କେନ୍ଦୁଝର (ସଂଘର୍ଷ ମିଡିଆ ) : -କେନ୍ଦୁଝର ଜିଲ୍ଲା ୟୁଥ୍ ଫର ଆକ୍ସନ ତରଫରୁ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଫଳ ବଣ୍ଟନ କରିବା ସହିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ରାଜ୍ୟ ୟୁଥ୍ ଫର ଆକ୍ସନର ଉପଦେଷ୍ଟା ଅପରାଜିତା ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦୁଝର ଜିଲ୍ଲାର ୟୁଥ୍ ଫର ଆକ୍ସନ ସଭାପତି ଜଳଧର ସାହୁଙ୍କ ନେତୃତ୍ୱରେ ଆଜି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ରେଗୀଙ୍କ ସ୍ବାସ୍ଥ୍ୟ, ଖାଦ୍ୟ ଏବଂ ଡ଼ାକ୍ତରୀ ଚିକିତ୍ସା ସଠିକ୍ ଭାବେ ମିଳୁଛି କି ନାହିଁ ସେ ସମ୍ବଧରେ ପଚାରି ବୁଝିଥିଲେ ପରେ ରୋଗୀଙ୍କୁ ଫଳ ବଣ୍ଟନ କରିବା ସହିତ ସବୁଜ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଚିକିତ୍ସା କେନ୍ଦ୍ର ପରିବେଶରେ ଚମ୍ପା , ଔଷଧୀୟ ବୃକ୍ଷ ରୋପଣ କରିଥିଲେ । କାର୍ଯ୍ୟକ୍ରମରେ ୟୁଥ୍ ଫର ଆକ୍ସନର ଉପ ସଭାପତି ପ୍ରେମ ପ୍ରକାଶ ମୁଣ୍ଡା, ପୂର୍ଣ୍ଣ ଚନ୍ଦ୍ର ପାତ୍ର, ରାଜୀବ ସାହୁଙ୍କ ସମେତ ବହୁ ସାମାଜିକ କର୍ମୀ ଉପସ୍ଥିତ ରହିଥିଲେ। ଏପରି ସାମାଜିକ କର୍ଯ୍ୟକୁ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଉଛି।