ଜ୍ୟୋତି କଏର ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷ୍ୟାଧିକ ଟଙ୍କାର ସମ୍ପତ୍ତି

17

Get real time updates directly on you device, subscribe now.

ପୁରୀ ( ସଂଘର୍ଷ ମିଡିଆ ) : ପୁରୀ ଜିଲା ସାତସଙ୍ଖ ସ୍ଥିତ ଜ୍ୟୋତି କଏର ଓ ନାସ୍ପାଲ କଏର ନାମକ ଦୁଇଟି କତା ଫ୍ୟାକ୍ଟ୍ରିରେ ଗତକାଲି ରାତିରୁ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଛି । ଫ୍ୟାକ୍ଟ୍ରିରୁ ଧୁଆଁ ବାହାରୁଥିବା ନେଇ ପଡୋଶୀ ପ୍ୟାକ୍ଟ୍ରିର ତୃତୀୟ ମହଲାରେ ରହୁଥିବା ମାଲିକଙ୍କୁ ଜଣାଇଥିଲେ । ମାଲିକ ଓ ତାଙ୍କ ପରିବାର ଲୋକ ପ୍ରାଣ ବିକଳରେ ଘରୁ ବାହାରି ପଳାଇ ଆସିଥିଲେ । ଏହାପରେ ଦମକଳ ବାହିନୀକୁ ଖବର ଦିଆଯାଇଥିଲା । ଖବର ପାଇ ସାକ୍ଷୀଗୋପାଳ ଓ ପିପିଲିରୁ ଦମକଳ ବାହିନୀ ଆସି ନିଆଁ ଲିଭାଉଥିଲେ । କିନ୍ତୁ ପ୍ୟାକ୍ଟ୍ରିରେ ବହୁପରିମାଣର କତା ମହଜୁଦ ଥିବା କାରଣରୁ ନିଆଁ ସହଜରେ ଲିଭିନଥିଲା । ସକାଳୁ ଉକ୍ତ ସ୍ଥାନରେ ପୁରୀ ସର୍କଲ ଡେପୁଟି ଫାଆର ଅଫିସର ବିଚିତ୍ର କୁମାର ପଣ୍ଡା ଏବଂ ପୁରୀର ଦମକଳ ବାହିନୀ ପହଞ୍ଚି ନିଆଁ ଲିଭା କାର୍ୟ୍ୟରେ ଲାଗିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More