ଜ୍ୟୋତି ଫିଲ୍ମର ଶୁଟିଂ ଶେଷ

18

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ଭବାନୀପାଟଣା ଦୂରଦର୍ଶନ ଆନୁକୂଲ୍ୟରେ ପ୍ରସ୍ତୁତ ଟେଲି ଫିଲ୍ମ “ଜ୍ୟୋତି” ର ସୁଟିଂ କାର୍ଯ୍ୟ ଇତି ମଧ୍ୟରେ ଶେଷ ହୋଇଯାଇଛି। ସମାଜରୁ ଅଶିକ୍ଷା ଜନିତ କୁସଂସ୍କାର ଦୂର କରିବା ବାର୍ତ୍ତା ନେଇ ଆସୁଥିବା ଏହି ଫିଲ୍ମଟି ନବରଙ୍ଗପୁର ସହର ଆଖ ପାଖରେ ବିଭିନ୍ନ ଅଞ୍ଚଳରେ ଏହାର ସୁଟିଂ କରାଯାଇଛି। ନବରଙ୍ଗପୁର ଜିଲ୍ଲାର ଟେଲି ଫିଲ୍ମ ନିର୍ଦେଶକ ମନୋଜ କୁମାର ପଟ୍ଟନାୟକ ଏହି ଚଳଚ୍ଚିତ୍ରର କାହାଣୀ , ସଂଳାପ ଓ ନିର୍ଦେଶନା ଦେଇଥିବା ବେଳେ ବିଭିନ୍ନ ଭୂମିକାରେ ସଂଜୀବ ସିଂ, ଜିତେନ୍ଦ୍ର ଚୌଧୁରୀ, ପ୍ରଳାଶ ବାରିକ, ତୁଷାର କାନ୍ତି ଖୋସଲା,ଶିବ ଶଙ୍କର ତ୍ରିପାଠୀ,ପର୍ଶୁରାମ ବିଷୋୟୀ, ଦେବୀ ତ୍ରିପାଠୀ, ବିଷ୍ଣୁପ୍ରିୟା କରସୁଧା ପଟ୍ଟନାୟକ, ଆମ୍ରିତ ଚୌଧୁରୀ , ଶୁଭଶ୍ରୀ ଗନ୍ତାୟତ, ପାୟଲ ନାୟକ, ଅନୁଷ୍କା ଚୌଧୁରୀ, ବୈଦ୍ୟନାଥ ମହାପାତ୍ର,ଅଙ୍କୁଶ ରାଜ ବିଷୋୟୀ,ସାଇ ଶ୍ରଦ୍ଧା ପ୍ରିୟଦର୍ଶିନୀ ପ୍ରମୁଖ ଅଭିନୟ କରିଛନ୍ତି। ପ୍ରଥମ ଥର ପାଇଁ ଅନେକ କଳାକାର ଏହି ଚଳଚିତ୍ରରେ ପ୍ରଥମ ଥର ଅଭିନୟ କରିବା ପାଇଁ ସୁଯୋଗ ପାଇଛନ୍ତି। ଭବାନୀ ପାଟଣା ଦୂରଦର୍ଶନରୁ ତରଫରୁ ଅମୀୟ କୁମାର ଭୋଇ ସମ୍ପାଦନା କରିଥିବା ବେଳେ ପବିତ୍ର କୁମାର ଖୋସଲା କାମେରା ପରିଚାଳନା କରିଥିଲେ ଏବଂ ପିନାକୀ ପ୍ରସାଦ ଦାଶ ସହଯୋଗ କରିଥିଲେ। ତ୍ରିଶକ୍ତି ସିନେ କମ୍ବାଇନ୍ସ ଏବଂ ଏକତା ସଙ୍ଘ ଆନୁକୂଲ୍ୟରେ ଏହି ଚଳଚିତ୍ର ନିର୍ମାଣ କରାଯାଇଛି। ସୂଚନା ଯୋଗ୍ୟ ଯେ, ଏଥି ପୂର୍ବରୁ ଶ୍ରୀ ପଟ୍ଟନାୟକ ନିର୍ଦେଶନାରେ ଜିଲ୍ଲାରେ ପ୍ରଥମ ଥର ପାଇଁ କିନ୍ନର ମାନଙ୍କୁ ନେଇ ଅମାବାସ୍ୟାର ଜହ୍ନ ନାମକ ଏକ ଚଳଚିତ୍ର ଦୂରଦର୍ଶନ ତରଫରୁ ନିର୍ମାଣ କରିସାରିଛନ୍ତି।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More