ଜିଲ୍ଲା ସ୍ତରୀୟ ବଳରାମ ଜୟନ୍ତୀ ପାଳିତ

14

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାଧାନଗର ପଂଚାୟତ ପରିସରରେ ଭାରତୀୟ କିସାନ ସଙ୍ଘ ବୌଦ୍ଧ ଜିଲ୍ଲା ଶାଖା ତରଫରୁ କୃଷକ ମାନଙ୍କ ଆରାଧ୍ୟ ଦେବତା ପ୍ରଭୁ ବଳରାମଙ୍କ ଜୟନ୍ତୀ ଉତ୍ସବ ଜିଲ୍ଲା ସଭାପତି ନବୀନ କୁମାର ପ୍ରଧାନଙ୍କ ନେତୃତ୍ୱରେ ପାଳନ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସହ-ସମ୍ପାଦକ ଭୋଳାଗିରି ସାହୁ,ମୁଖ୍ୟବକ୍ତା ବିଶିଷ୍ଟ ଗୋସେବିକା ତାରାକାନ୍ତି ପଟେଲ,ସଂମ୍ମାନିତ ଅତିଥି ଭାବେ ରାଜ୍ୟ ସଂଗଠକ ବିଶିକେସନ ପ୍ରଧାନ, ସାମାଜିକକର୍ମୀ ମୁରଲୀଧର ପାତ୍ର, ଶଙ୍କର ପ୍ରସାଦ ମିଶ୍ର, କୃତ୍ତିବାସ ପଲିଆ, ରାଧାନଗର ସରପଞ୍ଚ ଗଣେଶ ବେହେରା,ଜିଲ୍ଲା ସମ୍ପାଦକ ନିରଞ୍ଜନ ଗିରି, ବୌଦ୍ଧ ବ୍ଲକ ଉପସଭାପତି ସୁରେଶ ମହାକୁଡ଼, ସମ୍ପାଦକ ଧିରେନ କୁମାର ସାହୁ ମଂଚାସୀନ ଥାଇ ବିଭିନ୍ନ ଆଲୋଚନା କରିଥିଲେ l ବୌଦ୍ଧ ସାଲୁଙ୍କି ନଦୀରେ ପ୍ରସ୍ତାବିତ ନଦୀବନ୍ଧ ଯୋଜନା ତୁରନ୍ତ କାର୍ଯ୍ୟକାରୀ କରିବାପାଇଁ ସରକାରଙ୍କୁ ଦାବି ଜଣାଇବା ସହଅଭାବୀ ସାର ଓ ଧାନବିକ୍ରି ଉପରେ କିସାନ ସଙ୍ଘ ଧ୍ୟାନ ଦେବାକୁ ପ୍ରସ୍ତାବ ଆଗତ ହୋଇଥିଲା lରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More