ଗଜପତି (ସଂଘର୍ଷ ମିଡିଆ ) : ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ଗ୍ରାମୀଣ ଆତ୍ମ ନିର୍ଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଅନୁଷ୍ଠାନ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡାଙ୍କ ସଭାପତିତ୍ୱ ରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ଯାଇଛି।ଏହି ସଭାରେ ମୁଖ୍ୟ ଅତିଥି ଭାବେ ଆରକ୍ଷୀ ଅଧୀକ୍ଷକ ଜୟରାମ ଶତପଥୀ ଯୋଗ ଦେଇ କହିଥିଲେ ଆମ ସମସ୍ତଙ୍କୁ ଜଗନ୍ନାଥ ସଂସ୍କୃତି ବାନ୍ଧି ରଖିଛି।ରାଜା ମହାରାଜା ମାନେ ପୂର୍ବରୁ କଳା ସଂସ୍କୃତି, ସାହିତ୍ୟ ବଞ୍ଚାଇ ରଖିଛନ୍ତି।ଜୟଦେବ ଜୟନ୍ତୀ ଅବସରରେ ଆମ ସମସ୍ତଙ୍କର ସମୟ ଆସିଛି ବର୍ତ୍ତମାନର ପିଢ଼ିକୁ ସଚେତନତା ଓ ପ୍ରସାର କରିବା ଦାୟିତ୍ୱ ବୋଲି କହିଥିଲେ।ସେହିପରି ମୁଖ୍ୟ ବକ୍ତା ଭାବେ ଉପାନ୍ତ ପ୍ରହରୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ଯୋଗ ଦେଇ ଏହି ଦିବସ ସମଗ୍ର ଭାରତ ବର୍ଷରେ ସ୍ମରଣୀୟ ଦିବସ ଅଟେ।ଏହି ପବିତ୍ର ଦିନରେ ଆମର ସୌଭାଗ୍ୟକୁ ଓଡିଶା ରେ ଜନ୍ମଗ୍ରହଣ କରି ମହାକବି ଜୟଦେବ ସମଗ୍ର ଜାତିକୁ ସମଗ୍ର ବିଶ୍ବକୁ ପରିଚିତ କରିଛନ୍ତି।ପ୍ରାୟ 100 ବର୍ଷ ଓଡ଼ିଶାରେ ଏହି ଭଳି ମହାନ ପୁରୁଷ ସାରା ଓଡ଼ିଶାରେ ଚହଳ ସୃଷ୍ଟି କରିଥିଲେ। ଗୀତ ଗୋବିନ୍ଦ ରଚୟିତା ସଙ୍ଗୀତ, ନୃତ୍ୟ ନାଟିକା ଶୀର୍ଷରେ ରହିଛି ବୋଲି କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ପୋୖର ପାଳିକା ଅଧ୍ୟକ୍ଷା ନିର୍ମଳା ସେଠୀ, ଆଚାର୍ଯ୍ୟ ବିନୋଦ ଜେନା ଜୟଦେବଙ୍କ ଜୀବନ ଉପରେ କହିଥିଲେ।ଜିଲ୍ଲାର ବିଭିନ୍ନ ବିଭାଗ ଅଧିକାରୀ, ବରିଷ୍ଠ ନାଗରିକ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ ହୋଇଥିବା ଓଡ଼ିଆ ବକୃତା ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସ୍ଵରାଜ ଶୀଷା,ନରସିଂହ ବଜ୍ରବନ୍ଧୁ,ଦିଲିପ ରଥ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ।ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।