ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ତୃତୀୟ ଦିନରେ ଯୋଗଦେଲେ ବନଖଣ୍ଡ ଅଧିକାରୀ ଏସ ଆନନ୍ଦ

48

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : –ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା 2023 ତୃତୀୟ ଦିନରେ ଆୟୋଜିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜୀ ତିରୁପତି ରାଓ,ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଇରେନିୟସ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ବାଲାରାଜୁ, ରାଜ୍ୟ ରୁ ଆସିଥିବା ବୈଜ୍ଞାନିକ ରବୀନ୍ଦ୍ର କୁମାର ପାଇକ ରାୟ ଓ ସଚିଦାନନ୍ଦ ପଣ୍ଡା, ରାୟଗଡା ଏଗଜୁଟିଭ ଅଫିସର ରବୀନ୍ଦ୍ର କୁମାର ବେହେରା ପ୍ରମୁଖ ମଞ୍ଚାସିନ ଥିଲେ I ଶୁଭ ଶ୍ରୀ ପ୍ରିୟଦର୍ଶନୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିବା ବେଳେ ଗୁମ୍ମା ଗୋଷ୍ଠୀ କୃଷି ଅଧିକାରୀ ନାରାୟଣ ଚାନ୍ଦ୍ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କୃଷି ମେଳାରେ ଆର ଉଦୟଗିରି, ନୂଆଗଡ, ଗୁମ୍ମା ଓ କାଶୀ ନଗର ବ୍ଲକର ଚାଷୀ ଭାଇ ଓ ଭଉଣୀ ମାନେ ଉପସ୍ଥିତ ଥିଲେ। ଜିଲ୍ଲାର ଚାଷୀ ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠଙ୍କୁ ବିଭିନ୍ନ ଯନ୍ତ୍ରପାତି ରିହାତି ମୂଲ୍ୟରେ ଯୋଗାଇ ଦେବାର ବ୍ୟବସ୍ଥା ରହିଛି।ଏହି ଯନ୍ତ୍ରପାତି ମେଳାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଜିଲ୍ଲାର ଚାଷୀଙ୍କ ଉତ୍ପାଦକ କ୍ଷେତ୍ରରେ କମ୍ ସମୟରେ କେମିତି ଅଧିକ ରୁ ଅଧିକ ଫସଲ ଉତ୍ପାଦନ କରିପାରିବେ ଓ ରାଜ୍ୟ ସରକାର ଚାଷୀଙ୍କ ଉନ୍ନତିର ବିକାଶ ନିମନ୍ତେ କରିଥିବା ଯୋଜନା ଗୁଡିକ ପାଇ ଚାଷି ଉପକୃତ ହୋଇପାରିବେ। ଯନ୍ତ୍ରପାତି ଗୁଡିକ ରିହାତି ଓ ବିକ୍ରୟ ବ୍ୟବସ୍ଥା, ବ୍ୟାଙ୍କ ସହାୟତା କେନ୍ଦ୍ର ମାଧ୍ୟମରେ କୃଷି ଯନ୍ତ୍ରପାତି ପାଇଁ ଋଣର ବ୍ୟବସ୍ଥା, କୃଷି ଓ ଅଣ ସଂଗଠିତ ବିଭାଗ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡିକର ପ୍ରଚାର ପ୍ରସାର ଏବଂ ନିର୍ଦ୍ଧାରିତ ସରକାରୀ ରିହାତିରେ କୃଷି ଯନ୍ତ୍ରପାତି କ୍ରୟ ନିମନ୍ତେ ଅଗ୍ରୀମ ଉତ୍ପାଦନ ବୃଦ୍ଧିର ବ୍ୟବସ୍ଥା ରହିଛି।ଏହି ସମସ୍ତ କାର୍ଯ୍ୟକ୍ରମକୁ ବ୍ଳକର କୃଷି ଅଧିକାରୀ ମାନେ ପରିଚାଳନା କରିଥିଲେ। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More