ଝରୀଗାଁ ବ୍ଲକର ଗାଁ ସାଥୀ ମେଟ ସଙ୍ଘ ଦ୍ୱାରା ବିଡିଓଙ୍କୁ ୫ଦଫା ଦାବୀପତ୍ର ପ୍ରଦାନ

29

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : ଆଜି ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକର ଗାଁ ସାଥୀ ମେଟ ସଙ୍ଘ ଝରୀଗାଁ ତହସିଲ ଅଫିସ ସମ୍ମୁଖରୁ ଏକ ରାଲିରେ ବାହାରି ଝରୀଗାଁ ବ୍ଲକ ଅଫିସ ରେ ପହଂଚି ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଓ ଅନଶନ କରି ଝରୀଗାଁ ବିଡିଓ ଙ୍କୁ ଏକ ୫ଦଫା ଦାବୀପତ୍ର ପ୍ରଦାନ କରିଛନ୍ତି। ଉକ୍ତ ଦାବୀପତ୍ର ରେ ଉଲ୍ଲେଖ କରିଛନ୍ତି କି ଆମ୍ଭ ଝରୀଗାଁ ବ୍ଲକ ରେ ବିନା କାର୍ଯ୍ୟାଦେଶରେ ଓ ଗାଁ ସାଥୀ ମେଟଙ୍କ ଅଜାଣତରେ କାର୍ଯ୍ୟ ସବୁ ହେଉଛି। ଗାଁ ସାଥୀ ମେଟ ତାଙ୍କର ନିଜର ହକ ପ୍ରାପ୍ୟ ପାଉନାହାନ୍ତି।ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଫାଇଲ ସବୁ ଦପ୍ତରରେ ନଥୋଇ ମଧ୍ୟସ୍ଥିଙ୍କ ହାତରେ ଦିଆଯାଉଛି। ଏହି ମାସରେ ଗତ ତା ୨୪-୦୬-୨୦୨୨ ରିଖ ଦିନ ଝରୀଗାଁ ବ୍ଲକ କାର୍ଯ୍ୟାଳୟ ତରଫରୁ ହେଉଥିବା ଚିଠିର ପୁନଃ ବିଚାର ଓ ସରକାରଙ୍କ ଚିଠି ଅନୁସାରେ ଜାତୀୟ ଭ୍ରାମ୍ୟମାଣ ଜାଞ୍ଚ କରି ସାବଧାନ କରାଇବା ପ୍ରଣାଳୀ (NMMS) କରିବାକୁ ବାଧ୍ୟ କରାଯାଉଛି, କିନ୍ତୁ କାମ ନଥିବା ହେତୁ କାର୍ଯ୍ୟର NMMS କରିବାକୁ ଅସୁବିଧା ହେଉଥିବା ସମ୍ୱନ୍ଧେ ଦାବିରେ ଜଣେଇଛନ୍ତି। ଉକ୍ତ କାର୍ଯ୍ୟକ୍ରମ ରେ ମେଟ ସଙ୍ଘ ର ବ୍ଲକ ସଭାପତି ତମ୍ବୁଦାସ ପନକା, ବ୍ଲକ ସମ୍ପାଦକ ଲକ୍ଷ୍ମୀକାନ୍ତ ପାଣ୍ଡେ, ବ୍ଲକ କୋଷାଧ୍ୟକ୍ଷ ଦେବିସିଂ ହରିଜନ, ମହାଦେବ ମାଝୀ, କୃଷ୍ଣଚନ୍ଦ୍ର ମାଝୀ, ତ୍ରିନାଥ ଧୂରୁଆ, ସନମତି ଭତରା, ହୀରାଦେଇ ମାଝୀ, ତୁଳସୀ ମାଝୀ, ଯୁଧିଷ୍ଠିର ସାନ୍ତା, ଚିତ୍ରସେନ ତିୱାରୀ, ବୀରେନ୍ଦ୍ର ପାଣ୍ଡେ ତଥା ବ୍ଲକର ୨୩ ଗୋଟି ପଂଚାୟତ ର ସମସ୍ତ ଗାଁ ସାଥୀ ମେଟ ଉପସ୍ଥିତ ଥିଲେ। ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More