ନବରଙ୍ଗପୁର(ସଂଘର୍ଷ ମିଡିଆ) : ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶ କ୍ରମେ ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ସ୍ଥାନୀୟ ଶାସ୍ତ୍ରୀ ଭବନ ଠାରେ ସାଂସ୍କୃତିକ ଦଳ ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଅଛି। ଏହି ବିଭାଗ ପକ୍ଷରୁ ଏକ ସ୍ଵତନ୍ତ୍ର ୱେବ୍ ପୋର୍ଟାଲ୍(CTMS) ବିକାଶ କରାଯାଇ ଅନ୍ ଲାଇନ୍ ମାଧ୍ୟମରେ ଜିଲ୍ଲାର ବିଭିନ୍ନ ସାଂସ୍କୃତିକ ଦଳ ମାନଙ୍କୁ ପଞ୍ଜିକରଣ କରିବା ପାଇଁ ଆହ୍ବାନ କରାଯାଇଥିଲା। ନବରଙ୍ଗପୁର ଜିଲ୍ଲାର ସର୍ବମୋଟ ୩୩ ଗୋଟି ସାଂସ୍କୃତିକ ଦଳ ଏଥିରେ ପାଞ୍ଜି କରଣ କରିଥିଲେ ସେଥି ମଧ୍ୟରୁ ୨୫ ଗୋଟି ଦଳ ଚୟନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ନିଜ ନିଜ କଳାର ପାରଦର୍ଶିତା ପ୍ରଦର୍ଶନ କରିଥିଲେ। ସ୍ଥାନୀୟ ଶାସ୍ତ୍ରୀ ଭବନ ଠାରେ ଦୁଇ ଦିନ ଧରି ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅଥିତି ଭାବେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଯୋଗ ଦେଇ ଏହାର ଶୁଭ ଉଦ୍ଘାଟନ କରିଥିଲାବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ଘାଷିଅା ହରିଜନ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵ। ବଧାନରେ ଏସବୁ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ସାଂସ୍କୃତିକ ଦଳ ଚୟନର ବିଚାରପତି ଭାବେ ନାଟ ଗୁରୁ ନରସିଂହ ତ୍ରିପାଠୀ, କଳାକାର ଦେବଦାସ ମହାକୁଡ, ଅଧ୍ୟାପିକା ଡକ୍ଟର ସଂଯୁକ୍ତ ପଣ୍ଡା, ଫାଲଗୁନୀ ପାତ୍ର, ଯୁଗଳ ତ୍ରିପାଠୀ, ମନୋରମା ମାଝୀ, ପ୍ରେମ୍ ଚାନ୍ଦ ପଟ୍ଟନାୟକ, ଯୋତି ପରିଛା ପ୍ରମୁଖ ଯୋଗଦେଇ ସାଂସ୍କୃତିକ ଦଳ ଚୟନରେ ସହଯୋଗ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂସ୍କୃତି ପରିଷଦ ର ସାମାଜିକ ଓ ସାଂସ୍କୃତିକ ପ୍ରରଚକ ଶ୍ୟାମସୁନ୍ଦର ପୁଝାରୀ, ଏ ସନ୍ତୋଷ, ଜିଲ୍ଲା ସୁଚନା ଓ ଲୋକସଂପର୍କ କାର୍ଯ୍ୟାଳୟର ରାଜେନ୍ଦ୍ର ମାଝୀ, ନିଳକଣ୍ଠ ନାୟକ ପ୍ରମୁଖ ସହଯୋଗ କରିଥିଲେ। ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।