ଜିଲ୍ଲା ସ୍ତରୀୟ ମଧୁବାବୁ ଜୟନ୍ତୀ ପାଳିତ

13

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : ନବରଙ୍ଗପୁର ବ୍ଲକ ଅଧିନସ୍ଥ ପୁଜାରିଗୁଡା ଗ୍ରାମ ପଞ୍ଚାୟତ ମହକୁମା ଠାରେ ଜିଲ୍ଲା ସ୍ତରୀୟ ମଧୁବାବୁ ଜୟନ୍ତୀ ନବରଙ୍ଗପୁର ଶାଖା ଉତ୍କଳ ସମ୍ମିଳନୀ, ଓଡ଼ିଶା ତରଫରୁ ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ଦେବାନନ୍ଦ ରନ୍ଧାରୀ ଯୋଗ ଦେଇଥିବା ବେଳେ, ବରିଷ୍ଠ ଶିକ୍ଷାବିତ ପ୍ରାଧ୍ୟାପକ ଡ଼. ବିଜୟ କୁମାର ମିଶ୍ର ମୁଖ୍ୟ ବକ୍ତା, ଓଡିଶା ରାଜସ୍ଵ ଅମଲା ସଂଘ ର ରାଜ୍ଯ ସଭାପତି, ତ୍ରିପତି ବାଲାଜୀ ସାହୁ ବିଶିଷ୍ଟ ବକ୍ତା ଭାବେ ଯୋଗ ଦେଇଥିଲେ । ଉତ୍କଳ ପରିଷଦ ନବରଙ୍ଗପୁର ଶାଖା ସହ ସମ୍ପାଦିକା, ଅଧ୍ୟାପିକା ଡ଼. ସଂଯୁକ୍ତା ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ, ମିନତି ପଟ୍ଟନାୟକ, ପି . ରବିକାନ୍ତ ରଘୁରାମ ପ୍ରମୁଖ ସହଯୋଗ କରିଥିଲେ । ବିଶିଷ୍ଟ ଆକାଶବାଣୀ କଣ୍ଠଶିଳ୍ପୀ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ମିଶ୍ର ତାଙ୍କ ବକ୍ତବ୍ୟରେ ମଧୁବାବୁଙ୍କ ସାରସ୍ଵତ ଜୀବନ ବିଷୟରେ କହିବା ବେଳେ, ବରିଷ୍ଠ ଆଇନଜୀବି ତଥା ସମାଜସେବୀ ଶ୍ରୀ ରାମ ପ୍ରସାଦ ପାତ୍ର ମଧୁ ବାବୁଙ୍କ ବାରିଷ୍ଟର ଜୀବନ ବିଷୟରେ ଆଲୋଚନା କରିଥିଲେ । ବରିଷ୍ଠ କବି ସଙ୍ଗଠକ ଶ୍ରୀ ପ୍ରଭଞ୍ଜନ ତ୍ରିପାଠୀ ଆଦିବାସୀ ଭାଷାରେ କବିତା ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ମଧୁବାବୁଙ୍କ ବିଷୟରେ ତଥ୍ୟ ରଖିଥିଲେ । ବରିଷ୍ଠ କବୟତ୍ରୀ ତଥା ସଭାନେତ୍ରୀ କନ୍ୟା ଅନୁଷ୍ଠାନ, ସ୍ଵର୍ଣଲତା ପଟ୍ଟନାୟକ ନାରୀ ସଶକ୍ତିକରଣ ଉପରେ ଗୁରୁତ୍ବ ଦେବା ସହ ମଧୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବରିଷ୍ଠ ପ୍ରାକ୍ତନ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ମନୋରମା ମାଝୀ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ଜନ ସମୂହଙ୍କୁ ମଧୁବାବୁଙ୍କ ବିଷୟରେ ଉଦବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଶାଖା ଉତ୍କଳ ସମ୍ମିଳନୀ ସମ୍ପାଦକ ଶ୍ରୀ ଦୁର୍ଗା ପ୍ରସାଦ ପାଢ଼ୀ ସଭାପତିତ୍ବ କରିଥିଲେ । ଗ୍ରାମବାସୀ ମାନଙ୍କ ମଧ୍ୟରେ ଲିଙ୍ଗରାଜ ରନ୍ଧାରୀ, ଭଗବାନ ପୂଜାରୀ , ଲମ୍ବଧର ହରିଜନ, ଦୁର୍ଯ୍ୟ ପ୍ରଧାନୀ, ଫକୀର ମୋହନ ନାୟକ, ତ୍ରିପତି ରନ୍ଧାରୀ, ଭାନୁମତି ରନ୍ଧାରୀ, ଜୟନ୍ତୀ ପୂଜାରୀ,ବାଲିସଭା ନାୟକ, ଜେମା ନାୟକ କୁମାରୀ ଭତ୍ରା, ଶୁକ୍ରୁ ଭତ୍ରା ,ମହାନ ଭତ୍ରା, ବୈଦ୍ୟନାଥ ଭତ୍ରା, ଖଗପତଇ ପୂଜାରୀ, ନରେଶ ଭତ୍ରା ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୁଜାରିଗୁଡା ପଞ୍ଚାୟତର ଶତାଧିକ ଜନସାଧାରଣ ଯୋଗ ଦେଇଥିଲେ । ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More