ଜୈବିକ ପଦ୍ଧତିରେ ଧାନ ଚାଷ ନିମନ୍ତେ ଗ୍ରାମବାସୀଙ୍କୁ ଭୁଆଁ ବୁଲାଊଛନ୍ତି ଓଡିଶା ଜିବିକା ମିଶନ , ମହା ଦୁର୍ନୀତି ଅଭିଯୋଗ

31

Get real time updates directly on you device, subscribe now.

ମାଲକାନାଗିରି(ସଂଘର୍ଷ ମିଡିଆ) : ମାଲକାନଗିରି ଓଡିଶା ଜିବିକା ମିଶନ ଦ୍ବାରା ଗ୍ରାମାଞ୍ଚଳରେ ଚାଷୀ ଙ୍କ ଆର୍ଥିକ ମାନଦଣ୍ଡ ର ବିକାଶ ନିମନ୍ତେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଅଛି ।କିଛି କର୍ମଚାରୀ ଙ୍କ ଅବହେଳା ଯୋଗୁଁ ଏହି ଯୋଜନା ବାଟବଣା ହୋଇଥିବା ଦେଖିବାକୁ ମିଳିଛି ।ସୂଚନା ମୁତାବକ ମାଲକାନଗିରି ସଦର ବ୍ଲକ ସ୍ଥିତ ଗୌଡଗୁଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଏମ ଭି 10 ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି ।ଗ୍ରାମବାସୀଙ୍କ କହିବା ଅନୁଯାୟୀ ଚାଷୀଙ୍କୁ ଆର୍ଥିକ ମାନଦଣ୍ଡର ବିକାଶ ନିମନ୍ତେ ଏହି ଗ୍ରାମର କେତେଜଣ ଚାଷୀଙ୍କୁ ଚାଷ କରିବା ନିମନ୍ତେ 10 ଲକ୍ଷ ଟଙ୍କାର ସହାୟତା କରାଯାଇ ଧାନ ଚାଷ କରାଯାଉଥିବା ସୂଚନା ମିଳିଛି । ଜୈବିକ ପଦ୍ଧତିରେ ଧାନ ଚାଷ ନିମନ୍ତେ ଏମ ଭି 10 ଗ୍ରାମର 50 ଜଣ ଚାଷୀଙ୍କୁ ଧାନ ବିହନ ଯୋଗାଇ ଦେଇ ଚାଷୀଙ୍କୁ ସହାୟତା ଦେବାର ବ୍ୟବସ୍ଥା ରହିଥିଲା, ଏ ସମନ୍ଧେ ଗତ ଏପ୍ରିଲ ମାସରେ ଏହି ଗ୍ରାମର ଚାଷୀ ଙ୍କୁ ନେଇ ବୈଠକ ରେ ସୂଚନା ଦିଆଯାଇ ଥିଲା, ପରବର୍ତ୍ତୀ ସମୟରେ ମେ ମାସରେ ପୂନର୍ବାର ବୈଠକ କରି ସେହି ସମୟ ବିହଣ ଦିଆଯିବ ବୋଲି ବିଭାଗୀୟ କର୍ମଚାରୀ ମାନେ ପ୍ରତିଶୃତି ଦେଇଥିଲେ ।କିନ୍ତୁ ପ୍ରତିଶୃତି ପାଣିର ଗାର ସଦସ୍ଯା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।ପରେ ଜୁଲାଇ ମାସର 21 ତାରିଖ ଦିନ ଏହି ବିଭାଗ ର ପ୍ରତାପ ନାଏକ ନାମ ଜଣେ କର୍ମଚାରୀ ବିହନ ବଣ୍ଟନ କରିବା ନିମନ୍ତେ ଯାଇଥିଲେ, ସେଠାରେ ଚାଷ କାର୍ଯ୍ୟ ବର୍ତ୍ତମାନ ଅଧା ସମାପ୍ତ ହୋଇଥିବା ଯୋଗୁଁ ଗ୍ରାମବାସୀ ମାନେ ଉତ୍ତେଜିତ ହୋଇ ବିହନ ଫେରେଇ ନେବା ନିମନ୍ତେ ମତ ପ୍ରକାଶ କରିଥିଲେ ।ଏବଂ ଓଡିଶା ଜିବିକା ମିଶନ ଗ୍ରାମାଞ୍ଚଳରେ ଚାଷୀଙ୍କୁ କିଭଳି ଭାବରେ ପ୍ରକଳ୍ପ ନାମରେ ଭୁଆ ବୁଲାଊଛନ୍ତି ସେ ସମନ୍ଧେ ଗଣମାଧ୍ୟମ ଆଗରେ ମୁଖ ଖୋଲି ଛନ୍ତି ।ଏ ସମ୍ପର୍କରେ ଓଡିଶା ଜିବିକା ମିଶନ ର ଜିଲ୍ଲା ସଂଯୋଜକ ପବିତ୍ର ମୋହନ ବାରାଙ୍କୁ ପଚାରିବାରୁ ଏହି ଘଟଣା ସମ୍ପର୍କରେ ସେ କିଛି ଜାଣି ନ ଥିଲା ବେଳେ ଏହାର ତଦନ୍ତ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।ତେବେ ଓଡିଶା ଜିବିକା ମିଶନ ର ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ପ୍ରକଳ୍ପ କିପରି କାର୍ଯ୍ୟ କାରି ହେଉଛି ତାହା ସ୍ପଷ୍ଟ ହୋଇଛି । ମାଲକାନଗିରିରୁ ଅବଦୁଲ ଗାନିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More