ବୌଦ୍ଧ(ସଂଘର୍ଷ ମିଡିଆ ) : ଆଜି ବୌଦ୍ଧ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ବିଳନୀ କକ୍ଷ ଠାରେ ପାରମ୍ପାରିକ ଜାତି ମୁଖିଆ, ମନ୍ଦିର କମିଟି ସଦସ୍ୟ ମାନଙ୍କର ଦିନିକିଆ ବାଲ୍ୟ ବିବାହ ନିଷେଧ ଉପରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ବୌଦ୍ଧ ଜିଲ୍ଲାପାଳ ଶ୍ରୀ ଲଲାଟେନ୍ଦୁ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ପିଡି ଙ୍କ ଦ୍ୱାରା କାର୍ଯ୍ୟକ୍ରମ ଉଦଘାଟନ କରାଯାଇଥିଲା l ଭାରପ୍ରାପ୍ତ ଡି ଏସ ଏସ ଓ ଶ୍ରୀ ସୁଧାଂଶୁ ଶେଖର ପୂଜାରୀ ଙ୍କ ଦ୍ୱାରା ସ୍ୱାଗତ କରାଯାଇଥିଲା ଅଂଶଗ୍ରହଣ କରିଥିବା ସମସ୍ତ ଜାତି ମୁଖିଆ ମାନଙ୍କୁ l ସ୍ୱାଗତ ସମ୍ବର୍ଦ୍ଧନା ପରେ ଜିଲ୍ଲା ବାଲ୍ୟ ବିବାହ ପରାମର୍ଶ ଦାତ୍ରୀ ସୁଶ୍ରୀ ପ୍ରବୀଜ୍ଞା ଦାସ କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସୁଶ୍ରୀ ଦାସ ପାୱାର ପଏଣ୍ଟ ମାଧ୍ୟମରେ ବୌଦ୍ଧ ଜିଲ୍ଲା ର ସ୍ଥିତି, ବାଲ୍ୟ ବିବାହ ର କାରଣ, ନିରାକରଣ ଓ କିଶୋରୀ ସଶକ୍ତି କରଣ, ବାଲ୍ୟ ବିବାହ ମୁକ୍ତ ଗ୍ରାମ ଘୋଷଣା ଉପରେ ସବିଶେଷ ତଥ୍ୟ ଉପସ୍ଥାପନା କରି ଥିଲେ l ଜାତି ମୁଖିଆ ମାନେ ସେମାନଙ୍କର ବର୍ତ୍ତମାନ ର ସ୍ଥିତି ଓ ଆଗକୁ କିଭଳି ପଦକ୍ଷେପ ନେଇ ଜିଲ୍ଲା କୁ ବାଲ୍ୟ ବିବାହ ମୁକ୍ତ ଘୋଷଣା କରାଯାଇ ପାରିବ ସେ ଉପରେ ମତାମତ ଦେଇଥିଲେ l ଜିଲ୍ଲାପାଳ ନିଜ ବକ୍ତବ୍ୟ ରେ ଜିଲ୍ଲା କୁ ବାଲ୍ୟ ବିବାହ ମୁକ୍ତ କରିବାକୁ ବୈଠକ ରେ ନିର୍ଦ୍ଦେଶ ଦେଇଥିଲେ l ଆଗାମୀ 6 ମାସ ମଧ୍ୟରେ ତ୍ୱରିତ ବେଗରେ ଅଧିକରୁ ଅଧିକ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଓ ପଞ୍ଚାୟତ ଘୋଷଣା କରିବା ପାଇଁ ଉପସ୍ଥିତ ସମସ୍ତ ଙ୍କୁ ଆହ୍ୱାନ ଦେଇଥିଲେ l ସି ଡବ୍ଲୁ ସି ସଭ୍ୟ ଶ୍ରୀ ସୀତାକାନ୍ତ ସାହୁ ବାଲ୍ୟ ବିବାହ ରୋକିବାକୁ ହେଲେ ଜନ୍ମ ପ୍ରମାଣ ପତ୍ର ଅନିବାର୍ଯ୍ୟ ଓ ଏହା ଅଙ୍ଗନବାଡି ସହାୟତାରେ ପ୍ରାପ୍ତ କରିବାକୁ ଅନୁରୋଧ କରିଥିଲେ l ମିଶନ ଶକ୍ତି ର ଜିଲ୍ଲା ପ୍ରୋଜେକ୍ଟ ମେନେଜର ଜିଲ୍ଲାରେ ବାଲ୍ୟ ବିବାହ ସ୍ଥିତି ଓ ଆଗାମୀ ଦିନରେ ମିଶନ ଶକ୍ତିର ଭୂମିକା ଉପରେ ଆଲୋକ ପାତ କରିଥିଲେ l ବାଳିକା ଶିକ୍ଷା ସଂଯୋଜିକା ସୁଶ୍ରୀ ରାଜ ଲକ୍ଷ୍ମୀ ପଣ୍ଡା ସମଗ୍ର ଶିକ୍ଷା ଓ ବାଳିକା ମାନଙ୍କ ପାଇଁ ଉପଲବ୍ଧ ସମସ୍ତ ସୁଯୋଗ ର ବିବରଣୀ ଦେବା ସହିତ ଶିକ୍ଷା ସମ୍ବନ୍ଧୀୟ ଜାତି ମୁଖିଆ ମାନଙ୍କର ପ୍ରଶ୍ନର ଉଚିତ ଉତ୍ତର ରଖିଥିଲେ l କାର୍ଯ୍ୟକ୍ରମ ପରିଚାଳନା ରେ ମିଶନ ଶକ୍ତି ଜିଲ୍ଲା ପ୍ରୋଗ୍ରାମ ଆସିଷ୍ଟାଣ୍ଟ ନାମ ପଞ୍ଜିକରଣ ରେ ସହାୟତା କରିଥିଲେ l ଶେଷରେ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ ଶର୍ମିଷ୍ଠା ହୋତା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ସହିତ ଆଗକୁ ବାଲ୍ୟ ବିବାହ ମୁକ୍ତ ବୌଦ୍ଧ ର କାମନା କରି ଥିଲେ l ଏହି କାର୍ଯ୍ୟକ୍ରମ ରେ ଏଡିଏସ ଏସ ଡବ୍ଲୁ ଓ (ADSWO ), ସିଡିପିଓ, ସୁପରଭାଇଜର, ଡିପିଏମ, ଡିପିଏମ, ମିଶନ ଶକ୍ତି, ଡିପିସି ମମତା ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହ ପ୍ରମୁଖ ଯୋଗଦାନ କରିଥିଲେ lବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l