ଜି. କାମତା ଗ୍ରାମରେ ମାଁ ଠାକୁରାଣୀ ଯାତ୍ରା ଅନୁଷ୍ଠିତ

11

Get real time updates directly on you device, subscribe now.

ନବରଙ୍ଗପୁର/ଡାବୁଗାଁ, (ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଜୁନାପାଣି ପଞ୍ଚାୟତ ଅଧୀନ ଜି.କାମତା ଗ୍ରାମ ଠାରେ ମାଁ ଠାକୁରାଣୀ ଙ୍କ ଯାତ୍ରା ଶନିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଆଜି ମାଝିଗୁଡା, ମୋତିଗାଁ, ବଡ କୋଇଲାରୀ ଓ ସାନ କୋଇଲାରୀ ଗ୍ରାମରୁ ଗ୍ରାମାଦେବୀ ଙ୍କ ପ୍ରତୀକ ଲାଠି, କୁର୍ଚି ଗୁଡିକ ମହାପଟୁଆରରେ ଜି. କାମତା ଗ୍ରାମର ମାଁ ଠାକୁରାଣୀ ମନ୍ଦିରରେ ଆସି ପହଞ୍ଚିଥିଲେ | ସେଠାରେ ସମସ୍ତ ଦେବା ଦେବୀଙ୍କ ପ୍ରତୀକ ଲାଠି,କୁର୍ଚ୍ଚି ପୂଜାର୍ଚ୍ଚନା କରଯାଇଥିଲା | ପୂଜା କାର୍ଯ୍ୟରେ ଜି. କାମତା ଗ୍ରାମର ଲଳିତ ପୂଜାରୀ, ଶୁକୃ ପୂଜାରୀ, ଦୁର୍ଜନ ପୂଜାରୀ, ମାଝିଗୁଡା ଗ୍ରାମର ଶ୍ୟାମ ପୂଜାରୀ, ମୋତିଗାଁର କୁଶ ପୂଜାରୀ, ସାନ କୋଇଲାରୀ ଗ୍ରାମର ପରଶୁ ପୂଜାରୀ, ଗିର୍ଲା ଗ୍ରାମର ଧନସିଂ ପୂଜାରୀ, ବଡ କୋଇଲାରୀ ଗ୍ରାମର ଇଶ୍ଵର ମାଝି ପ୍ରମୁଖ ପୂଜା କାର୍ଯ୍ୟରେ ନିୟୋଜିତ ଥିଲେ | ଏହି ଯାତ୍ରା ନିମନ୍ତେ ପଡିଥିବା ବିଭିନ୍ନ ପ୍ରକାର ର ଉଠା ଦୋକାନ ଗୁଡିକ ରେ ଭକ୍ତ ମାନଙ୍କ ଗହଳି ପରିଲକ୍ଷିତ ହୋଇଥିଲା | ରାତ୍ରିରେ ଭକ୍ତ ମାନଙ୍କ ମନୋରଞ୍ଜନ ନିମନ୍ତେ ରାୟଗଡା ଜିଲ୍ଲାରୁ ଲକ୍ଷ୍ମୀପୁର ଅଞ୍ଚଳର ଆଦିବାସୀ ନାଟକ “ମଣିଷ ବୁଝେନି ମନର କଥା” ପରିବେଷଣ କରାଯାଇଥିଲା | ଉକ୍ତ ମାଁ ଠାକୁରାଣୀ ଯାତ୍ରା ପୂଜା କମିଟି ରାମଫୁଲ ଭତରା, କୈଳାସ ଭତରା, ସନପତ ଭତରା, ଜଗବନ୍ଧୁ ଭତରା, ସତ୍ୟ ଭତରା, ମହେଶ୍ଵର ଭତରା, ଭାସ୍କର ଭତରା ଓ ମନବୋଧ ଭତରା ପ୍ରମୁଖ ଯାତ୍ରା ପରିଚାଳନା କରିଥିଲେ | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ସହ ଡାବୁଗାଁ ବ୍ଲକରୁ ଜି ବିନୋଦ କୁମାରଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More