ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକୂଳ କଲେ ଜିଲ୍ଲପାଳ

12

Get real time updates directly on you device, subscribe now.

ନବରଙ୍ଗପୁର( ସଂଘର୍ଷ ମିଡିଆ): -ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଭିକ୍ଷା ପଂଚାୟତର କୋଦୋଭଟ୍ଟା ଠାରେ ଜିଲ୍ଲା ସ୍ତରୀୟ ପବିତ୍ର ଅକ୍ଷୟ ତୃତୀୟା ଦିବସ ପାଳିତ ହୋଇଛି | ଜିଲ୍ଲାପାଳଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଉଠା ଜଳସେଚନ ନିଗମ ଉପଦେଷ୍ଟା ଶ୍ରୀ ପମୋଦ ପାଢ଼ୀ ଯୋଗଦେଇ ଚାଷ ଓ ଚାଷୀଙ୍କ ଉଦେଶ୍ୟ ରେ ନିଜର ଅଭିଭାଷଣ ରଖିଥିବା ବେଳେ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଲିପିକା ବରୋଇ, ସାଂସଦ ପ୍ରତିନିଧି ପ୍ରିୟରଞ୍ଜନ ଦାସ, ବିଧାୟକ ପ୍ରତିନିଧି ରାମଧର ମାଝୀ, ସି. ଡି. ଏ. ଓ. ଗୋକୁଳ ବେହେରା, ଡି. ଏଫ. ଓ. ଜଗଦିଶ ରାଓ, ଏ. ଡି. ଭି. ଓ. ଡ଼ ସୁନୀଲ କୁମାର ପ୍ରଧାନ, ଡି. ଡି. ଏଚ. ଚନ୍ଦ୍ରମୋହନ ସାହୁ, ପି. ଡି. ଡବ୍ଲୁ. ଚକ୍ରଧର ମିଶ୍ର, ବିଡ଼ିଓ ସତ୍ୟନାରାୟଣ ମେହେର, ତହସିଲଦାର ମଧୁସୁଦନ ମାଝୀ,ସମସ୍ତ ସରପଞ୍ଚ ଓ ସମିତି ସଭ୍ୟମାନେ ମଂଚାସୀନ ଥିଲେ |ମୁଖ୍ୟ ଅତିଥି ଓ ସମ୍ମାନୀୟ ଅତିଥିମାନଙ୍କ ଦ୍ୱାରା ପ୍ରଥମେ ଭୂମି ପୂଜନ ଓ ପରେ ଅଖିମୁଖି ଅନୁକୂଳ କରାଯାଇଥିଲା |ଜିଲ୍ଲାପାଳ, ମୁଖ୍ୟ ଅତିଥି ଓ ସମ୍ମାନୀୟ ଅତିଥିମାନେ ଚାଷୀ ହେଉଛି ଦେଶର ମେରୁଦଣ୍ଡ ଆଉ ଚାଷୀ ନଇଁଗଲେ ଦେଶ ନଇଁଯିବ ବୋଲି ନିଜ ନିଜ ର ମନ୍ଥବ୍ୟ ରଖିଥିବା ବେଳେ ନବରଙ୍ଗପୁର ଜିଲ୍ଲାର ଚାଷୀମାନେ କିପରି ସଶକ୍ତ ହେବେ ସେ ଉପରେ ସମସ୍ତେ ଦୃଷ୍ଟି ଆକର୍ଷଣ କରିଥିଲେ |ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜିଲ୍ଲାର ଅଗ୍ରଣୀ ପାଞ୍ଚଜଣ ଚାଷୀ ଙ୍କୁ ଜିଲ୍ଲାପାଳଙ୍କ ଦ୍ୱାରା ମାନପତ୍ର ପ୍ରଦାନ କରାଯାଇ ସମ୍ମାନ କରାଯାଇଛି | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More