ଜିଲ୍ଲା ସ୍ତରୀୟ କବି ଶ୍ରୀ ଜୟଦେବ ଜୟନ୍ତୀ-୨୦୨୩ ପାଳିତ

12

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ) : – ଆଦିକବି ସାରଳା ଦାସ ସଂସ୍କୃତି ଭବନ ପରିସରରେ ଜିଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ କବି ଶ୍ରୀ ଜୟଦେବ ଜୟନ୍ତୀ-୨୦୨୩ ପାଳିତ ହୋଇଯାଇଛି। ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଜୟନ୍ତୀ ସମାରୋହରେ ସମ୍ମାନିତ ଅତିଥିଭାବେ ସହକାରୀ ଜିଲାପାଳ କଳ୍ପିତା କୁମାରୀ ଜେନା, ଜିଲା କଳା ସଂସ୍କୃତି ସଙ୍ଘର ଉପସଭାପତି ଅଭିମନ୍ୟୁ ନାୟକ, ବିଶିଷ୍ଟ ସାହିତ୍ୟିକ ମହେନ୍ଦ୍ର କୁମାର ଆଚାର୍ଯ୍ୟ, ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ବୀରକିଶୋର ପରିଡା, ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ବରିଷ୍ଠ ପ୍ରାଧ୍ୟାପକ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ନିରୋଦ କୁମାର ଦାସ ଯୋଗଦେଇ କବି ଶ୍ରୀ ଜୟଦେବଙ୍କ ଗୀତ ଗୋବିନ୍ଦ ରଚନା ସମ୍ପର୍କରେ ବିସ୍ତୃତ ଭାବେ ବକ୍ତବ୍ୟ ପ୍ରଦାନ ସହ କବିଙ୍କ ଜୀବନଚର୍ଯ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ। ସଭାର ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ୱାରା କବି ଜୟଦେବ ଙ୍କ ଫଟୋ ଚିତ୍ରରେ ପୁଷ୍ପ ଅର୍ପଣ କରିଥିଲେ।ଏହିଅବସରରେ ଓଡ଼ିଆ ସପ୍ତାହ ପାଳନ ରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ଜିଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।ପରେ ଦଧିବାମନ ଜୀଉ ସାଂସ୍କୃତିକ ପରିଷଦ କେନ୍ଦାଳ, ଦ୍ୱାରା ଭଜନ, କୁମୁଦ କୁମାର ଜେନା ଓ ସାଥିଙ୍କ ଦ୍ଵାରା ସଂକୀର୍ତ୍ତନ, ନୃତ୍ୟ ଧ୍ୱନୀ ଡ୍ୟାନ୍ସ ଗ୍ରୁପ ଦ୍ୱାରା ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା।ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More