ଜୁନ୍‌ରେ ରାଜ୍ୟର ୧୧ଟି ଜିଲ୍ଲାରେ ୮ଦିନ ବନ୍ଦ ରହିବ ବ୍ୟାଙ୍କ

32

Get real time updates directly on you device, subscribe now.

ଭୁବନେଶ୍ବର ( ସଂଘର୍ଷ ମିଡିଆ ) : ସୋମବାର ଠାରୁ ଆରମ୍ଭ ହୋଇଛି ଦେଶରେ ଅନଲକ୍ ୧.୦ । ଅନୁରୂପ ଭାବେ ରାଜ୍ୟର ୧୧ଟି ଜିଲ୍ଲାରେ ପ୍ରତି ସପ୍ତାହର ଶନିବାର ଏବଂ ରବିବାର ସଟଡାଉନ୍‌ ଘୋଷଣା କରାଯାଇଛି । ତେଣୁ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଏବଂ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ ଉପଭୋକ୍ତାମାନେ ସେମାନଙ୍କର ସମସ୍ତ ବ୍ୟାଙ୍କ କାର୍ଯ୍ୟ ସମାଧାନ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ପରାମର୍ଶ ଦିଆଯାଇଛି । ଏଭଳି ସ୍ଥଳେ ଯଦି ବ୍ୟାଙ୍କର ଶାଖାକୁ ଯିବାର ଅତି ଜରୁରୀ ପଡେ, ତେବେ ଜାଣି ରଖନ୍ତୁ ଜୁନ ମାସରେ ବ୍ୟାଙ୍କ ମୋଟ ୮ ଦିନ ବନ୍ଦ ରହିପାରେ । ମିଳିଥିବା ତଥ୍ୟାନୁଯାୟୀ, ଚଳିତମାସ ୭ ରବିବାର, ୧୩ ଦ୍ବିତୀୟ ଶନିବାର ଏବଂ ୧୪ ତାରିଖରେ ରବିବାର ଯୋଗୁ ବ୍ୟାଙ୍କ ବନ୍ଦ ରହିବ। ତେବେ ଜୁନ୍‌ ୧୫ ରଜ ପାଇଁ ବ୍ୟାଙ୍କ ଛୁଟି । ଜୁନ୍‌ ୨୧ରେ ରବିବାର ଆଉ ୨୩ରେ ରଥଯାତ୍ରା ପାଇଁ ପୁନର୍ବାର ବ୍ୟାଙ୍କ ଛୁଟି ରହୁଛି । ଅନ୍ୟପକ୍ଷରେ ଜୁନ୍‌ ୨୭ରେ ଚତୁର୍ଥ ଶନିବାର ଏବଂ ୨୮ରେ ରବିବାର ପାଇଁ ବ୍ୟାଙ୍କ ବନ୍ଦ ରହିବ। ଏହିଭଳି ଭାବେ ଚଳିତ ମାସରେ ବିଭିନ୍ନ କାରଣ ପାଇଁ ମୋଟ ୮ ଦିନ ବ୍ୟାଙ୍କ ବନ୍ଦ ରହିବ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More