, ସୁନିଲ ମାଝୀ,ସାଲୁ କିସ୍କୁ, ,ସୁନ୍ଦର ମୋହନ ମୁର୍ମୁ,ଦିଲିପ ଦାସ ,ବିଶୋଇ ଜିଲ୍ଲା ପରିଷଦ ସଦସ୍ୟ ଶୀତଲ କିସ୍କୁ,ବିଜାତଳା ଜିଲ୍ଲା ପରିଷଦ ସଦସ୍ୟା ମୀନା ସୋରେନ,ଏବଂ ବହୁ ନେତୃବୃନ୍ଦ ଯୋଗ ଦେଇଥିଲେ । ରାଜ୍ୟ ସଭାନେତ୍ରୀ ଦଳର ଆଭିମୁଖ୍ୟ, ଶୃଙ୍ଖଳା, ଆଦର୍ଶ ଉପରେ ସମସ୍ତ କର୍ମୀଙ୍କୁ ଅବଗତ କରାଇଥିଲେ । ଦଳୀୟ ନେତୃବୃନ୍ଦ ଜମି,ଜଳ,ଜଙ୍ଗଲ ପାଇଁ ଲଢିବା ସହ ଆଂଚଳିକ ସମସ୍ୟାକୁ ଗୁରୁତ୍ବ ଦେଇ ଆନ୍ଦୋଳନ କରି ହକ୍ ହାସଲ ପାଇଁ ଗଣତାନ୍ତ୍ରିକ ଆନ୍ଦୋଳନ କଲେ ଲୋକେ ଦଳ ପ୍ରତି ଆସ୍ଥା ଓ ବିଶ୍ବାସ ରଖିବେବୋଲି ନେତୃବୃନ୍ଦ କହିଥିଲେ ।ଦଳ ଆଗକୁ ବଢିବ ।ଆଗାମି ୨୦୨୪ ସାଧାରଣ ନିର୍ବାଚନ ପାଇଁ ଦଳକୁ ସୁସଂଗଠିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ନିର୍ବାଚନ ଜିତିବା ହାରିବା ବଡ଼ କଥା ନୁହେଁ ।ଦଳକୁ ତୃଣମୂଳ ସ୍ତରରେ ସୁଦୃଢ କରିବା ଦାୟିତ୍ବ ସମସ୍ତେ ନେବା ଉଚିତ ବୋଲି କହିଥିଲେ ।ଶେଷରେ ପାର୍ବଣ ଋତୁରେ ସମସ୍ତଙ୍କ ଶୁଭ କାମନା କରି ମୟୂରଭଞ୍ଜ ଜିଲ୍ଲାର ନୂତନ କମିଟି କୁ ଘୋଷଣା କରିଥିଲେ । ପରେ ମୟୁରଭଞ୍ଜରେ ଥିବା ଦୁଇଟି ସାଂଗଠନିକ ଜିଲ୍ଲାକୁ ଭାଙ୍ଗି ଗୋଟିଏ ସାଂଗଠନିକ ଜିଲ୍ଲା ଘୋଷଣା କରିଥିଲେ ।ଯୁବ ଟାଣୁଆ ନେତା ସନାତନ ମୁଣ୍ଡାକୁ ଜିଲ୍ଲା ସଭାପତି,ସେକ ଅବଦୁଲ ମନାନ-ସାଧାରଣ ସଂପାଦକ, ଶ୍ରୀ ମୋଟା ବିରୁଆ-ଜିଲ୍ଲା କୋଷାଧ୍ୟକ୍ଷଙ୍କ ସମେତ ସମସ୍ତ ବ୍ଳକ ଓ ପୌରାଞ୍ଚଳର କର୍ମକର୍ତ୍ତାମାନଙ୍କ ନାମ ଘୋଷଣା କରିଥିଲେ । ଦିର୍ଘ ଦିନ ପରେ ଦଳୀୟ କର୍ମୀବୃନ୍ଦ ଏକାଠି ମେଟ୍ ଘାଟ ହୋଇଥିବାରୁ ସମସ୍ତେ ଆନନ୍ଦ ପ୍ରକାଶ କରିଥିଲେ । ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ ।