ଜିଲ୍ଲା ସ୍ତରୀୟ ୮୮ତମ ଓଡିଶା ଦିବସ ପାଳିତ

13

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : -ଗଜପତି ଜିଲ୍ଲା ସ୍ତରୀୟ ୮୮ତମ ଓଡିଶା ଦିବସ ଓ ସାଧାରଣ ସଭା ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି | ସକାଳରେ ସୁଶ୍ରୀ କଲ୍ୟାଣୀ ଗଜପତି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ ,ପାରଳା ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ଗଜପତି ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ମାରୀୟମ୍ ରଇତ,ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଓ ଉପ-ଜିଲ୍ଲାପାଳ ଆଲୋକ କୁମାର ପ୍ରଧାନଙ୍କ ସମେତ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ,ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତି ସହର ମଧ୍ୟରେ ଥିବା ଓଡ଼ିଶାର ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ସମୟରେ ବିରବାଦ୍ୟ ଓ ପାଇକ ଆଖଡ଼ା କଳା ପ୍ରଦର୍ଶନ ଦେଖାଇ ସହର ପରିକ୍ରମା କରାଯାଇଥିଲା।ପରେ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ ଯୋଗ ଦେଇ ଥିବା ବେଳେ ମୁଖ୍ୟବକ୍ତା ଭାବେ ବ୍ରହ୍ମପୁର ଖଲ୍ଲିକୋଟ ବିଶ୍ଵ ବିଦ୍ୟାଳୟରର ପୁର୍ବତନ କୁଳପତି ଡକ୍ଟର ମନ୍ମଥ ପାଢ଼ୀ ଯୋଗ ଦେଇ ଭାଷା ଭିତ୍ତିରେ ଓଡିଶା ସମଗ୍ର ଦେଶର ପ୍ରଥମ ରାଜ୍ୟ ।ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନେତୃତ୍ୱରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡିକର ଏକତ୍ରୀକରଣକୁ ନେଇ ଚାଲିଥିଲା ପ୍ରଚେଷ୍ଟା | ଶେଷରେ ସଫଳ ହୋଇଥିଲା ୧୯୩୬ ମସିହା ଅପ୍ରେଲ ୧ ତାରିଖ ସମସ୍ତ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ଦିନ ବୋଲି କହିଥିଲେ | ପାରଳା ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ଗଜପତି ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ମାରୀୟମ ରଇତ, ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ପ୍ରମୁଖ ଯୋଗଦେଇ ଓଡିଶା ଗଠନରେ ପାରଳାଖେମୁଣ୍ଡିର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ | ଏହି ଅବସରରେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଓଡ଼ିଶା ସରକାରଙ୍କ ତରଫରୁ ରାଜ୍ୟ ଶିକ୍ଷକ ପୁରସ୍କାର ୨୦୧୭ପାଇଁ ହିନ୍ଦୀ ଶିକ୍ଷକସୁବାଷ ଚନ୍ଦ୍ର ସାହୁ ଓ ଉଚ୍ଚ ବିଦ୍ୟାଳୟ ମହେନ୍ଦ୍ରଗଡ଼ର କାର୍ତ୍ତିକ ଗୋମାଙ୍ଗଙ୍କୁ ୨୫ ହଜାର ଟଙ୍କା ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଛି।ଗଜପତି ଉତ୍ସବରେ ସୁନ୍ଦର ଉଦଘୋଷଣା କରି ଥିବାରୁ ଅମୂଲ୍ୟ କୁମାର ପାଣୀଗ୍ରାହି ଓ ଡାକ୍ତର ଲୀମା ମହାନ୍ତିଙ୍କୁ ସମ୍ମାନିତ କରାଯାଇଥିଲା।ଏହି ଅବସରରେ ଓଡ଼ିଆ ବକ୍ତୃତା ପ୍ରତିଯୋଗିତା ହୋଇ ଥିଲା କୃତି ଛାତ୍ର ଛାତ୍ରୀମାନଙ୍କୁ ଅତିଥିଙ୍କ ଦ୍ବାରା ପୁରସ୍କାର ପ୍ରଦାନ କରାଯାଇଥିଲା ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମଇଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ,ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ,ବରିଷ୍ଟ ନାଗରିକ, ବୁଦ୍ଧିଜୀବି ,ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More