ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଯାପିତ

29

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲାସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ଗଜପତି ଷ୍ଟାଡିୟମରେ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଯାପିତ ହୋଇ ଯାଇଛି I ଏହି ଉଦଯାପନି ଉତ୍ସବରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ବଳରାମ ସୁବୁଦ୍ଧିଙ୍କ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ପ୍ରଫେସର ଅଜୟ କୁମାର ଦାସ ଓୟୁଟି, ଭୁବନେଶ୍ୱର ପ୍ରମୁଖ ପ୍ରମୁଖ ମଞ୍ଚାସିନ ଥିଲେ I ଏହିକାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ଚାଷୀ ଭାଇ ଓ ଭଉଣୀ ମାନଙ୍କ ପାଇଁ ସରକାରଙ୍କ ଦ୍ୱାରା ଏହି କୃଷକ ମେଳା ଅନୁଷ୍ଠିତ ହୋଇଥିଲା I ସମସ୍ତ ଅତିଥି ମାନେ ଗଜପତି ଜିଲ୍ଲାର ଚାଷୀ ମାନଙ୍କୁ ଉଦବୋଧନ ଦେଇ ଚାଷୀମାନଙ୍କର ଆୟକୁ ଦୁଇ ଗୁଣିତ କରିବା ନିମନ୍ତେ ବୈଷୟିକ ଜ୍ଞାନ ଓ ଜୈବିକ ସାର ବ୍ୟବହାର କରିବା ସାଙ୍ଗକୁ ଆଧୁନିକ କୃଷି ଯନ୍ତ୍ରପାତିର ବ୍ୟବହାର ସମ୍ଫର୍କରେ ଆଲୋଚନା କରାଯାଇଥିଲା। ମିଶ୍ରିତ ଫସଲର ଚାଷ, ଅର୍ଥକାରୀ ଫସଲ ପାଇଁ ଉନ୍ନତ ଯନ୍ତ୍ରପାତିର ସଠିକ୍ ଉପଯୋଗ ଓ ପରିଚାଳନା ,ଉନ୍ନତ ମାନର ଯାନ୍ତ୍ରିକ କରଣ ସୁବିଧା ଓ ସୁଯୋଗ ନେବା ପାଇଁ ଅତିଥିମାନେ ପରାମର୍ଶ ଦେଇଥିଲେ। ଜିଲ୍ଲା ସ୍ତରୀୟ ଯନ୍ତ୍ରପାତି ମେଳାରେ ୯୮୨ ଜଣଙ୍କୁ ବିଭିନ୍ନ କୃଷି ଯନ୍ତ୍ରପାତି ଯୋଗେଇ ଦିଆଯାଇ ଥିବା ବେଳେ ୧୦୦୭ ଜଣ କୃଷକ ଅନଲାଇନ ମାଧ୍ୟମରେ ବିଭିନ୍ନ କୃଷି ଯନ୍ତ୍ରପାତି ଗୁଡ଼ିକୁ ଆବେଦନ କରିଛନ୍ତି ଯାହାର ମୂଲ୍ୟ ୩ କୋଟି ୫୫ ଲକ୍ଷ୍ୟ ୩୫ ହଜାର ୮୦୦ ଟଙ୍କା ହେବ। ଏହି କୃଷି ଯନ୍ତ୍ରପାତି ମେଳା ୫୪ ଗୋଟି ଷ୍ଟଲ୍ ଖୋଲା ଯାଇ ବିଭିନ୍ନ ଆଧୁନିକ କୃଷି ଯନ୍ତ୍ରପାତି ପ୍ରଦର୍ଶନ ସହିତ ରିହାତି ଦରରେ ଚାଷୀ ଓ ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ପ୍ରଦାନ କରାଯାଇଛି। ଏହି ମେଳାରେ ଜିଲ୍ଲାର ଉଦ୍ୟାନ କୃଷି ବିଭାଗ, ମତ୍ସ୍ୟ ବିଭାଗ, ପ୍ରାଣୀ ସମ୍ପଦ ବିକାଶ ବିଭାଗ, ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗ, ଓଡ଼ିଶା କୃଷୀ ଶିଳ୍ପ ନିଗମ, ମିଶନ ଶକ୍ତି ଓ ଓଡ଼ିଶା ମିଲେଟ୍ ମିଶନ ବିଭାଗ ପ୍ରଭୃତି ନିଜର ବିଭାଗ ପକ୍ଷରୁ ସଚେତନ ସକାଶେ ଷ୍ଟଲ ଖୋଲା ଯାଇଥିଲା।ଜିଲ୍ଲାର ସର୍ବୋତ୍କୃଷ୍ଟ ଚାଷୀ ଓ ମହିଳା ସ୍ବୟଂ ସହାୟକର ସମ୍ବର୍ଦ୍ଧନା କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଜିଲ୍ଲା କୃଷୀ ଅଧିକାରୀ ଇରେନିୟସ ପ୍ରଧାନ,କୃଷି ବିଭାଗର ସମସ୍ତ ଅଧିକାରୀମାନେ ଓ ଚାଷି ମାନେ ଯୋଗ ଦେଇଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More