ଜିଲ୍ଲା ସ୍ତରୀୟ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ

13

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : -ଗଜପତି ଜିଲ୍ଲାସ୍ତରୀୟ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ଅବସରରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଦ୍ୱାରା ବିଭିିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଗୋଷାଣୀ ବ୍ଲକରେ ଖରସଣ୍ଡା ଗ୍ରାମରେ ଏକ ପ୍ରାଣୀ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା ଏହି ଶିବିରରେ ମୋଟ ୨୦୪ ଟି ଗାଈଗୋରୁ ଓ ଛେଳି ମେଣ୍ଢାଙ୍କର ଚିକିତ୍ସା କରାଯାଇ ଔଷଧ ବିତରଣ କରାଯାଇଥିଲା। ଏହି ଅବସରରେ ରାଜନହର ଠାରୁ ଏସକେସିଜି ମହାବିଦ୍ୟାଳୟ ପର୍ଯ୍ୟନ୍ତ ଏକ ସଚେତନତା ପଦ ଯାତ୍ରା କରାଯାଇଥିଲା ଏହାପରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀକକ୍ଷରେ ଏକ ସାଧାରଣ ସଭା ଅୟୋଜନ କରାଯାଇଥିଲା।ଏଥିରେ ଜିଲ୍ଲାର ପ୍ରାଣୀ ଚିକିତ୍ସକ, ପ୍ରାଣୀଧନ ନିରୀକ୍ଷକ,ବିଭାଗୀୟ ଅଧିକାରୀ ଓ ସଫଳ ଚାଷୀ ଭାଇ ଭଉଣୀ ମାନେ ଅଂଶ ଗ୍ରହଣ କରିଥିଲେ ।ଏଠାରେ ରାଜ୍ୟସ୍ତରୀୟ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳନ କାର୍ଯ୍ୟକ୍ରମର ସିଧା ପ୍ରସାରଣ ବ୍ୟବସ୍ଥା ହୋଇଥିଲା।ଗଜପତି ଜିଲ୍ଲା ରାଜ୍ୟ ସ୍ତରରେ ପୁରସ୍କାର ଗ୍ରହଣ କରିବା ବେଳର ଦୃଶ୍ୟକୁ ସମସ୍ତେ ଦେଖିଥିଲେ।ଆମ ଜିଲ୍ଲାର ଜଣେ ସଫଳ ଦେଶୀ କୁକୁଡ଼ା ଚାଷୀ ସୁଲଭ ଚନ୍ଦନ ପାତ୍ରଙ୍କୁ ରାଜ୍ୟ ସ୍ତରରେ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ରମାକାନ୍ତ ରଣାଙ୍କ ଅଧକ୍ଷତାରେଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ଲିଙ୍ଗରାଜ ପଣ୍ଡା, ଜିଲ୍ଲାପାଳ ଗଜପତି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ଵାତୀ ଏସ.କୁମାର ଓ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଗଜପତି ରୋମାଞ୍ଚଳ ଖମାରି , ପ୍ରକଳ୍ପ ନିର୍ଦ୍ଧେଶକ ଜଳ ବିଭାଗୀୟ ଅଧିକାରୀ ସୁରେଶ କୁମାର ପଟ୍ଟନାୟକ ଓ ଉପ ନିର୍ଦ୍ଦେଶକ ଉଦ୍ୟାନ ବିଭାଗ ସୁଶାନ୍ତ ଦାସ ଯୋଗ ଦେଇଥିଲେ। ଜିଲ୍ଲାପାଳ ଶ୍ରୀ ପଣ୍ଡା କହିଥିଲେ ଯେ ଗଜପତି ଜିଲ୍ଲାରେ କୁକୁଡ଼ା ମାଂସ, ଅଣ୍ଡା ଏବଂ ଛେଳି ମାଂସ ଉତ୍ପାଦନରେ ଅଧିକ ଅଭିବୃଦ୍ଧି କରୁଛି ଏବଂ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ତଥା ଆଗମୀ ଦିନରେ ଅଣ୍ଡା ଉତ୍ପାଦନ ଦୈନିକ ଏକ ଲକ୍ଷ୍ୟରେ ପହଞ୍ଚିବା ପାଇଁ ଜିଲ୍ଲାର ପ୍ରାଣୀ ଚିକିତ୍ସକ ନିରନ୍ତର ପ୍ରଚେଷ୍ଟା କରିବା ପାଇଁ ଉପଦ୍ଦେଶ ଦେଇଥିଲେ । ଗଜପତି ଜିଲ୍ଲାରେ ଖୁବ ଶୀଘ୍ର ଦୁଗ୍ଧ ଓ ଦୁଗ୍ଧ ଜାତ ଦ୍ରବ୍ଯ ଉତ୍ପାଦନରେ ଅଗ୍ରଣୀ ଜିଲ୍ଲାରେ ପରିଣତ ହେବ ଏବଂ ଏଥିପାଇଁ ପ୍ରାଣୀ ଚିକିତ୍ସକ ଓ ପ୍ର।ଣୀ ପାଳକମାନେ ଅବିରତ ପ୍ରଚେଷ୍ଟା ଯାରି ରଖିବେ ବୋଲି କହିଥିଲେ।ଏହି ଅବସରରେ ଜିଲ୍ଲାର ୯ଜଣ ଅଗ୍ରଣୀ ଚାଷୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ଯଥା ଛେଳି ଚାଷ ପାଇଁ ମୋହନା ବ୍ଲକର କଳା କୃଷ୍ଣ ମହାଙ୍କୁଡ଼, ବ୍ରଏଲର କୁକୁଡ଼ା ଚାଷ ପାଇଁ ଆର.ଉଦୟଗିରି ବ୍ଲକର ଦୁର୍ଯ୍ୟୋଧନ ରଇତ, ଦେଶୀ କୁକୁଡ଼ା ପାଳନ ପାଇଁ ନୂଆଗଡ ବ୍ଲକର ସୁଲଭ ଚନ୍ଦନ ପାତ୍ର, ଗୋପାଳନ ପାଇଁ ରାୟଗଡ଼ ବ୍ଲକର ଅଜିତ୍ ସେନ ଆନ୍ଦ୍ରାପ୍, ଅଣ୍ଡା ଦିଆ କୁକୁଡ଼ା ଚାଷ ପାଇଁ ଗୋଷାଣୀ ବ୍ଲକର ଚିରଞ୍ଜିବି ରାଉତ, ଛେଳି ପାଳନ ପାଇଁ ଗୁମ୍ମା ବ୍ଲକର ଲକ୍ଷ୍ମୀ ମହିଳା ମଣ୍ଡଳ ସ୍ଵୟଂ ସହାୟକ ଗୋଷ୍ଠୀ, ଧଳା ଘୁଷୁରୀ ପାଳନ ପାଇଁ କାଶୀନଗର ବ୍ଲକର ମୋଜେଶ ଶବର ଓ ଘାସ ଚାଷ ପାଇଁ ବିଜୟ ଦୋରା ଏବଂ ମେଣ୍ଡା ଚାଷ ପାଳନ ପାଇଁ ଗୋଷାଣୀ ବ୍ଲକର ଇପିଲି ବାସୁଙ୍କୁ ପୁରସ୍କୃତ କରାଯାଇଛି।ସେହିପରି ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ନାରାୟଣ ମହାପାତ୍ରଙ୍କୁ ଗଜପତି ଜିଲ୍ଲାରେ ପ୍ରାଣୀ ପାଳନର ଅଗ୍ରଗତିରେ ମୁଖ୍ୟ ଭୂମିକା ପାଇଁ ଜିଲ୍ଲାର ଶ୍ରେଷ୍ଠ ପ୍ରାଣୀ ଚିକିତ୍ସା ଅଧିକାରୀ ଭାବେ ପୁରସ୍କୃତ କରାଯାଇଛି। ଏହି ଅବସରରେ ଉପ ନିର୍ଦ୍ଦେଶକ ଡାକ୍ତର ବିଦ୍ୟୁତ ଶେଖର ମିଶ୍ର ଓ ଡାକ୍ତର ଶ୍ରୀକାନ୍ତ ହତା ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ଉପଲକ୍ଷେ କବିତା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଡାକ୍ତର ଲିମା ମହାନ୍ତି ପରିଚାଳନା କରିଥିବା ବେଳେ ଡ଼ାକ୍ତର ବିଦ୍ୟୁତ୍ ଶେଖର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ବିଭିନ୍ନ ବିଭାଗର ଜିଲ୍ଲା ଅଧିକାରୀ, ସମସ୍ତ ବ୍ଲକର ପ୍ରାଣୀ ଚିକିତ୍ସକ ଅଧିକାରୀ, ସ୍ୱୟଂ ସହାୟକ ଗୋଷ୍ଠୀ, ଚାଷୀ ଭାଇ ଓ ଭଉଣୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More