ପୁରୀ(ସଂଘର୍ଷ ମିଡିଆ) : – ଦାଣ୍ଡସାହି ଭାର୍ଗବୀ ନଦୀକୂଳ ନିକଟ ଫୁଲତୋଟା ଠାରେ ଚାଲିଥିବା ଜୁଆଆଡ୍ଡା ଉପରେ ଚନ୍ଦନପୁର ଥାନାର ଚଢ଼ାଉ, 17ଅଟକ l ପୁଲିସ ଦ୍ୱାରା 3ଲକ୍ଷ 94ହଜାର 150 ଟଙ୍କା, ପ୍ଲେୟିଙ୍ଗ କାର୍ଡ, OD-13J-6617, OR-19D-2954 ନମ୍ବର ବିଶିଷ୍ଟ ବାଇକ, OD-02BX-3731କାର, 17ଟି ବିଭିନ୍ନ କମ୍ପାନୀର ମୋବାଇଲଜବତ କରାଯାଇଛି l ଅଟକ ମାନେ ହେଲେ ସଦିଶପାଟଣାର ଲକ୍ଷ୍ମୀଧର ବେହେରା 46, ପୁରୀ କୁମୁଟିସାହିର କପିଳା ସାହୁ 49, ସୁନୀଲ କୁମାର ସାହୁ 49, ସୌମେନ୍ଦ୍ର କୁମାର ନାୟକ 51, କଟକ ଜିଲ୍ଲା ବଳଭଦ୍ରପୁର ବାଲିସାହିର ମାନସ ରାଉତ 27, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଅଂଚଳର ଜଗନ ବେହେରା 30, କଟକ ଜିଲ୍ଲା ଯୋବ୍ରାକେନାଲ ରୋଡର ସତ୍ୟନାରାୟଣ ଜେନା 32, ଛତ୍ରବଜାର କେନାଲ ରୋଡର ବାବୁ ଓରଫ ବିଜେନ୍ଦ୍ର ଜୟସ୍ୱାଲ 25, ପୁରୀ ଘୋଡା ବଜାରର ପପୁ ବେହେରା 35, ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅଂଚଳର ମଦନ ନାୟକ 28,ଖଲ୍ଲିକୋଟ ଥାନା ଅଂଚଳର କୃଷ୍ଣଚନ୍ଦ୍ର ପାହାଣ 28, କୋଦଳା ଥାନା ଅଂଚଳର ସୁଶାନ୍ତ ପାତ୍ର 34, ପୁରୀ ସଦର ଥାନା ଅନ୍ତର୍ଗତ କଣ୍ଠପୁରର ସୁଶାନ୍ତ ପ୍ରଧାନ 33, ରେବତୀ ରମଣର ସଞ୍ଜୟ ବେହେରା 38, ଚନ୍ଦନପୁର ଦୋଳଗୋବିନ୍ଦପୁରର ଜଗବନ୍ଧୁ ବେହେରା 34, ଚନ୍ଦନପୁର ସେନାପଟିଆର ପ୍ରଫୁଲ୍ଲ ମଲିକ 54 ଓ କଟକ ଚୌଦ୍ୱାରର ପ୍ରଦୀପ କୁମାର ହୋତା 60 l ଜୁଆଆଡ୍ଡା ଚାଲିଥିବା ନେଇ ଚନ୍ଦନପୁର ଥାନା ପୁଲିସ ସୋମବାର ରାତ୍ର 8ଟାରେ ଚଢ଼ାଉ କରି 17ଜଣଙ୍କୁ ଥାନାକୁ ଆଣି ଅଟକ ରଖିଥିଲେ l ଥାନାରେ6/2025 ନମ୍ବର ମାମଲା ରୁଜୁ କରାଯାଇଛି l