ଜିଲ୍ଳାର ରେଳପଥ ବିକାଶ ସହ ବିଭିନ୍ନ ସମସ୍ୟା ନେଇ ସଚେତନ ନାଗରିକ ମଞ୍ଚର ବୈଠକ

13

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ) :- ସୁବର୍ଣ୍ଣପୁର ସଚେତନ ନାଗରିକ ମଞ୍ଚର କାର୍ଯ୍ୟ କାରିଣୀ ବୈଠକ ସଭାପତି ସିତାଂଶୁ ଶେଖର ମିଶ୍ରଙ୍କ ଅଧ୍ୟକ୍ଷତାରେ ଗତକାଲି ସନ୍ଧ୍ୟା ୬ଘଣ୍ଟା ସମୟରେ ମାରୱାଡି ଧର୍ମଶାଳାରେ ଅନୁଷ୍ଠିତ ହୋଇଥିଲା ଓ ଏହା ପରେ ଅନ୍ୟାନ୍ୟ ସଙ୍ଗଠନ ର ସଦସ୍ୟଙ୍କ ସହ ଏକ ମିଳିତ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଜିଲ୍ଲାକୁ ଅନେକ କ୍ଷେତ୍ରରେ ସରକାରଙ୍କ ଆଭିମୁଖ୍ୟକୁ ନେଇ ଚିନ୍ତା ପ୍ରକଟ କରାଯାଇଥିଲା। ଅନ୍ୟାନ୍ୟ ଜିଲ୍ଲା ଗୁଡିକରେ ଏବେ ପର୍ଯ୍ୟଟନ ସ୍ଥଳୀ ସବୁର ଭିତ୍ତିଭୂମିର ବିକାଶ କାର୍ଯ୍ୟ ସରକାର ହାତକୁ ନେଉଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାକୁ ମଧ୍ୟ ଏଥିରେ ସାମିଲ କରାଯିବା ସହ ଜିଲ୍ଲାରେ ଏକ କୃଷି ମହାବିଦ୍ୟାଳୟ ସ୍ଥାପନ ସକାଶେ ଖୁବଶୀଘ୍ର ଏକ ସ୍ମାରକପତ୍ର ପ୍ରଦାନ କରାଯିବାକୁ ମଧ୍ୟ ନିଷ୍ପତ୍ତି ନିଆ ଯାଇଥିବା ବେଳେ ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଓ ଆଲୋଚନା ରହିଥିଲା ଖୋର୍ଦ୍ଧା ବଲାଙ୍ଗିର ରେଳପଥ କାର୍ଯ୍ୟକୁ ତ୍ବରାନ୍ବିତ ଓ ନୂତନ ସମ୍ବଲପୁର ଗୋପାଳପୁର ରେଳପଥ ସୁବର୍ଣ୍ଣପୁର ଦେଇଯିବା ପାଇଁ ଦାବି ଉପସ୍ଥାପନା। ପୂର୍ବରୁ ଏନେଇ ନିଆଯାଇଥିବା ପଦକ୍ଷେପ ସବୁ ବିଷୟରେ ସଚେତନ ନାଗରିକ ମଞ୍ଚର ସଭାପତି ସୂଚନା ପ୍ରଦାନ କରିଥିଲେ। ସମ୍ବଲପୁର- ଗୋପାଳପୁର ରେଲଲାଇନ୍ କୁ ନେଇ ଜିଲ୍ଲା ପ୍ରଶାସନ ଜରିଆରେ ମାନ୍ୟବର ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରେଳମନ୍ତ୍ରୀ, ମୁଖ୍ୟମନ୍ତ୍ରୀ , ମାନ୍ୟବର ଅର୍ଥମନ୍ତ୍ରୀ  ନିରଞ୍ଜନ ପୂଜାରୀ ଓ ମାନ୍ୟବର ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା ଏବଂ ମାନ୍ୟବର ସାଂସଦ ବଲାଙ୍ଗିର ସଂଗୀତା ସିଂଦେଓଙ୍କ ଅବଗତି ଓ ବିହିତ ପଦକ୍ଷେପ ସକାଶେ ଅନୁରୋଧ କରାଯାଇଥିବା ପ୍ରକାଶ କରିଥିଲେ। ଏତତ ବ୍ୟତୀତ ଏହାକୁ ନେଇ ବହୁ ବାର ପତ୍ର, ମେଲ୍, ଟୁଇଟ ଜରିଆରେ ମଧ୍ୟ ସରକାରଙ୍କ ପାଖରେ ଦାବି ରଖାଯାଇଥିବା ହେଲେ ଉତ୍ତର ମିଳୁ ନଥିବା କଥା ପ୍ରକାଶ କରିଥିଲେ। ସେଥିପାଇଁ ଆଜି ଆଉ ଥରେ ଏକ ପତ୍ର ମହାମହିମ ରାଷ୍ଟ୍ରପତିଙ୍କୁ ଲେଖିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଓ ଏହା ସହିତ ଏକ ପ୍ରତିନିଧି ମଣ୍ଡଳୀ ଖୁବ ଶୀଘ୍ର ଯାଇ ରେଲମନ୍ତ୍ରୀ ଓ ବିଭିନ୍ନ ପଦାଧିକାରୀ ବୃନ୍ଦଙ୍କୁ   ଭେଟିବା ପାଇଁ ମଧ୍ଯ ନିଷ୍ପତ୍ତି ନିଆଯାଇଥିଲା। ଏହା ସହ ପବିତ୍ର ଦେଵଭୂମି ସୁବର୍ଣ୍ଣପୁର ସହରକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଭଳିଆ ହେରିଟେଜ ପ୍ରକଳ୍ପ ବିଷୟରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବା ସହ  ଜିଲ୍ଲାର ସଦର ମହକୁମାଠାରେ ଚାଲୁ ରହିଥିବା ମହାନଦୀ ସେତୁ ଠାରୁ ତେଲନଦୀ ସେତୁ ପର୍ଯ୍ୟନ୍ତ ରିଙ୍ଗରୋଡ଼ କାର୍ଯ୍ୟ ଦୀର୍ଘ ଦିନ ହୋଇଯାଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ହୋଇନପାରିବା ନେଇ ମଧ୍ୟ ଚିନ୍ତା ପ୍ରକଟ କରାଯାଇଥିଲା। ଏଥିପାଇଁ ଜିଲ୍ଲା ପ୍ରଶାସନ ଏହି କାର୍ଯ୍ୟ କିପରି ତୁରନ୍ତ ସରିବ ଗୁରୁତ୍ୱ ପ୍ରଦାନ କରନ୍ତୁ ବୋଲି ଏକ ପ୍ରସ୍ତାବ ଅନୁମୋଦନ କରାଯାଇଥିବା ବେଳେ ଭବିଷ୍ୟତରେ କୋଣସି ଅପ୍ରୀତିକର ପରିସ୍ଥିତି ସକାଶେ ଜିଲ୍ଲା ପ୍ରଶାସନ ଦାୟୀ ରହିବେ ବୋଲି ସଚେତନ ନାଗରିକ ମଞ୍ଚ ସୂଚାଇ ଦେଇଛି। ପୂର୍ବରୁ ପ୍ରଶାସନ ସହ ଭେଟିବା ଅବସରରେ ଏହା ବହୁ ଶୀଘ୍ର ସରିବ ବୋଲି ଦୃଢକ୍ତି ପ୍ରକାଶ କରିଥିଲେ କିନ୍ତୁ ବାସ୍ତବିକତାରେ ଏହା ବହୁ ଦୂରରେ। ସେଥିପାଇଁ ଜିଲ୍ଲା ପ୍ରଶାସନ ସମସ୍ତ କାର୍ଯ୍ୟ ସକାଶେ କଡା ଆଭିମୁଖ୍ୟ ସହ ଏହାର କାର୍ଯ୍ୟ ଶୀଘ୍ର ସାରିବା ଉପରେ ଗୁରୁତ୍ୱ ପ୍ରଦାନ କରିବା କଥା ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ସଚେତନ ନାଗରିକ ମଞ୍ଚର ସଭାପତି ସିତାଂଶୁ ଶେଖର ମିଶ୍ର ସମ୍ପାଦକ ଗୁଣନିଧି ମେହେରଙ୍କ ସମେତ କୋଶଳ ଏକାଡେମୀ ପ୍ରମୁଖ ଗୋରେଖ ନାଥ ସାହୁ, ବରିଷ୍ଠ ଆଇନଜୀବୀ ଵ୍ୟୋମକେଶ ଦାସ, ପୂର୍ବତନ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ତଥା ବରିଷ୍ଠ ଆଇନଜୀବୀ ପର୍ଶୁରାମ ମିଶ୍ର, ପୂର୍ବତନ ଜିଲ୍ଲାବସ୍ ମାଲିକସଂଘ ସଭାପତି ପୁରୁଷୋତ୍ତମ ପାଣିଗ୍ରାହୀ, ବରିଷ୍ଠ କଂଗ୍ରେସ ନେତା ଜିତେନ୍ଦ୍ର ପଟ୍ଟନାୟକ , ଜିଲ୍ଲା କ୍ରିକେଟ ସଂଘ ସଭାପତି ରାମ ଶଙ୍କର ସାହୁ, ଧୀରେନ୍ଦ୍ର କୁମାର ପଟ୍ଟନାୟକ,  ସହଦେଵ ପାତ୍ର, ଭିକାରୀ ପୃଷ୍ଟି, ପ୍ରଦୀପ ପୁରୋହିତ, ଦୁଃଖିରାମ ନାୟକ, ମହେଶ ପୂଜାହାରୀ, ବାଙ୍କାନିଧି ରାୟଗୁରୁ, ସୂର୍ଯ୍ୟ ନାରାୟଣ ଦାସ, ନବଘନ ସାଣ୍ଢ, ପଞ୍ଚାନନ ବାରିକ, କିଶୋର ହୋତା, ଶେଷଦେବ ମେହେର, ସଂଜୀଵ ଅଗ୍ରୱାଲା, ରାଜକିଶୋର ତ୍ରିପାଠୀ, ଧରଣୀଧର ମିଶ୍ର, ଦିଲ୍ଲୀପ ରଥ, ମୃତ୍ୟୁଜୟ ପାତ୍ର, ଖିରସାଗର ବିଭାର, ନିରଞ୍ଜନ ତ୍ରିପାଠୀ  ପ୍ରମୁଖ ଉପସ୍ଥିତ ଥିବାବେଳେ ଶେଷରେ ବାଙ୍କାନିଧି ରାୟଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ। ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More