ଜୁଆଡ଼ିଙ୍କୁ କାବୁକଲା ଜଗତପୁର ପୋଲିସ

35

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – କିପରି କମ୍ ଖର୍ଚ୍ଚରେ ବଡ଼ ଲୋକ ହେବା ନିଶା ଏବେ ଅନେକ ଙ୍କୁ ଘାରିଲାଣି। ଯେପରି,”ରାତେ ରାତ୍ ଲମ୍ବେ ଦାଢ଼ି” । ଏଭଳି ପଥକୁ ବାଛି ନେଇ ଆଗାମୀ ଯୁବ ପୀଢ଼ି ଏବେ ପଥଭ୍ରଷ୍ଟ ହେଉଛି। ସେଭଳି ଏକ ସହଜ ପଥ ହେଉଛି ଜୁଆଖେଳ। ଯାହାକି ଆଶାୟୀ ବଡ଼ ଲୋକ ତ ପ୍ରାୟ ହେଉ ନାହାନ୍ତି ବରଂ କଷ୍ଟ କରି ରୋଜଗାର କରିଥିବା ଅର୍ଥ ଏହି ଜୁଆଖେଳ ରେ ଶ୍ରାଦ୍ଧ ହେଉଛି। ତେଣୁ ଏଭଳି ଜୁଆଖେଳ ରେ ଅର୍ଥ ଲଗାଇ ହାରିଥିବା ଯୁବପିଢି ଅର୍ଥ ପାଇଁ ବିଭିନ୍ନ କ୍ରାଇମ୍ କରିବାକୁ ପଛାଉ ନାହାନ୍ତି। ଭିଓ-୧- ଏଭଳି ଏକ ଜୁଆ ଆଡ୍ଡା ଉପରେ ଚଢାଉ କରି ୩୦ ଜଣ ଯୁଆଡିଙ୍କୁ ଧରିବାରେ ସଫଳ ହୋଇଛି କଟକ ଜିଲ୍ଲା ଜଗତପୁର ଥାନା ପୋଲିସ । ସେମାନଙ୍କ ନିକଟରୁ ନଗଦ ୮ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ କରାଯାଇଛି…ଗ୍ୟାଙ୍ଗ ର ମାଷ୍ଟର ମାଇଣ୍ଡ ତଥା ହାର୍ଡକୋର ଜୁଆ ଖେଳାଳୀ କ୍ରିଷ୍ଣା ରାଓ ମଧ୍ୟ ପୋଲିସ ଜାଲରେ ପଡିଛି…ସ୍ଥାନୀୟ ଜୋନ ଏସିପି ଅରୁଣ ସ୍ୱାଇଁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, ଜଗତପୁର ଆଇବି ରୋଡ ର ଏକ ନିଛାଟିଆ ସ୍ଥାନରେ ଜୁଆ ଖେଳ ଚାଲିଥିବା ବେଳେ ଡିସିପି ଙ୍କ ନିକଟରେ ଖବର ପହଂଚିଥିଲା… ଡିସିପିଙ୍କ ନିର୍ଦ୍ଦେଶକ୍ରମେ ସ୍ପେସିଆଲ ସ୍କାର୍ଡ ଅଧିକାରୀ ତାପସ ପ୍ରଧାନ,ଜଗତପୁର ଥାନା ଅଧିକାରୀ ଏବଂ ଏସିପି ଅରୁଣ ସ୍ୱାଇଁଙ୍କ ନେତୃତ୍ୱରେ ଗ୍ୟାଙ୍କ କୁ ଧରିବା ଲାଗି ଏକ ଟିମ ଗଠନ କରାଯାଇଥିଲା…ପରେ ଜୁଆ ଖେଳ ଚାଲୁଥିବା ସମୟରେ ହିଁ ଅତର୍କିତ ରେଡ କରି ସମସ୍ତଙ୍କୁ କାବୁ କରି ନେଇଥିଲା ପୋଲିସ ।କାବୁ କରିଥିବା ଜୁଆଡି ଙ୍କ ମଧ୍ୟରୁ ଅଭିଯୁକ୍ତ କ୍ରିଷ୍ଣା ରାଓ ଯୁବକ ଙ୍କ ନାମରେ ବିଭିନ୍ନ ଥାନାରେ ମାମଲା ରହିଥିବା ବେଳେ କ୍ରିଷ୍ଣା ରାଓ ହିଁ ଏହି ଜୁଆଖେଳ ର ମାଷ୍ଟର ମାଇଣ୍ଡ ବୋଲି କହିଛନ୍ତି ଏସିପି । ପୋଲିସ ଏମାନଙ୍କ ନିକଟରୁ ନଗଦ ଟଙ୍କା ସମେତ ୪ ଟି ବାଇକ,୩୧ ଟି ମୋବଇଲ ଫୋନ୍ ଏବଂ ଜୁଆଖେଳ ପାଇଁ ବ୍ୟବହୃତ ତାସ,ଟୋକନ କୁ ଜବତ କରିଛି ସ୍ପେଶାଲ୍ ସ୍କ୍ୟାର୍ଡ ପୋଲିସ…ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More