ଝରିଗାଁ ପଞ୍ଚାୟତବାସୀଙ୍କ ପାଇଁ ଏକମାତ୍ର ଭରଷା ଫୁଲଝରିର ଝରଣା ପାଣି

31

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ ) : ନବରଙ୍ଗପୁର ଜିଲ୍ଲାର ଉପାନ୍ତ ଅଞ୍ଚଳ ଝରିଗାଁ, ପଞ୍ଚାଯତ ସମିତିର ଅନେକ ଗାଁରେ ଅହରହ ପିଇବା ପଣି ସମସ୍ୟା ଲାଗିରହିଛି । ଏ ପଟେ ଜଳସ୍ତର ଦିନକୁ ଦିନ କମୁଥିବା ବେଳେ ସରକାରୀ ସ୍ତରରୁ ଯାହା କୁହାଯାଉଛି ଗୋଟିଏ ନଳକୂପ 200 ଫୁଟରୁ ଅଧିକ ଖୋଲାଯାଇ ପାରିବ ନହିଁ । ଯାହାଫଳରେ ନଳକୂପ ଟି କିଛିଦିନ ପରେ ଅଚଳ ହୋଇ ପଡିରହୁଛି ।ଯାହା ଲୋକଙ୍କୁ ପୁଣି ପୂର୍ବ ଦସା ଭୋଗିବାକୁ ପଡୁଛି । ଏଭଳି ଏହି ଗାଁ ଫୁଲଝରି , ଚକଲାପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଏହି ଗାଁ ଦୀର୍ଘଦିନ ହେଲା ପଣି ଟୋପେ ପାଇଁ ଗାଁ ଲୋକେ ଛଟପଟ ହେଉଛନ୍ତି ହେଲେ ଏମାନଙ୍କ ଗୁହାରି ଶୁଣୁଛି କିଏ , ସମସ୍ୟା ଏକ ନୁହେଁ ଅନେକ , ହେଲେ କାହାକୁ କହିବେ କିଏ ବୁଝିବ ଏମାନଙ୍କ ସମସ୍ୟା , ହେଲେ ସବୁଠାରୁ ପ୍ରମୁଖ ସମସ୍ୟା ହେଉଛି ପିଇବା ପାଣି ,ଏମାନେ ପାଣି ଆଣିବା ଲାଗି ଗାଁ ଠାରୁ ପାଖାପାଖୀ ଏକ କିମି ଦୂର ଜଙ୍ଗଲକୁ ଯାଇଥାନ୍ତି , ଆଉ ସେଠାରୁ ଏକ ପଥର କୋରଡ ମଧ୍ୟରୁ ପାଣି ଆଣି ଘର ପରିବାରର ସମସ୍ତେ ପିଇଥାନ୍ତି । ଏମିତିକି ଘରର ଶିଶୁ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ପିଇବାକୁ ବାଧ୍ୟ ହୋଇଥାନ୍ତି । ଗାଁରେ ନଳକୂପ ନିର୍ମାଣ କରାଯାଇଛି ସତ, ସେଥି ମଧ୍ୟରୁ ସବୁ ନଳକୂପ ଅଚଳ ହୋଇ ପଡିରହିଛି , ନାମକୁ ମାତ୍ର ଲୋକ ଯୋଜନାର କଥା କୁହାଯାଉଛି ହେଲେ ଲୋକଙ୍କ ସମସ୍ୟା ଯେମିତିକୁ ସେମିତି । ଏହି ପିଇବା ପାଣିର ସମସ୍ୟା କୁ ନେଇ ଦୀର୍ଘ ଦିନ ହେଲା ଲୋକେ ହନ୍ତସନ୍ତ ହେଉଥିବା ବେଳେ ଅଧିକାରୀ ମାନେ କେବଳ ମନରେଗା ରେ ମାତିଛନ୍ତି ।ଏହି ଚକଲାପଦର ଗ୍ରାମପଞ୍ଚାଯତ ରେ ବିକାଶ କହିଲେ ଲୋକଙ୍କ ଆବଶ୍ୟକତାକୁ ଛାଡି କେବଳ ମାଟି କାମରେ ଅଟକି ରହିଛି । କହିବାକୁ ଗଲେ ଏହି ପଞ୍ଚାୟତରେ ଏମିତି ବି ପରିବାର ଅଛନ୍ତି ଯିଏକି ବର୍ଷ ବର୍ଷ ଧରି ଶାଢୀ ବେଡି ଜୀବନ ବିତାଇ ଆସୁଛନ୍ତି । ଅପରପକ୍ଷେ କହିବାକୁ ଗଲେ ଏହିଅଞ୍ଚଳରେ ପ୍ରାୟ ବର୍ଷା ଋତୁ ଆସିଲେ ଅଧିକାଂଶ ଲୋକେ ଝାଡାବାନ୍ତି ଭଳି ମହାମାରୀର ଶିକାର ହୋଇଥାନ୍ତି ।ତେଣୁ ପ୍ରଶାସନ ଏହାକୁ ଦୃଷ୍ଠୀରେ ରଖି ତୁରନ୍ତ ଫୁଲଝରି ଗ୍ରାମରେ ସମୟ ପୂର୍ବରୁ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରିବା ଲାଗି ଗ୍ରାମବାସୀ ଦାବି କରିଛନ୍ତି । ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More