ଜୟପୁର ଜନତା ଉଚ୍ଚ ବିଦ୍ୟାଳୟର ସୂବର୍ଣ୍ଣ ଜୟନ୍ତି ପାଳିତ

10

Get real time updates directly on you device, subscribe now.

ରାଇରଙ୍ଗପୁର (ସଂଘର୍ଷ ମିଡିଆ ) : – ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ୍ ଅନ୍ତର୍ଗତ ଜାନୁମଘୁଟୁ ଠାରେ ଥିବା ଜୟପୁର ଜନତା ଉଚ୍ଚ ବିଦ୍ୟାଳୟର ସୂବର୍ଣ୍ଣ ଜୟନ୍ତୀ ଧୁମଧାମ୍ ରେ ପାଳିତ ହୋଇଯାଇଛି । ଜନତା ଉଚ୍ଚ ବିଦ୍ୟାଳୟ ଟି ୧୯୬୯ ମସିହାରେ ସ୍ଥାପିତ ହୋଇଥିଲା। ଏହି ବିଦ୍ୟାଳୟ ରେ ନଡା ଛପର ଘରେ ଛାତ୍ରଛାତ୍ରୀ ମାନେ ପାଠ ପଢୁଥିଲେ । କିନ୍ତ ସମୟର ଅତିକ୍ରାନ୍ତ ପରେ ଓଡ଼ିଶା ସରକାର 5ଟି ରେ ଅନ୍ତର୍ଭୁକ୍ତ କରି ସ୍କୁଲ ର ପରିବେଶ ସଂପୂର୍ଣ୍ଣ ଭାବେ ପରିବର୍ତ୍ତନ ହୋଇଯାଇଛି । ବିଦ୍ୟାଳୟରେ ଶହେ ସିଟେଡ୍ ବାଳିକା ଛାତ୍ରୀ ନିବାସ ମଧ୍ଯ ନିର୍ମାଣ କରାଯାଇଛି । ଏହି ବିଦ୍ୟାଳୟରୁ ଅନେକ ଛାତ୍ରଛାତ୍ରୀ ପାଠପଢି ସରକାରୀ , ବେସରକାରୀ ଓ ନେତା ହୋଇଥିବା କଥା ବିଦ୍ୟାଳୟର ଶିକ୍ଷକ ମାନେ ପ୍ରକାଶ କରିଥିଲେ । ସୂବର୍ଣ୍ଣ ଜୟନ୍ତି ଅବସରରେ ପ୍ରଥମ ଦିବସରେ ମୁଖ୍ଯ ଅତିଥି ଭାବେ ମହିଳା ସାଂସଦ ମମତା ମହାନ୍ତ ଯୋଗ ଦେଇଥିଲେ ଦ୍ବିତୀୟ ଅଧିବେଶନ ରେ କୁସୁମୀ ଗୋଷ୍ଠୀ ଅଧିକାରୀ ଲକ୍ଷ୍ମଣ ସୋରେନ୍ ସମ୍ମାନିତ ଅତିଥି ଭାବେ କୁସୁମୀ ୧୧ ନଂ ଜୋନର ଜିଲ୍ଲା ପରିଷଦ ସଭ୍ଯ ରାମଚନ୍ଦ୍ର ମାଝୀ , ରାଇରଙ୍ଗପୁର ପୌରପରିଷଦ ଅଧ୍ୟକ୍ଷ ଅଭିଷେକ ପଟ୍ଟନାୟକ , ଗୋଷ୍ଠୀ ଶିକ୍ଷାଅଧିକାରୀ କପିଳେନ୍ଦ୍ର ଦାସ ଯୋଗଦେଇଥିବା ବେଳେ , ଦ୍ବିତୀୟ ଦିବସରେ ମୁଖ୍ଯ ଅତିଥି ଭାବେ ମହିଳା ,ଶିଶୁବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତି ହେମ୍ବ୍ରମ , ସମ୍ମାନିତ ଅତିଭାବେ ସମାଜ ସେବକ ତଥା ବିଜୁଜନତା ଦଳର ବରିଷ୍ଠ ନେତା ଯୋଗ ଦେଇଥିଲେ । କାର୍ଯ୍ଯରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ପାତ୍ର ବିଦ୍ୟାଳୟର ବିବରଣୀ ପାଠ କରିଥିଲେ , ପରେ ପରେ ମଞ୍ଚ ରେ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ,ବିଶେଷ ଭାବରେ ଦିର୍ଘ ବର୍ଷ ଧରି ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ବ ତୁଲାଇଥିବା ଶିକ୍ଷକ ମନୋରଞ୍ଜନ ହେମ୍ବ୍ରମ ଙ୍କୁ ମଧ୍ଯ ସମ୍ମାନିତ କରାଯାଇଥିଲା , ସଭା ଶେଷ ରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦୁଇ ଦିବସ ସୁବର୍ଣ୍ଣ ଜୟନ୍ତୀ ସମାରୋହ କୁ ପରିଚାଳନ କରିଥି ଲେ ବିଦ୍ୟାଳୟର ପୁରାତନ ଛାତ୍ର ତଥା ଆଇରନ କଲେଜର ଅଧ୍ୟାପକ ଡ: ଦିଗାମ୍ବର ଗିରି , ଧନ୍ୟବାଦ ଅର୍ପଣ କରିଲେ ସମାଜ ସେବୀ ଭଞ୍ଜ ମହାନ୍ତି । କାର୍ଯ୍ଯକ୍ରମ ରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ର ଉତ୍ସାହ ଦେଖିବାକୁ ମିଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More