ଜଗତସିଂହପୁର(ସଂଘର୍ଷ ମିଡିଆ) : -ଜଗତସିଂହପୁର ଜିଲ୍ଲା ପ୍ରାଣୀସମ୍ପଦ ବିକାଶ ବିଭାଗ ଓ ଜଗତସିଂହପୁର ପୋୖର ପରିଷଦ ମିଳିତ ଆନୁକୁଲ୍ୟରେ, ଜଗତସିଂହପୁର ସହରାଞ୍ଚଳରେ ଜୀବମଙ୍ଗଳ ସମ୍ପର୍କିତ ଆନିମାଲ ହେଲ୍ପଲାଇନ ଓ ବୁଲା କୁକୁରଙ୍କ ଜନ୍ମ ନିୟନ୍ତ୍ରଣର ଜନ ସଚେତନତା ପାଇଁ ପଥ ପ୍ରାନ୍ତ ନାଟକ ପ୍ରଦର୍ଶିତହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ପୋୖର ପରିଷଦ ର ପୋୖରାଧ୍ୟକ୍ଷା ଅର୍ଚ୍ଚନା ସିଂ ଯୋଗଦେଇ କହିଲେ ଯେ- ଜଗତସିଂହପୁର ସହରରେ ଦିନକୁ ଦିନ ବୁଲାକୁକୁରଙ୍କ ସଂଖ୍ୟା ଅହେତୁକ ଭାବରେ ବୃଦ୍ଧି ପାଇବା ଯୋଗୁ ଅନେକ ଦୁର୍ଘଟଣା ଘଟିବା ସହିତ ଯାତାୟତରେ ବାଧା ସୃଷ୍ଟି ହେଉଛି। ଏଥି ପାଇଁ ଜନସଚେତନତା ନିତାନ୍ତ ଆବଶ୍ୟକ। ପଥ ପ୍ରାନ୍ତ ନାଟକ ମାଧ୍ୟମରେ ଏହାର ବହୁଳ ପ୍ରସାରପ୍ରଚାର ହୋଇ ପାରିବ। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ବୀର କିଶୋର ପରିଡ଼ା କହିଲେ ଥିଲେ ଜଗତସିଂହପୁର ପୋୖରାଞ୍ଚଳରେ କାର୍ଯ୍ୟରତ ଆନିମାଲ ହେଲ୍ପଲାଇନ ଓ ବୁଲାକୁକୁରଙ୍କ ଜନ୍ମ ନିୟନ୍ତ୍ରଣ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦେଶ୍ୟ ସହିତ ଜନସଚେତନତା ସୃଷ୍ଟି କରିବା ପାଇଁ, ରାଜ୍ୟ ସରକାରଙ୍କ ତରଫରୁ ଏହା ଆରମ୍ଭ କରାଯାଇଛି । ତେଣୁ ସହରବାସୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିବାକୁ ପରାମର୍ଶ ଦେଇଛନ୍ତି। କାର୍ଯ୍ୟକ୍ରମ ରେ ଉପାଧ୍ୟକ୍ଷ ରାଜେନ୍ଦ୍ର କୁମାର ବିଶୋଇ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ, ଦିଲ୍ଲୀପ କୁମାର ଜେନା ଯୋଗଦେଇ, ଏହି ପଥ ପ୍ରାନ୍ତ ସଚେତନତା ନାଟକ ଦ୍ଵାରା ଜନସଚେତନତା ପାଇଁ ଗୁରୁତ୍ୱାରୋପ କରିଥିଲେ। ଏହା ସହିତ ବୁଲ। ଓ ଅସହାୟ ପ୍ରାଣୀମାନଙ୍କ ପ୍ରତି ନିଷ୍ଠୁରତା ପରିହାର କରି ଆନିମାଲ ହେଲ୍ପଲାଇନ ସହାୟତା ନେବା ପାଇଁ ଗୁରୁତ୍ଵଆରୋପ କରିଥିଲେ ।ପ୍ରିୟଦର୍ଶିନୀ (ଡାନ୍ସ, ମିଉଜିକ ଓ ନାଟକ ସମାଜ), ଭୂବନେଶ୍ଵରର କଳାକାରମାନେ ଜାଗତସିଂପୁର ସହରାଞ୍ଚଳର ୩ ଟି ଜାଗା ଯଥା ମ୍ୟୁନିସିପାଲିଟି ଛକ, କଲେଜ ଛକ ଓ ଗାନ୍ଧୀ ଛକଠାରେ ଆନିମାଲ ହେଲ୍ପଲାଇନ ନମ୍ବର ୧୯୬୨ ଓଏହାଦ୍ଵାରା ବୁଲ। ଓ ଅସହାୟ ପ୍ରାଣୀମାନଙ୍କ ଚିକିତ୍ସା ପାଇଁ ଜନସଚେତନତା ଉଦ୍ୟେଶରେ ପଥ ପ୍ରାନ୍ତ ନାଟକ ପ୍ରଦର୍ଶିତ ହୋଇଯାଇଛି । ଏଥିରେ ବହୁ ସଂଖ୍ୟାରେ ସହରାଞ୍ଚଳର ଲୋକମାନେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉତ୍ସାହିତ କରିଥିଲେ । ଏହି ପଥ ପ୍ରାନ୍ତ ନାଟକ ଦର୍ଶକ ମାନଙ୍କ ଦ୍ଵାରା ବେଶ ଉପଭୋଗ୍ୟ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଏ. ଡି. ଭି. ଓ. ( ପ୍ରାଣୀ ମଙ୍ଗଳ) ଡାକ୍ତର ଯଦୁନାଥ ପରିଡ଼ା ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଆନିମାଲ ହେଲ୍ପଲାଇନର ବରିଷ୍ଟ ଡାକ୍ତର ବିଦ୍ୟାଧର ଶତପଥୀ, ଡାକ୍ତର କୁଞ୍ଜ ବିହାରୀ ସ୍ଵାଇଁ, ଏ. ଡି. ଭି. ଓ. ଡାକ୍ତର ବିଶ୍ୱଜିତ୍ ପଣ୍ଡା , ପ୍ରାଣୀ ବିଭାଗର ଅଧିକାରୀ , ଆନିମଲ୍ ହେଲ୍ପଲାଇନର କର୍ମକର୍ତ୍ତା, ମ୍ୟୁନିସିପାଲିଟିର ପାରିଷଦ ମାନେ ଏବଂ ବହୁ କର୍ମକର୍ତ୍ତା ଯୋଗଦାନ କରିଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଂଘର୍ଷ ନିଉଜ୍।
Get real time updates directly on you device, subscribe now.