ଜୟବଡ଼ ସାଇଜ୍ଞାନ ପ୍ଲେ ସ୍କୁଲରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

22

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ ) : -ଜଗତସିଂହପୁର ସଦର ମହକୁମାର ଜୟବଡ଼ ଠାରେ ଥିବା ସାଇଜ୍ଞାନ ପ୍ଲେ ସ୍କୁଲରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି। ପ୍ଲେ ସ୍କୁଲର ଅଧ୍ୟକ୍ଷା ପ୍ରଜ୍ଞା ପାରମିତା ଚୌଧୁରୀ ଅଧ୍ୟକ୍ଷତା କରି 2015 ମସିହା ଜୁନ21ତାରିଖରୁ ବିଶ୍ୱ ଯୋଗ ଦିବସ ରୂପେ ପାଳନ କରି ଆସୁଛି। ମନୁଷ୍ୟର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଯୋଗ ଏକକୁହୁକ କାଠି ବୋଲି କହିଥିଲେ।ଏହି ଯୋଗ କାର୍ଯକ୍ରମରେ ମୁଖ୍ୟ ଅତିଥିଭାବେ ଜିଲା କ୍ରୀଡା ଅଧିକାରିଣୀ ବିଶ୍ୱ ବିଜୟିନୀ ପଟ୍ଟନାୟକ ଯୋଗଦେଇ କହିଥିଲେ ଯୋଗ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଅତ୍ୟନ୍ତ ଉପାଦେୟ ଭୂମିକା ଗ୍ରହଣ କରିଥାଏ।ଆଗାମୀ କାଲିର ଭବିଷ୍ୟତ କୁହାଯାଉଥିବା କୋମଳମତି ପିଲାଙ୍କ ଶାରୀରିକ ତତ୍ତ୍ୱ କ୍ଷେତ୍ରରେ ଗଢି ତୋଳିବା ଏକ ସାଧନା କହିଲେ ଅତ୍ୟୁକ୍ତି ହେବ ନାହିଁ।ଯୋଗ ନିୟମିତ କଲେ ଶରୀର ନିରୋଗ ରହିବା ସହ ସୁସ୍ଥ ଜୀବନ ଯାପନ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ।ବିଦ୍ୟାଳୟର ଶିକ୍ଷୟତ୍ରୀ ସୁଶ୍ରୀ ସଙ୍ଗୀତ କୁନି ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ପ୍ରକାର ଯୋଗ ପ୍ରଶିକ୍ଷଣ ଦେଇଥିଲେ।ଛାତ୍ର ଛାତ୍ରୀ ମାନେ ମଧ୍ୟ ଆନନ୍ଦର ସହିତ ନିଜ ପ୍ଲେ ସ୍କୁଲରେ ଯୋଗ କରିଥିଲେ।ଏହି ଯୋଗ କାର୍ଯ୍ୟକ୍ରମକୁ ସାଇଜ୍ଞାନ ପ୍ଲେ ସ୍କୁଲର ଶିକ୍ଷୟିତ୍ରୀ ସୋନମ ପ୍ରିୟଦର୍ଶୀନି,ଲିପସା ମହାନ୍ତି, ଲିଜା ବଳ, କେୟାର ଟେକର ପ୍ରମୂଖ ପରିଚାଳନା କରିଥିଲେ।ଜଗତସିଂହପୁର ରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More