ଜୀବାତ୍ମାର ପୂଣ୍ୟକର୍ମ – ରକ୍ତଦାନ ମହତ ଦାନ

99

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଳକ ଅନ୍ତର୍ଗତ ମୈଦଲପୁରର ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ହରିଜନଙ୍କ ତରଫରୁ ରକ୍ତ ଦାନ ମହତ୍ ଦାନ କର୍ମରେ ଜୀବନ ଜୀବାତ୍ମା ର ପୂଣ୍ୟ କର୍ମରେ ସରସ୍ଵତୀ ମେହେର ,ଵୟସ 49 ,ବି ପାଞ୍ଜିଆର ଗୁଡାର ପୂଣ୍ୟ ବତୀ ମାଆକୁ ଜୀବନ ରକ୍ଷା ପାଇଁ ବି ପଜିଟିଭ ରକ୍ତ ପ୍ରଦାନ କରି ଆଗାମୀ ଜୀବନ ବଞ୍ଚିଵା ପାଇଁ ସୁଯୋଗ ସୃଷ୍ଟି କରିଛନ୍ତି। ଭାଗବତର ମର୍ମ ବାଣୀ” ଅନେକ ଜନ୍ମ ପୁଣ୍ୟ ବଳେ, ମାନବ ଜନ୍ମ ମହି ତଳେ” ରେ ମଣିଷର ମଣିଷ ପ୍ରତି ସମବେଦନା ହିଁ ମଣିଷ ଜୀବନରେ ଆଶାର ସଞ୍ଚାର ହୋଇଥାଏ। ନବରଙ୍ଗପୁର ଜିଲ୍ଲା ରକ୍ତ ବିଭାଗରେ ବି ପଜିଟିଭ ରକ୍ତ ନ ଥିବାରୁ ଫୋନ୍ ଯୋଗାଯୋଗରେ ରକ୍ତଦାନ ପାଇଁ ବାବୁଲାଲ ହରିଜନ ଯୋଗଦାନ କରି ବି ପଜିଟିଭ ରକ୍ତଦାନ କରି ଥିଲେ। ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ହରିଜନ — ରକ୍ତଦାନ- ମହତ ଦାନ, ଶିକ୍ଷା ଦାନ- ମହତ ଦାନ, ଭଗବତ ଗୀତା ଦାନ ମହାନ ପୁଣ୍ୟ ଭଳି କାର୍ଯ୍ୟକ୍ରମ କରି ଉତ୍ତମ ସମାଜ ଗଠନର ଭାବନାକୁ ବୁଦ୍ଧିଜୀବି ମହଲରେ ଉଚ୍ଚ ପ୍ରଶଂସା କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More