ଜଗତସିଂହପୁର ( ସଂଘର୍ଷ ମିଡିଆ ) -କରୋନା ମହାମାରୀ ସମୟ ରେ ରକ୍ତ ସଙ୍କଟ ସମସ୍ୟା ସମାଧାନ ପାଇଁ ଏକତା ସ୍ପୋର୍ଟିଂ କ୍ଳବ, ତିରୁଣା ଏବଂ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ନେଇ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ପବିତ୍ର ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଏକ ରକ୍ତ ଦାନ ଶିବିର ଆୟୋଜନ ହେଇଯାଇଛି | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅଥିତି ଭାବେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଯୋଗଦାନ କରି ରକ୍ତଦାନ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ନେହେରୁ ଯୁବ କେନ୍ଦ୍ର ସଂଯୋଜକ ନିଖିଲି କୋକଲା, ସହ ସଂଯୋଜକ ପବିତ୍ର ମୋହନ ସୁବୁଧି, ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ମଧୁସୂଦନ ସାହୁ, ନାଉଗାଁ ବ୍ଲକ ଅଧକ୍ଷ ଜଗନ୍ନାଥ ଦାସ, ନାଉଗାଁ ଜିଲ୍ଲାପରିଷଦ ସଭ୍ୟ ସୁବଳ ବେହେରା, ଜିଲ୍ଲା କୃଷକ ମୋର୍ଚା ସଭାପତି ପ୍ରକାଶ ବସ୍ତିଆ ଏବଂ ବିଜୁ ଜନତା ଦଳ ବ୍ଲକ ସଭାପତି ସୁଜିତ କୁମାର ମଲ୍ଲିକ ଯୋଗଦେଇ ରକ୍ତ ଦାନ କରିବା ସହିତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ଆଶା କର୍ମୀ ମାନଙ୍କୁ ଆଗ ଧାଡ଼ିର କରୋନା ଯୋଦ୍ଧା ଭାବରେ ସମ୍ମାନୀତ କରିଥିଲେ ।ଏହି ଜୀବନବିନ୍ଦୁ କାର୍ଯ୍ୟକ୍ରମ ରେ ମୋଟ ଷାଠିଏ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ।