ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : ବି.ଟେକ୍ ଚତୁର୍ଥ ବର୍ଷ ଅନ୍ତିମ ସେମିଷ୍ଟର ପରୀକ୍ଷା ଜୁନ ଶେଷ ସପ୍ତାହ କିମ୍ବା ଜୁଲାଇ ପ୍ରଥମ ସପ୍ତାହରେ ହେବ। ପରୀକ୍ଷା ଫଳ ଜୁଲାଇ ୧୫ ସୁଦ୍ଧା ପ୍ରକାଶ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ୟୁଜିସି ନିୟମାବଳିକୁ ପାଳନ କରି ପରୀକ୍ଷା ପରିଚାଳନା କରିବାକୁ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ (ବିପିୟୁଟି) ଏବଂ ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ କୁଳପତିଦ୍ବୟଙ୍କୁ ନିର୍ଦେଶ ଦିଆଯାଇଛି। ସାମାଜିକ ଦୂରତ୍ବ ରକ୍ଷା କରି ଅଫ୍ଲାଇନ୍ରେ ପରୀକ୍ଷା କରିବାକୁ କୁହାଯାଇଛି। ଏହି ସମୟରେ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରେ ରହିବାକୁ ଅନୁମତି ଦିଆଯାଇ ପାରିବ ନାହିଁ ବୋଲି ସରକାରଙ୍କ ନିର୍ଦେଶ ରହିଛି।