ବୌଦ୍ଧ(ସଂଘର୍ଷ ମିଡିଆ ) : ବୌଦ୍ଧ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସମ୍ବିଳନୀ କକ୍ଷ ରେ ଜ୍ଞାନପ୍ରକାଶର ଏକ ସାମ୍ବାଦିକ ସମ୍ମିଳନୀ ଦେବାଶିଷ ପୁରୋହିତଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ଜ୍ଞାନ ପ୍ରକାଶ ପରିବାର ତରଫରୁ ଆସନ୍ତା ଜୁଲାଇ ୩ତାରିଖରେ ବୌଦ୍ଧ ଜିଲ୍ଲା ସଦର ଟାଉନ ହଲରେ ହେବାକୁ ଥିବା ଷଷ୍ଠ ବାର୍ଷିକ ଉତ୍ସବ ଅବସରରେ ଜାତୀୟ ତଥା ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଓ ଚିତ୍ରକଳା ପ୍ରଦର୍ଶନୀ ଜାତୀୟ ଏକତା ବିଷୟବସ୍ତୁକୁ ନେଇ ଆସନ୍ତା ଜୁନ ୨୬ ତାରିଖରେ ଭାରତର ପ୍ରତ୍ୟେକ ରାଜ୍ୟ ଓ ଓଡିଶାର ୩୦ଟି ଜିଲ୍ଲାରେ ୬୦ ଟି ସ୍ଥାନରେ ଅନୁଷ୍ଠିତ ହେବ । ଏହାର ଆଭିମୁଖ୍ୟ– ଜାତୀୟ ଏକତାକୁ ସୃଦୃଢ଼ କରିବା ଏବଂ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଥିବା ସୃଜନ ଶୀଳତାକୁ ବିକାଶ କରି ଲୋକଲୋଚନରେ ପହଞ୍ଚାଇବା । ଜ୍ଞାନ ପ୍ରକାଶର ବାର୍ଷିକ ଉତ୍ସବରେ ସର୍ବ ଭରତୀୟ ସ୍ତରୀୟ ସମ୍ମିଳନୀରେ କବି,ଲେଖକ,ଶିକ୍ଷାବିତ, ବୁଦ୍ଧିଜୀବୀ ଗବେଷକ,ଛାତ୍ର,ଛାତ୍ରୀ ଉପସ୍ଥିତ ରହି ଆଲୋଚନା ଚକ୍ରରେ ଭାଗ ନେବେ ।ତେଣୁ ଆଗାମୀ କାର୍ଯ୍ୟକ୍ରମର ସଫଳତା ପାଇଁ ଉକ୍ତ ସାମ୍ବାଦିକ ସମ୍ମିଳନୀର ଆୟୋଜନ ରାଯାଇଥିଲା । ଜ୍ଞାନ ପ୍ରକାଶର ସମ୍ପାଦକ ସରୋଜ କୁମାର ସାହୁ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ । ଜ୍ଞାନ ପ୍ରକାଶର ମୁଖ୍ୟ ଉପଦେଷ୍ଟା ଶିକ୍ଷା ପରାମର୍ଶଦାତା ଜ୍ଞାନଚାନ୍ଦ ଶତପଥୀ ଏବଂ ଜିଲ୍ଲା ମୁଖ୍ୟ ବସନ୍ତ କୁମାର ସାହୁ କାର୍ଯ୍ୟକ୍ରମର ସଫଳତା ପାଇଁ ସମବେତ ଆହ୍ୱାନ କରିଛନ୍ତି । ଜ୍ଞାନ ପ୍ରକାଶ ପରିବାର ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।ବୌଦ୍ଧ ରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l