ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : ଜୁଲାଇ ୨୪ରେ ଯୁକ୍ତ ତିନି ଶେଷ ବର୍ଷର ପରୀକ୍ଷା ଓ ଅଗଷ୍ଟ ୨୦ ପିଜି ଶେଷ ସେମିଷ୍ଟାର ପରୀକ୍ଷା ହେବ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ । ଆଜି ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା ପରେ ଏହି ଘୋଷଣା କରିଛନ୍ତି । ସୂଚନାଅନୁସାରେ ବୁଧବାର ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ୧୧ଟି ବିଶ୍ୱ ବିଦ୍ୟାଳୟର କୁଳପତିଙ୍କ ସହ ଆଲୋଚନା କରିବା ପରେ +୩ ଶେଷ ବର୍ଷ ପରୀକ୍ଷା ଜୁଲାଇ ୨୪ରେ ଓ ପିଜି ଶେଷ ସେମିଷ୍ଟାର ପରୀକ୍ଷା ଅଗଷ୍ଟରେ ୨୦ରେ ହେବ ବୋଲି କହିଛନ୍ତି। ଏଥିସହ ଆସନ୍ତା ନଭେମ୍ବର ମାସରୁ ପିଜି କ୍ଲାସ ଆରମ୍ଭ ହେବ। ଏହାଛଡ଼ା ସେପ୍ଟେମ୍ବର ଓ ଅକ୍ଟୋବର ମାସ ଭିତରେ ପିଜି ପ୍ରବେଶିକା ପରୀକ୍ଷା ହୋଇ ନୂଆ ପିଲାଙ୍କ ଆଡମିସନ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।